Friday, March 29, 2024

Top 5 This Week

Related Posts

ଭ୍ରାମ୍ୟମାଣ ଗାଡ଼ିରେ ଟୀକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, (୦୫/୦୩) : କୋଭିଡ-୧୯ ର ସମ୍ପୂର୍ଣ୍ଣ ଟୀକା କରଣ ପାଇଁ ବୌଦ୍ଧ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଓ ଆନ୍ତର୍ଜାତୀୟ ସ୍ତର ର ସ୍ୱେଚ୍ଛାସେବୀ ଅନୁଷ୍ଠାନ ପ୍ଲାନ ଇଣ୍ଡିଆ ର ମିଳିତ ଉଦ୍ୟମରେ ସମସ୍ତ ସ୍କୁଲ ଓ କଲେଜ କୁ ଯାଇ ଭ୍ରାମ୍ୟମାଣ ଗାଡ଼ିରେ କରୋନା ଟୀକାକରଣ କରାଯାଉଛି lWhatsApp Image 2022 03 05 at 8.06.41 AM ଭ୍ରାମ୍ୟମାଣ ଗାଡ଼ିରେ ଟୀକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ଆଜି ବୌଦ୍ଧ ସହରାଞ୍ଚଳର ରାମେଶ୍ୱର ବିହାର ସ୍ଥିତ ମହିଳା ମହାବିଦ୍ୟାଳୟ ଠାରେ ୮୭ ଜଣ ଛାତ୍ରୀ ଙ୍କୁ ଭ୍ରାମ୍ୟମାଣ ଗାଡ଼ିରେ ଟୀକାକରଣ କାର୍ଯ୍ୟକ୍ରମ ରେ ସାମିଲ କରାଯାଇଥିଲା l ସେହିପରି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ରେ ମଧ୍ୟ ଟୀକା ଦାନ ଶିବିର ଆୟୋଜନ କରାଯାଇ ୪୩ ଜଣ ଛାତ୍ର ଛାତ୍ରୀ ଙ୍କୁ ଟୀକା ଦିଆଯାଇ କୋଭିଡ-୧୯ ଉପରେ ସଚେତନତା କରାଯାଇଥିଲା l

ଏହି କାର୍ଯ୍ୟକ୍ରମ ରେ ପ୍ଲାନ ଇଣ୍ଡିଆ ର ଜିଲ୍ଲା ସଂଯୋଜକ ସଂଜିତ ପଟ୍ଟନାୟକ, ସୁଶାନ୍ତ କୁମାର ମଣ୍ଡଳ ଏବଂ ଲୋପାମୁଦ୍ରା ସାହୁ ପ୍ରମୁଖ ଯୋଗ ଦେଇ ଟୀକା ଦାନ ଶିବିର କୁ ପରିଚାଳନା କରିଥିଲେ l ଏହି କାର୍ଯ୍ୟକ୍ରମ ଟି ବୌଦ୍ଧ ଜିଲ୍ଲା ର ସମସ୍ତ ସ୍କୁଲ ଓ କଲେଜ କୁ ସାମିଲ କରାଇବା ପାଇଁ ପ୍ଲାନ ଇଣ୍ଡିଆ ତରଫରୁ ସୂଚନା ଦିଆଯାଇଛି l

Popular Articles