ଆଜିବି ବଞ୍ଚିଛି ପରମ୍ପରା ଓ ବିଶ୍ୱାସ-ଗରୁଡ଼ଖୁମ୍ବ ସ୍ଥାପନ

ମାଲକାନଗିରି(ଅସୀମ ବିଶ୍ୱାସ): ମାଲକାନଗିରି ସୀମାନ୍ତ ପଡ଼ିଆ ବ୍ଲକରେ ଦେଖିବାକୁ ମିଳିଥିଲା ଏକ ନିଆରା ପରମ୍ପରା ।

ବଣ ପାହାଡ଼ ଘେରା ଏହି ମାଓପ୍ରବଣ ଆଦିବାସୀ ଅଧ୍ୟୁଷିତ ପଡ଼ିଆ ବ୍ଲକରେ ନିଃସ୍ୱାର୍ଥପର ଭାବେ ସମସ୍ତ ଆଦିବାସୀ ତଥା ସବୁବର୍ଗ, ଜାତିର କଲ୍ୟାଣ ନିମନ୍ତେ ପଡ଼ିଆ ଛକରେ ଏକ ଗରୁଡ଼ଖମ୍ବ ସ୍ଥାପନ କରିଛନ୍ତି । ଏହି ପର୍ବକୁ ଗ୍ରାମବାସୀଙ୍କ ଉପସ୍ଥିତିରେ ପାରମ୍ପରିକ ପୂଜାର୍ଚ୍ଚନା, ରୀତିନୀତି ରେ ୨୫ରୁ ଉର୍ଦ୍ଧ୍ବ ଗ୍ରାମରେ ବ୍ୟାପୁଥିବା ରୋଗ, ମହାମାରୀ, ଫସଲହାନି, ଦୁର୍ଭିକ୍ଷ ଇତ୍ୟାଦି ବିଲୋପ ନିମନ୍ତେ ଗରୁଡ଼ଖମ୍ବ ପ୍ରତିଷ୍ଠା କରି ମଙ୍ଗଳ କାମନା କରିଥିଲେ । ସ୍ଥାନୀୟ ଲୋକଙ୍କ ମତରେ ଏହିପମ୍ପରା ବହୁଦିନରୁ ପ୍ରଚଳିତ | ପୂର୍ବରୁ ସ୍ଥାପନ ହୋଇଥବା ଗରୁଡ଼ଖମ୍ବଟି ୫୦ବର୍ଷରୁ ଅଧିକ ପୁରୁଣା | ଖମ୍ବଟିରେ ଥିବା ଆଲୌକିକ ଶକ୍ତିର ପାରିସମାପ୍ତି ହୋଇଯାଇଛି , ତେଣୁ ଗ୍ରାମ ପୁଜକଙ୍କୁ ହୋଇ ଥିବା ସ୍ୱପ୍ନାଦେଶ ଅନୁସାରେ ନୂତନ ଗରୁଡ଼ଖମ୍ବ ପ୍ରତିଷ୍ଠା କରାଯାଇଛି ।

Comments are closed.