Related Contents

୮ମ ବାଟାଲିଅନ କେନ୍ଦ୍ରୀୟ ରିଜର୍ଭ ପୋଲିସର ଜନସମ୍ପର୍କ ଶିବିର

ଚନ୍ଦ୍ରପୁର(କୈଳାସ ମାଳବିଶୋୟୀ): ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ସଦର ମହକୁମା ସ୍ଥିତ ଅଷ୍ଟମ ବାଟାଲିୟନ ସିଆରପିଏଫ କ୍ୟାମ୍ପ ପରିସରରେ ଜଣ ସମ୍ପର୍କ ଶିବିର ଅନୁଷ୍ଠିତ ହୋଇଯାଇଛି |

ଏହି କାର୍ଯ୍ୟକ୍ରମରେ ସିଆରପିଏଫ କାମାଣ୍ଡେଣ୍ଟ ନରେନ୍ଦ୍ର କୁମାର ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଶ୍ରୀ ରାମାବତାର ଭଲଟିଆ ଦ୍ଵିତୀୟ କାମାଣ୍ଡେଣ୍ଟ ୮ମ ବାଟାଲିୟନ ଯୋଗ ଦେଇଥିଲେ | ପ୍ରଥମ, ଦ୍ଵିତୀୟ ଓ ତୃତୀୟ ବାଟାଲିୟନ ଡାକ୍ତର ଶ୍ରୀ ରାଜେଶ କୁମାର (ସିଏମଓ), ଶ୍ରୀ ବୃଷଭ ମେହେର, ଉପ କାମାଣ୍ଡେଣ୍ଟ ଅବିନାଶ କୁମାର, ଶ୍ରୀ ସଞ୍ଜୟ କୁମାର, ଶ୍ରୀ ଯଶବନ୍ତ କୁମାର ହିଆଲ ଆଇଆଇସି ଚନ୍ଦ୍ରପୁର ଓ ଚନ୍ଦ୍ରପୁର ତହସିଲଦାର ଶ୍ରୀ ଫର୍ଣ୍ଣଣ୍ଡ ଏକ୍କା, ସରପଞ୍ଚ ସୁଜିତ ବ୍ରେଡେକା, ସମସ୍ତ ସରକାରୀ ସ୍କୁଲ ଶିକ୍ଷକ, ଶିକ୍ଷୟତ୍ରୀ ଓ ସିଆରପିଏଫ ର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ | ସମସ୍ତ ଅତିଥି ଉପସ୍ଥିତ ପ୍ରାୟ ୧୫୦୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀ, ବୃଦ୍ଧ ବୃଦ୍ଧା ଙ୍କୁ କମ୍ବଳ, ମଶାରୀ ଓ ଖାତା, ପେନ ଆଦି ବଣ୍ଟନ କରିଥିଲେ |

Comments are closed.