Related Contents

ଡଙ୍ଗା ଓଲଟି ନିଖୋଜ ଥିବା ବ୍ୟକ୍ତିର ଶବ ଉଦ୍ଧାର

ଜୟପୁର (ସୌମ୍ୟରଂଜନ ସାହୁ): ଲମତାପୁଟ ବ୍ଲକ କୋରାପୁଟ ଜଳଭଣ୍ଡାର ନିକଟରେ ଦୁର୍ଲା ନଦୀ କୂଳରେ ଡଙ୍ଗା ଓଲଟି ନିଖୋଜ ଥିବା ବ୍ୟକ୍ତିର ଶବ ଆସି ସିନ୍ଧିଘାଟ ନଦୀକୂଳରେ ଓଡ୍ରାଫ ଟିମ ଦ୍ୱାରା ମିଳିପାରିଛି |

ସୂଚନା ଅନୁସାରେ ଗତ ୩ତାରିଖ ଦିନ ଦୁର୍ଲା ନଦୀ ଘାଟରୁ ଲମତାପୁଟ ଅଭିମୁଖେ ଏକ ଦେଶୀ ଡଙ୍ଗାରେ ଦୁଇ ଜଣ ବ୍ୟକ୍ତି ଆସିବାସମୟରେ ଡଙ୍ଗା ଓଲଟି ଜଣେବ୍ୟକ୍ତି ନିଖୋଜ ହୋଇଥିଲେ | ନିଖୋଜ ବ୍ୟକ୍ତି ଙ୍କ ନାମ ଗୁରୁ ହନ୍ତଲ, ଯାହାଙ୍କ ଘର ମାଲକାନଗିରି ଜିଲ୍ଲାରେ | ଓଡ୍ରାଫ ଟିମ ହାବିଲଦାର ଗୋପାଳ ନାୟକଙ୍କ ତତ୍ୱାବଧାନରେ ଆଲୋକ କୁମାର ପାଣି, ସନ୍ତୋଷ କୁମାର ନାୟକ, ଜଗବନ୍ଧୁ ପାଣି, ମନସୁଖ ପ୍ରଧାନ,ରଂଜିତ ତ୍ରିପାଠୀ ଏବଂ ଦରଭାର ବିଶ୍ୱନାଥ ମିଶ୍ରଙ୍କ ଅକ୍ଲାନ୍ତ ପରିଶ୍ରମରେ ନିଖୋଜ ବ୍ୟକ୍ତିର ଶବ ମିଳିପାରିଛି |

Comments are closed.