Related Contents

ଭୂମିହୀନ ବସ୍ତି ବାସିନ୍ଦାଙ୍କୁ ମିଳିଲା ପ୍ରମାଣ ପତ୍ର

ରାୟଗଡ଼ ଜ଼ିଲ୍ଲା ପ୍ରତିନିଧି (ଅମୁଲ୍ୟ ନିଶଙ୍କ): ରାୟଗଡା ଜ଼ିଲ୍ଲା ଭୂମିହୀନଙ୍କୁ ରାଜ୍ୟ ସରକାରଙ୍କ ଜାଗା ମିଶନ ଯୋଜନା କାର୍ଯ୍ୟକ୍ରମ ଅନୁଯାଇ ଜ଼ିଲ୍ଲାର ଭୂମିହୀନଙ୍କୁ ପ୍ରମାଣପତ୍ର ବଣ୍ଟନ କରାଯାଇଛି |

ରାୟଗଡ ପୌର ପରିଷଦ ପରିସରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ମୁଖ୍ୟ ଅତିଥି ରୂପେ ଗୁଣୁପୁର ବିଧାୟକ ଶ୍ରୀ ତ୍ରିନାଥ ଗମାଙ୍ଗ, ଜ଼ିଲ୍ଲାପାଳ ଗୁହା ପୂନମ ତାପସ କୁମାର, ଜ଼ିଲ୍ଲା ଗ୍ରାମ୍ୟ ଉନୟନ ପ୍ରକଳ୍ପ ପ୍ରସାଶକ ଅମୃତ ଋତୁତଜ ଯୋଗଦେଇ ହିତାଧୀକାରୀଙ୍କୁ ପ୍ରମାଣ ପତ୍ର ବଣ୍ଟନ କରିଥିଲେ | ବର୍ତ୍ତମାନ ଏହି କାର୍ଯ୍ୟକ୍ରମରେ ପ୍ରଥମ ପର୍ଯ୍ୟାୟରେ ରାୟଗଡ଼ ଗୁଣୁପୁର ଗୁଡାରିର ୧୦୦ଜଣ ହିତାଧିକାରୀଙ୍କୁ ପ୍ରମାଣ ପତ୍ର ବଣ୍ଟନ କରାଯାଇଥିଲା | ଅନ୍ୟ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଆସନ୍ତା ପିଠା କାର୍ୟକ୍ରମରେ ପ୍ରମାଣ ପତ୍ର ବଣ୍ଟନ କରାଯିବ ବୋଲି ଜ଼ିଲ୍ଲାପାଳ ସୂଚନା ଦେଇଛନ୍ତି | ଅନ୍ୟ ଅତିଥିମାନଙ୍କ ମଧ୍ୟରେ ରାୟଗଡ଼ ପୌରାଞ୍ଚଳ ଅଧିକାରୀ ମଙ୍ଗିଲାଲ ଜୈନ, ଗୁଣୁପୁର ପୌରାଞ୍ଚଳ ଅଧିକାରୀ ଭାବଗ୍ରାହୀ ସାହୁ, ଗୁଡାରି ଏନ ଏ ସି ନିର୍ବାହୀ ଅଧିକାରୀ ଗାୟତ୍ରୀ ସାହୁ ଉପସ୍ଥିତ ଥିଲେ |

Comments are closed.