ସାଙ୍ଗକୁ ଛୁରୀ ଭୂଷିଲା ସାଙ୍ଗ- ଦୁଇ ଜଣ ଗୁରୁତର

ଜୟପୁର (ସୌମ୍ୟରଂଜନ ସାହୁ): ଜୟପୁର ସହରର ନୂଆ ସାହି ଗଳିରେ ଅଭାବନୀୟ ଘଟଣା ଘଟିଛି |

କୌଣସି ଏକ କାରଣ କୁ ନେଇ ଦୁଇ ସାଙ୍ଗ ଛୁରୀରେ ଆକ୍ରମଣ ପ୍ରତିଆକ୍ରମଣ କରିବାରୁ ଦୁହେଁ ଗୁରୁତର ହୋଇ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି | କାରଣ ସମ୍ପର୍କରେ ସଠିକ ଜଣ ପଡି ନଥିବା ବେଳେ ପୂର୍ବ ଶତ୍ରୁତାକୁ ନେଇ ଘଟଣା ଘଟିଥିବା କୁହାଯାଉଛି | ଏହି ଦୁଇ ଜଣ ସାଙ୍ଗ ହେଲେ ତୃତୀୟ ଗଲିର ରାଜା ପାଇକରୟ(୩୦) ଓ ଖ୍ରୀଷ୍ଟିଆନ ସାହିର ରୋନି ଜଂସଁ (୩୦) । ଖବର ପାଇଁ ଜୟପୁର ଟାଉନ ପୋଲିସ ପହଂଚି ଘଟଣା ର ତଦନ୍ତ କରୁଛି | ଏନେଇ ଥାନାରେ କୌଣସି ମାମଲା ରୁଜୁ କରିନାହିଁ | ପୋଲିସ ଜଣକୁ ଅଟକ ରଖି ପଚାର ଉଚୁରା କରୁଥିବା ଜଣାପଡିଛି |

Comments are closed.