Thursday, March 28, 2024

Top 5 This Week

Related Posts

ନାମାଙ୍କନ ଦାଖଲ ର ଚତୁର୍ଥ ଦିନ ଶେଷ : ଅଧ୍ୟକ୍ଷା ପଦ ପାଇଁ କେହି ନାମାଙ୍କନ ଦାଖଲ କଲେ ନାହିଁ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୦୬/୦୩) : ଆଜି ପୌର ନିର୍ବାଚନ ନିମନ୍ତେ ନାମାଙ୍କନ ଦାଖଲ ର ଚତୁର୍ଥ ଦିନ ହୋଇଯାଇଛି । ହାତରେ ମାତ୍ର ଦୁଇ ଦିନ ବାକି ରହିଛି କିନ୍ତୁ ଅଧ୍ୟକ୍ଷା ପଦ ପାଇଁ କେହି ମଧ୍ୟ ନାମାଙ୍କନ ଦାଖଲ କରି ନ ଥିବାରୁ ନାନା ପ୍ରଶ୍ନ ସୃଷ୍ଟି ହୋଇଛି ।

ପ୍ରକାଶ ଥାଉ କି କାଉନସିଲର ପଦ ପାଇଁ ୩୪ ଟି ନାମାଙ୍କନକ୍ରୟ ହୋଇଥିବା ବେଳେ କେବଳ ୧୧ ଟି ଦାଖଲ ହୋଇଛି । ଅଧ୍ୟକ୍ଷା ପଦ ପାଇଁ ଆଜି ୮ ଟି ନାମାଙ୍କନକ୍ରୟ ହୋଇଥିବା ବେଳେ ଗୋଟିଏ ମଧ୍ୟ ନାମାଙ୍କନ ଦାଖଲ ହୋଇନାହିଁ । ଆଜି ପର୍ଯ୍ୟନ୍ତ କୌଣସି ଦଳ ତାଙ୍କ ଅଧ୍ୟକ୍ଷ ପଦ ପାଇଁ କାହାର ନାମ ମଧ୍ୟ ଘୋଷଣା କରି ପାରି ନାହାଁନ୍ତି । ବିଜେଡ଼ି ରେ ମଧ୍ୟ ଆଶାୟୀ ଙ୍କ ସଂଖ୍ୟା ୩ କୁ ବୃଦ୍ଧି ପାଇଛି, ଯଦି ଜଣ ଙ୍କ ନାମ ଘୋଷଣା କରାଯାଏ ତାହା ହେଲେ ବିଦ୍ରୋହୀ ଙ୍କ ସଂଖ୍ୟା ବୃଦ୍ଧି ପାଇବା ଆଶଙ୍କା କରା ଯାଉଛି ।

ସେହିଭଳି ଏଠାରେ ବିରୋଧୀ ଭାବେ ବିଜେପି ମଧ୍ୟ ତାଙ୍କ ନାମ ଘୋଷଣା କରିପାରି ନାହିଁ । କଂଗ୍ରେସ୍ ମଧ୍ୟ ତାଙ୍କ ଅଧ୍ୟକ୍ଷା ପଦ ପାଇଁ ନାମ ଘୋଷଣା କରି କରିପାରି ନାହିଁ । ଏଣୁ ଏଠାରେ ଚତୁର୍ମୁଖୀ କିମ୍ବା ପାଞ୍ଚମୁଖୀ ପ୍ରତିଦ୍ୱନ୍ଦିତା କୁ ଏଡାଇ ହୋଇ ପାରୁନାହିଁ ।

Popular Articles