ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, (୦୫/୦୩) : କୋଭିଡ-୧୯ ର ସମ୍ପୂର୍ଣ୍ଣ ଟୀକା କରଣ ପାଇଁ ବୌଦ୍ଧ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଓ ଆନ୍ତର୍ଜାତୀୟ ସ୍ତର ର ସ୍ୱେଚ୍ଛାସେବୀ ଅନୁଷ୍ଠାନ ପ୍ଲାନ ଇଣ୍ଡିଆ ର ମିଳିତ ଉଦ୍ୟମରେ ସମସ୍ତ ସ୍କୁଲ ଓ କଲେଜ କୁ ଯାଇ ଭ୍ରାମ୍ୟମାଣ ଗାଡ଼ିରେ କରୋନା ଟୀକାକରଣ କରାଯାଉଛି l
ଆଜି ବୌଦ୍ଧ ସହରାଞ୍ଚଳର ରାମେଶ୍ୱର ବିହାର ସ୍ଥିତ ମହିଳା ମହାବିଦ୍ୟାଳୟ ଠାରେ ୮୭ ଜଣ ଛାତ୍ରୀ ଙ୍କୁ ଭ୍ରାମ୍ୟମାଣ ଗାଡ଼ିରେ ଟୀକାକରଣ କାର୍ଯ୍ୟକ୍ରମ ରେ ସାମିଲ କରାଯାଇଥିଲା l ସେହିପରି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ରେ ମଧ୍ୟ ଟୀକା ଦାନ ଶିବିର ଆୟୋଜନ କରାଯାଇ ୪୩ ଜଣ ଛାତ୍ର ଛାତ୍ରୀ ଙ୍କୁ ଟୀକା ଦିଆଯାଇ କୋଭିଡ-୧୯ ଉପରେ ସଚେତନତା କରାଯାଇଥିଲା l
ଏହି କାର୍ଯ୍ୟକ୍ରମ ରେ ପ୍ଲାନ ଇଣ୍ଡିଆ ର ଜିଲ୍ଲା ସଂଯୋଜକ ସଂଜିତ ପଟ୍ଟନାୟକ, ସୁଶାନ୍ତ କୁମାର ମଣ୍ଡଳ ଏବଂ ଲୋପାମୁଦ୍ରା ସାହୁ ପ୍ରମୁଖ ଯୋଗ ଦେଇ ଟୀକା ଦାନ ଶିବିର କୁ ପରିଚାଳନା କରିଥିଲେ l ଏହି କାର୍ଯ୍ୟକ୍ରମ ଟି ବୌଦ୍ଧ ଜିଲ୍ଲା ର ସମସ୍ତ ସ୍କୁଲ ଓ କଲେଜ କୁ ସାମିଲ କରାଇବା ପାଇଁ ପ୍ଲାନ ଇଣ୍ଡିଆ ତରଫରୁ ସୂଚନା ଦିଆଯାଇଛି l