Friday, March 29, 2024

Top 5 This Week

Related Posts

ସାହାରା ଇଣ୍ଡିଆ ବ୍ୟାଙ୍କ ରେ ଦୁର୍ନୀତି : ଜମାକାରୀ ଓ ଉପଭୋକ୍ତା ଙ୍କ ଟଙ୍କା ହଡପ ଅଭିଯୋଗ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର, ତା(୦୫/୦୩) : ସାହାରା ଇଣ୍ଡିଆ ପ୍ରାଇଭେଟ ବ୍ୟାଙ୍କ ଟିଟିଲାଗଡ଼ ସହରରେ ଅବସ୍ଥିତ ମୁଖ୍ୟ ଶାଖା ପକ୍ଷରୁ ବ୍ୟାପକ ବେଆଇନ କାର୍ଯ୍ୟ ଓ କିଛି ଏହି ବ୍ୟାଙ୍କ ଓ ବରିଷ୍ଠ ଅଧିକାରୀ ଙ୍କ ଗ୍ରାହକ ଙ୍କୁ ଠକେଇ କରି ତାଙ୍କ ଜମା ରାଶି ହଡପ କରୁଥିବା ଅଭିଯୋଗ ହୋଇଛି ।

ଏହି ଘରୋଇ ବ୍ୟାଙ୍କ ର ହିତାଧିକାରୀଙ୍କ ଠାରୁ ନିୟମିତ ପ୍ରକ୍ରିୟା ବ୍ୟବଧାନ ଅନୁଯାୟୀ ଜମା ରାଶି ଆଦାୟ କରି ନେଇଯାଇ ଉକ୍ତ ମୂଳ ରାଶି ପ୍ରଦାନ ତ ଦୂରର କଥା ତା’ର ଅଧା ଅବା କିଛି ଅଂଶ ମଧ୍ୟ ଫେରସ୍ତ କରୁ ନ ଥିବା ଓ ଟଙ୍କା କାରବାର କରି କେତେକ ନିର୍ଦ୍ଦିଷ୍ଟ ଲୋକଙ୍କୁ ଟଙ୍କା ପ୍ରଦାନ କରୁଥିବା ଅଭିଯୋଗ ହୋଇ ଆସୁଛି । ସାହାରା ଇଣ୍ଡିଆ ବ୍ୟାଙ୍କ ରେ ବ୍ୟାଙ୍କ ଆକାଉଣ୍ଟ ଖୋଲା ସହ ଉପଯୁକ୍ତ ପରିଚାଳିତ ନିୟମ ଅନୁଯାୟୀ ହଜାର ହଜାର ଲୋକ ଏହି ଟିଟିଲାଗଡ଼ ମୁଖ୍ୟ ଉପ ଶାଖା ରେ ତାଙ୍କ ଟଙ୍କା ଜମା କରିଛନ୍ତି ।

ହେଲେ ବର୍ତ୍ତମାନ ବିପୁଳ ପରିମାଣର ଅର୍ଥ ସାଧାରଣ ଲୋକ ଙ୍କ ଠାରୁ ଆଦାୟ କରି ନେଇଯାଇ ଉକ୍ତ ସମସ୍ତ ଅର୍ଥ ଫେରସ୍ତ ନ କରିବା ପରି ଗୁରୁତର ଅଭିଯୋଗ ହୋଇ ଆସୁଛି । ଉକ୍ତ ଜମା ସମସ୍ତ ଅର୍ଥ ଫେରସ୍ତ ନିୟମ ଅନୁଯାୟୀ ସାଧାରଣ ଙ୍କୁ ପ୍ରଦାନ ନ କରି ନାନା ପ୍ରକାର ଆଳରେ ଅର୍ଥ ପ୍ରଦାନ ନିମନ୍ତେ ବାରମ୍ବାର ଧାଇଁ ଧାଇଁ ନିରାଶ ହେବା ହିଁ ସାର ହେଉଛି ।

ସବୁ ବର୍ଗ ର ଉପଭୋକ୍ତା ଏହି ସାହାରା ଇଣ୍ଡିଆ ନାମକ ଘରୋଇ ବ୍ୟାଙ୍କ ଶାଖାରେ ନିଜ କଷ୍ଟ ଉପାର୍ଜିତ ଅର୍ଥ ଜମା ରଖି ଏପରି ଠକେଇ ର ଶିକାର ହୋଇ ଆସୁଥିବା ବେଳେ ଲୋକଙ୍କ ଉକ୍ତ ଟଙ୍କା ସେମାନେ କିଭଳି ଫେରି ପାଇବେ ସେ ନେଇ ତୁରନ୍ତ ବିଭାଗୀୟ ମୁଖ୍ୟ ଶାସନ ସଚିବ ଦୃଷ୍ଟି ଦେବାକୁ ସାଧାରଣ ରେ ଦାବି ପ୍ରକାଶ ପାଉଛି ।

ସେହିପରି ଏହି ବ୍ୟାଙ୍କ ର ଏଟିଏମ କାଉଣ୍ଟର ନ ଥିବା ଓ ପୂର୍ବରୁ ହୋଇଥିବା ଚିଟଫଣ୍ଡ ଠକେଇ ମାମଲା ବର୍ତ୍ତମାନ ସୁଦ୍ଧା ବିଚାର ଧୀନ ରହିଥିବା ବେଳେ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ଦୃଢ଼ ଦାବୀ ହେଉଛି ।

Popular Articles