Thursday, March 28, 2024

Top 5 This Week

Related Posts

ହାଡୁ ଭାଙ୍ଗି ଠାରୁ ଗାଇବା ପର୍ଯ୍ୟନ୍ତ ରାସ୍ତା କାମ କେବେ ସରିବ ?

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୦୬/୦୩) : ଗଜପତି ଜିଲ୍ଲା ଅନ୍ତର୍ଗତ କାଶୀନଗର ବ୍ଲକ ଅନ୍ତର୍ଗତ ହାଡୁ ଭାଙ୍ଗି ଠାରୁ ଗାଇବା ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କାମ କେବେ ସରିବ ବୋଲି ସାଧାରଣ ରେ ପ୍ରଶ୍ନ ସୃଷ୍ଟି ହୋଇଛି ।

ଏହି ରାସ୍ତା ର ନିର୍ମାଣ କାର୍ଯ୍ୟ ବହୁତ୍ ଦିନ ହେଲା ଆରମ୍ଭ ହୋଇଥିଲେ ସୁଦ୍ଧା ଏ ଯାଏଁ ଅଧାପନ୍ତରିଆ ହୋଇ ପଡ଼ି ରହିଛି । ହାଡୁ ଭାଙ୍ଗି ଠାରୁ ଆରମ୍ଭ ହୋଇଥିବା ସିମେଣ୍ଟ ରାସ୍ତା ର କାର୍ଯ୍ୟ ଡାହାଣ ପଟ ସରିଥିଲେ ମଧ୍ୟ ବାମ ପାଖ ରାସ୍ତା ର କାମ ଏ ଯାଏଁ ଆରମ୍ଭ ମଧ୍ୟ ହୋଇନାହିଁ । ଯାହା ଫଳରେ ଉକ୍ତ ରାସ୍ତାରେ ଟ୍ରାଫିକ ସମସ୍ୟା ସୃଷ୍ଟି କରୁଛି ।

ଏଣୁ ତୁରନ୍ତ ଏହି ରାସ୍ତା କାମ ସାରିବାକୁ ଲୋକମାନେ ଦାବି କରିଛନ୍ତି । ସେପଟେ ରାସ୍ତା ର ନିର୍ମାଣ କାର୍ଯ୍ୟ ମଧ୍ୟ ନିମ୍ନ ମାନର ବୋଲି ଜଣ ସାଧାରଣ ଅଭିଯୋଗ କରିଛନ୍ତି ।

Popular Articles