Friday, August 7, 2020
Home District News ମୁଖ୍ୟମନ୍ତ୍ରୀଙ୍କ ଜୟପୁର ଗସ୍ତ, ୧୧୩୬ କୋଟି ୪୧ଲକ୍ଷ ଟଙ୍କାର ପ୍ରକଳ୍ପ ଉଦଘାଟନ

ମୁଖ୍ୟମନ୍ତ୍ରୀଙ୍କ ଜୟପୁର ଗସ୍ତ, ୧୧୩୬ କୋଟି ୪୧ଲକ୍ଷ ଟଙ୍କାର ପ୍ରକଳ୍ପ ଉଦଘାଟନ

ଜୟପୁର(ସୌମ୍ୟରଂଜନ ସାହୁ): ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ଓଡ଼ିଶାର ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ ପ୍ରକଳ୍ପ ଲୋକାର୍ପଣ ଦୌଡ଼ରେ ଆଜି କୋରାପୁଟବାସୀଙ୍କୁ ୧୧୦ କୋଟିର ପ୍ରକଳ୍ପ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ |

ଆଜି ସ୍ଥାନୀୟ ଏକମ୍ବା ପଡିଆରେ ବିଜୁ ଯୁବ ବାହିନୀର ଯୁବ ସମାବେଶ ରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇ କୋରାପୁଟ ଓ ମାଲକାନଗିରି ଜିଲ୍ଲାର ବିଜୁ ଯୁବ ବାହିନୀର ସ୍ବେଚ୍ଛାସେବୀଙ୍କୁ ଉଦବୋଧନ ଦେଇଥିଲେ | ଯୁବପିଢିଙ୍କୁ ସମାଜସେବାର ପ୍ରକୃତ ଭାବାର୍ଥ ବୁଝେଇଥିଲେ | ଏହି କାର୍ଯ୍ୟକ୍ରମରେ ୧୧୩୬ କୋଟି ୪୧ ଲକ୍ଷ ଟଙ୍କାର ଜନହିତକର ପ୍ରକଳ୍ପର ଉଦଘାଟନ କରିଥିଲେ | ଏଥିରେ ୯୯୨ କୋଟି ୮୫ଲକ୍ଷ ବ୍ୟୟରେ ନିର୍ମାଣ ହୋଇଥିବା ତେଲିଙ୍ଗିର ମଧ୍ୟମ ଜଳସେଚନ ପ୍ରକଳ୍ପ ଦ୍ୱାରା ଜୟପୁର ଓ ବୋରିଗୁମ୍ମା ବ୍ଲକର ୫୨ଟି ଗ୍ରାମର ଚାଷୀଙ୍କ ପାଇଁ ସୁବିଧା ହେବ ବୋଲି ଜଣାପଡିଛି |

ବିଭିନ୍ନ ବ୍ଲକର ୪୧ ଟି ଅଙ୍ଗନବାଡି କେନ୍ଦ୍ର , ଲମତାପୁଟ,କୁନ୍ଦୁରା, ଦଶମନ୍ତପୁର, ବନ୍ଧୁଗାଁ, ନନ୍ଦପୁର, ବ୍ଲକରେ ଗ୍ରାମ୍ୟ ପାନୀୟ ଜଳଯୋଗାଣ ପ୍ରକଳ୍ପ, ଜୟପୁର ଓ କୋଟପାଡ ସହରାଞ୍ଚଳରେ ପାନୀୟ ଜଳଯୋଗାଣ ପ୍ରକଳ୍ପ, ପଟାଂଗୀରେ ୧୩୨/୩୩ ଗ୍ରୀଡ଼ ସବ ଷ୍ଟେସନ, ସେମିଲିଗୁଡା ଦେଇଗୁଡ଼ାରେ ଉଚ୍ଚତମ ସେତୁ, ପଟାଂଗୀ ବ୍ଲକର ବଡ଼ପୁଟ ରାସ୍ତା ପରି ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ କରାଯାଇଥିଲା | ଏହି କାର୍ଯ୍ୟକ୍ରମକୁ କୋରାପୁଟ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ଡ଼ିଆଇଜି ଆଶିଷ ସିଂ, ଏସପି ଡ଼. କନୱାର ବିଶାଳ ସିଂ ତଦାରଖ କରିଥିଲେ |

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ବିଦାୟ ସମ୍ବର୍ଦ୍ଧନା ସମାରୋହ, ଅମଳ ବୃଦ୍ଧି ପାଇଁ ଚାଷୀ ଓ କୃଷି କର୍ମଚାରୀଙ୍କ ସମନ୍ୱୟ ଆବଶ୍ଯକ

ରିପୋର୍ଟ: ନିରୋଜ କୁମାର ପାଣି // ପଦ୍ମପୁର (ତା ୭ ୵ ୮): ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ କ୍ରୁଷି କାର୍ଯ୍ୟଳୟରେ ବିଦାୟ ସମ୍ବର୍ଦ୍ଧନା ସମାରୋହ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ବ୍ଲକ କ୍ରୁଷି ଅଧିକାରୀ...

ଟ୍ରେନରେ କଟି ସମାଜସେବୀଙ୍କ ମୃତ୍ୟୁ

ରିପୋର୍ଟ: ବିମଳେନ୍ଦୁ ସାହୁ // ଲୋଇସିଂହା(୦୭/୦୮): ଶୁକ୍ରବାର ଅପରାହ୍ନ ଗୋଟାଏରେ ଲୋଇସିଂହା ନିକଟସ୍ଥ ସେମେଲମୁଣ୍ଡା ଠାରେ ଟ୍ରେନ ଲାଇନରେ କଟିଯାଇ ଜଣକର ମୃତ୍ୟୁ ହୋଇଥିବା ଜଣାଯାଇଛି । ମୃତକ ଜଣକ ହେଲେ ଲୋଇସିଂହାର...

ବନ୍ଧୁଗାଁ ବ୍ଲକରେ ବିଜେଡି ଜୋନାଲ କମିଟିର ବୈଠକ ଆୟୋଜନ ଓ ଆଲୋଚନା ଚକ୍ର

ରିପୋର୍ଟ: ମିନା ବେହେରା // ବନ୍ଧୁଗାଁ (ତା ୬:୮:୨୦): ବନ୍ଧୁଗାଁ ବ୍ଲକର କୁଟ୍ରାବେଡା ଓ କୁମ୍ଭାରୀପୁଟ ମଧ୍ୟସ୍ତ ସ୍ଥାନରେ ବିଜେଡି ଦଳ ତରଫରୁ ପଣ୍ଡିତ ବିଷୟଙ୍କ ଏକ ଜୋନାଲ କମିଟି ଓ ଆଲୋଚନା ଚକ୍ର...

ବିପିଏଲ ପରିବାରଙ୍କୁ ୱେସକୋର କରୋନା ମାଡ

ରିପୋର୍ଟ: ନିରୋଜ କୁମାର ପାଣି // ପଦ୍ମପୁର (ତା ୬ ୵ ୮ ): କରୋନା ମହାମାରୀ ଯୋଗୁଁ କାମଧନ୍ଦା ନ ପାଇଁ ସବୁଠୁଁ ବେଶୀ ସମସ୍ୟା ଭିତରେ ଦରିଦ୍ର ସୀମାରେଖା ତଳେ ଥିବା...

Recent Comments

%d bloggers like this: