Friday, March 29, 2024

Top 5 This Week

Related Posts

ଯୁଦ୍ଧର ଭୟଙ୍କର ସ୍ଥିତି : ବଢ଼ିଲା ସୁନା ଦର, ଖସିଲା ଶେୟାର ମାର୍କେଟ, ରେକର୍ଡ କଲା ତେଲ ଦର

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ୟୁକ୍ରେନ, କିଭ୍‌, (୦୫/୦୩) : ୟୁକ୍ରେନରେ ଥିବା ୟୁରୋପ ର ସବୁଠାରୁ ବଡ଼ ଆଣବିକ ଶକ୍ତି କେନ୍ଦ୍ର ଉପରେ ରୁଷର ହମଲା ପରେ ସାରା ବିଶ୍ୱରେ ହଇଚଇ ସୃଷ୍ଟି ହୋଇଛି । ଯୁଦ୍ଧର ଭୟଙ୍କର ସ୍ଥିତି ପ୍ରଭାବରେ ବିଶ୍ୱ ବଜାର ଉପରେ ଦେଖିବାକୁ ମିଳିଛି ।

ସ୍ଥିତିକୁ ଦେଖି ଆମେରିକା ର ଫେଡେରାଲ ରିଜର୍ଭ ମଧ୍ୟ ଚଳିତ ମାସରୁ ସୁଧ ହାର ବୃଦ୍ଧି କରାଯିବ ବୋଲି ସ୍ପଷ୍ଟ କରିଛି । ୟୁକ୍ରେନରେ ଯୁଦ୍ଧର ଭୟଙ୍କର ସ୍ଥିତି ପାଇଁ ଆଜି ଭାରତୀୟ ଶେୟାର ବଜାର ରେକର୍ଡ ସ୍ତରକୁ ଖସିଛି । ସେନସେକ୍ସ ୪୫୦ ପଏଣ୍ଟ ହ୍ରାସ ପାଇ ୫୪,୬୫୩ ରେ ପହଞ୍ଚିଛି । ସେହିପରି ନିଫ୍ଟି ୧୫୯ ପଏଣ୍ଟ ହ୍ରାସ ପାଇ ୧୬,୩୩୯ରେ ରହିଛି । ସମୟ ବିତିବା ସହ ଉଭୟ ସେନସେକ୍ସ ଓ ନିଫ୍ଟ ମଧ୍ୟ ହ୍ରାସ ପାଉଛି ।

ରୁଷ ର ଆକ୍ରମଣ ଯୋଗୁଁ ସୁନା ଓ ଅଶୋଧିତ ତୈଳ ଦର କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଦର ବୃଦ୍ଧି ଯୋଗୁଁ ଘରୋଇ ବଜାରରେ ସୁନା ମୂଲ୍ୟ ୧୪ ମାସ ର ରେକର୍ଡ ଭାଙ୍ଗିଛି । ଏମସିଏକ୍ସରେ ଆଜି ଏପ୍ରିଲ ମାସରେ ଡେଲିଭରୀ ହେବାକୁ ଥିବା ସୁନା ର ଦାମ ୨୪୧ ଟଙ୍କା ବଢ଼ି ୫୨,୦୧୧ ଟଙ୍କା ହୋଇଛି । ସେହିପରି ଜୁନରେ ଡେଲିଭରୀ ହେବାକୁ ଥିବା ସୁନାର ଦାମ ୨୬୮ ଟଙ୍କା ବଢ଼ି ୫୨,୨୧୭ ଟଙ୍କାରେ ଟ୍ରେଣ୍ଡ କରୁଛି ।

ମେ’ ମାସରେ ଡେଲିଭରୀ ହେବାକୁ ଥିବା ରୁପା ଦରରେ ୩୧୬ ଟଙ୍କା ଓ ଜୁଲାଇ ମାସରେ ଡେଲିଭରୀ ହେବାକୁ ଥିବା ରୁପାର ଦର ଦାମ ୧୮୦ ବଢ଼ିଛି । ଆଜି କାରବାର ଆରମ୍ଭରୁ ଏପରି ସ୍ଥିତି ଦେଖିବାକୁ ମିଳିଛି ।

Popular Articles