Related Contents

ଭାରତୀୟ ମଜଦୁର ସଂଘ ଦ୍ଵାରା ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

ରାୟଗଡା (ଗୋପୀନାଥ ଗୌଡ଼): ଭାରତୀୟ ମଜଦୁର ସଂଘ ଦ୍ଵାରା ପରିଚାଳିତ ଅଲ ଓଡିଶା ଲେଡ଼ିଜ ୱାର୍କସ ଆସୋସିଏସନର ରାଜ୍ୟ ନିଷ୍ପତି କ୍ରମେ ଗତ ୪ତାରିଖ ଦିନ ଓଡିଶାର ସମସ୍ତ ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିବା ସହିତ ଦାବିପତ୍ର ପ୍ରଦାନ କରାଯାଇଥିଲା |

ଭାରତୀୟ ମଜଦୁର ସଙ୍ଘର ଜ଼ିଲ୍ଲା ସଭାପତି ତଥା ରାଜ୍ୟ ସମ୍ପାଦକ ଯୋଗେଶ୍ୱର ଦାସଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଥମେ ରାୟଗଡା ଗଜପତି ଛକଠାରେ ସମସ୍ତ ଅଙ୍ଗନବାଡି କର୍ମଚାରୀ, ତଳିଆ କର୍ମଚାରୀ, ଏବଂ ସହକାରୀ କର୍ମଚାରୀ ଏକତ୍ରିତ ହୋଇ ଏକ ଶୋଭାଯାତ୍ରାରେ ବାହାରି ମୁଖ୍ୟରାସ୍ତା ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ l ପରେ ଅତିରିକ୍ତ ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ସୁଧାକର ଶବରଙ୍କୁ ଦାବିପତ୍ର ପ୍ରଦାନ କରିବା ସହିତ ତୁରନ୍ତ ଏଥିପ୍ରତି ସରକାର ଓ ପ୍ରଶାସନ ପଦକ୍ଷେପ ନେଉ l ଯେଉଁମାନେ ବହିଷ୍କୃତ ହୋଇଛନ୍ତି ପୁନଃନିଯୁକ୍ତି କରାଯିବା ସହ ଅନ୍ୟାନ୍ୟ ଜ଼ିଲ୍ଲାମାନଙ୍କରେ ବହିଷ୍କାର ପାଇଁ ଧମକ ଦିଆଯାଇଥିବା ଓ କୈଫତ ମଗାଯାଇଥିବା ବନ୍ଦ କରାଯାଉ l ନଚେତ ଆସନ୍ତା ୧୫ତାରିଖ ଦିନ ବ୍ଲକସ୍ତରରେ ବିକ୍ଷୋଭ ପ୍ରଦର୍ଶନ କରାଯିବ l ନଚେତ ପରବର୍ତ୍ତୀ ସମୟରେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବାକୁ ବାଧ୍ୟ୍ୟହେବୁ ବୋଲି ସଭାପତି ଯୋଗେଶ୍ୱର ଦାସ ଚେତାବନୀ ଦେଇଛନ୍ତି l ଉକ୍ତ କାର୍ଯ୍ୟକ୍ରମରେ ଭାରତୀୟ ମଜଦୁର ସଙ୍ଘର ସମ୍ପାଦକ ଖଗେଶ୍ୱର ସିଂ, ଅଲ ଓଡିଶା ଅଙ୍ଗନବାଡି ଲେଡ଼ିଜ ୱାର୍କର ଆସୋସିଏସନର ସଭାନେତ୍ରୀ ଜୟନ୍ତୀ ପଦ୍ମାଳୟା ସାହୁ, ସମ୍ପାଦିକା ଉଷାରାଣୀ ଦାସ ଅମ୍ବିକା ନିଳଗୀରି, ଗୀତା ଉଲ୍ଲlକା, ରୀତା ରଞ୍ଜନୀ ପଣ୍ଡା, ବିମଳା ହୁଇକା, ପି ମିନାକ୍ଷୀ ଦୋରା ସହଯୋଗ କରିଥିଲେ |

Comments are closed.