Thursday, March 28, 2024

Top 5 This Week

Related Posts

କାଶୀନଗର ବିଜେଡ଼ି ନେତା ମାନେ ଭୁଲିଗଲେଣି କି ବିଜୁ ବାବୁ ଙ୍କ ଜୟନ୍ତୀ ?

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୦୬/୦୩) : କାଶୀନଗର ବିଜେଡ଼ି ନେତା ମାନେ ବିଜୁ ବାବୁଙ୍କ ଜୟନ୍ତୀ କୁ ଯାକ ଯମକ ଭାବେ ପାଳନ କରିବା ଭୁଲି ଗଲେଣି କି ବୋଲି ବୁଦ୍ଧିଜୀବୀ ମାନେ ଚିନ୍ତା ପ୍ରକଟ କରିଛନ୍ତି ।

ଗତ ମାସ ରେ ପଞ୍ଚାୟତ ନିର୍ବାଚନ ସରିଛି । ବିଜେଡ଼ି ବହୁମତ ପାଇଛି ସେହି ବିଜୁ ବାବୁଙ୍କ ନାମ କୁ ନେଇ, ଚଳିତ ମାସ ରେ ପୌର ନିର୍ବାଚନ ହେବାକୁ ଯାଉଅଛି । ବିଜେଡ଼ି ପୁଣି ରାଜନୀତି ମଇଦାନ କୁ ଓହ୍ଲାଇବ । କାହା ନାମକୁ ନେଇ ପୁଣି ଏହି ନିର୍ବାଚନ ପରି ହେବ । ବ୍ଲକ ଓ ଟାଉନ୍ ବିଜେଡ଼ି ମିଳିତ ଭାବେ ହେଉ କିମ୍ବା ଅଲଗା ଅଲଗା ହେଉ ଅନ୍ତତଃ ବିଜୁ ବାବୁଙ୍କ ୧୦୬ ତମ ଜୟନ୍ତୀ ସାମାଜିକ ଲୋକଲୋଚନ କୁ ଆଣିବା ଭଳି କାଶୀନଗର ବିଜେଡ଼ି ତରଫରୁ କୌଣସି କାର୍ଯ୍ୟକ୍ରମ କରାଗଲା ନାହିଁ ।

ସେ ଯାହା ହେଉ ନ କାହିଁକି ପୂର୍ବତନ ପୌର ଅଧ୍ୟକ୍ଷା ଶ୍ରୀମତୀ ସୁଧା ରାଣୀ ନିଜ ବାସ ଭବନ ରେ କିଛି ଲୋକ ଙ୍କୁ ନେଇ ସୀମିତ ଭାବେ ଏହି କାର୍ଯ୍ୟକ୍ରମ କୁ କରି ସମ୍ମାନ ରକ୍ଷା କରିଛନ୍ତି । ଆଗକୁ ପୌର ନିର୍ବାଚନ ଅଛି ଯଦି ଦଳ ଏହାକୁ ମଉକା କରି କିଛି ଫାଇଦା ଉଠାଇ ପାରିଥାନ୍ତା । ତାହା ଲୋକ ଙ୍କ ପ୍ରତି ଏକ ବାର୍ତ୍ତା ଯାଇଥାନ୍ତା । ଦଳ କାହିଁକି ଏହାକୁ ହାତ ଛଡା କଲା ନା ଏହା ପଛରେ କିଛି ଅସନ୍ତୋଷ ଲୁଚି ରହିଛି ବୋଲି ସାଧାରଣ ରେ ପ୍ରଶ୍ନ ଉଙ୍କି ମାରୁଛି ।

Popular Articles