ଭରସୁଜା ସହ ଆଗଲପୁରରେ ଅବାଧରେ ଚାଲିଛି ମଦ କାରବାର-ପ୍ରଶାସନ ଚୁପ

ଆଗଲପୁର(ଓଡିଶା ନ୍ୟୁଜ୨୪): ଆଗଲପୁର ଫାଣ୍ଡି ଅଧିନସ୍ଥ ବିଭିନ୍ନ ଗ୍ରାମର ଛକ ମାନଙ୍କରେ ବେଆଇନ ଭାବେ ମଦ ବିକ୍ରି ହେଉଥିବା ଅଭିଯୋଗ ହେଉଛି | ସରକାରୀ ମଦ ଭାଟିରୁ ଶହଶହ ପାଉଚ ମଦ ଆଣି ଛକ ନିକଟରେ ବିକ୍ରି ହେଉଥିବା ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି |

ଅନ୍ୟପକ୍ଷରେ ଅବକାରୀ ବିଭାଗର କତେକ ଦୁର୍ନୀତିଗ୍ରସ୍ତ କର୍ମଚାରୀ ମାସିକିଆ ବଟି ଅସୁଳି କରି ଚାଲି ଯାଉଥିବା ଆଲୋଚନା ହେଉଛି | ଏପରିକି ଏ ସମ୍ପର୍କରେ ଆଗଲପୁର ଫାଣ୍ଡି ଅଧିକାରୀଙ୍କୁ ଅନେକ ଥର ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ | ଏମାନଙ୍କ ସହ ଭରସୁଜା, ଆଗଲପୁର ତଥା ଆଖପାଖ ଅଂଚଳର ଅନେକ ଶାସକ ଦଳର ଦଳୀୟ କର୍ମକର୍ତ୍ତାଙ୍କ ହାତଥିବା କୁହାଯାଉଛି | ଆଗଲପୁର ବସ୍ତିର ବିଭିନ୍ନ ସ୍ଥାନରେ, ନିକଟରେ ଥିବା ଛକ, ଭରସୁଜା ରାସ୍ତା, ବିନ୍ଧାପାଲି ଛକ ନିକଟରେ ବେଆଇନ ମଦ ବିକ୍ରି ହେଉଛି | ଏହା ସହିତ ଭରସୁଜା, ରେଙ୍ଗାଲି ଛକ, ନଅଗାଁ(କ) ନିକଟରେ ଥିବା ବିଭିନ୍ନ ଛକ ମାନଙ୍କରେ ବେଆଇନ ଭାବରେ ମଦ ବିକ୍ରି ହେଉଥିବାରୁ ଅପରାଧୀକ କାର୍ଯ୍ୟକଳାପ ବଢିବାରେ ଲାଗିଛି | ଅବହେଳିତ ଅଞ୍ଚଳରେ ନିଶା କାରବାର ବୁଦ୍ଧିକୁ ବିଭିନ୍ନ ମହଲର ନିନ୍ଦା କରାଯାଇଛି | ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ନିଶା କାରବାର ବନ୍ଦ କରିବାକୁ ଦାବି ହେଉଛି | ନିଶା କାରବାର ବନ୍ଦ ନହେଲେ ଆଗାମୀ ଦିନରେ ଜୋରଦାର ଆନ୍ଦୋଳନ କରିବାକୁ ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି |

Comments are closed.