Related Contents

ମୁଖ୍ୟମନ୍ତ୍ରୀଙ୍କ ନବରଙ୍ଗପୁର ଗସ୍ତ- ହଜାରେ କୋଟିରୁ ଉର୍ଦ୍ଧ ଟଙ୍କାର ପ୍ରକଳ୍ପ ଉଦଘାଟନ

ନବରଙ୍ଗପୁର ଜିଲ୍ଲା ପ୍ରତିନିଧି (ଏ.ସତୀଶ): ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ନବରଙ୍ଗପୁର ଜିଲ୍ଲାର ଉମରକୋଟ ଗସ୍ତରେ ଆସି ବିଭିନ୍ନ ଜନହିତକର ପ୍ରକଳ୍ପର ଉଦଘାଟନ ଓ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ ।

ସ୍ଥାନୀୟ ବିଜୁ ପଟ୍ଟନାୟକ ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ ହେଲିକପ୍ଟର ଯୋଗେ ପହଞ୍ଚି ବସୁଧା ଯୋଜନାରେ ୧୦୯୭ କୋଟି ଟଙ୍କା ବ୍ୟୟରେ ୪ଟି ମେଗା ପାନୀୟ ଜଳ ପ୍ରକଳ୍ପ ସହ ୧୬ ଟି ଅନ୍ୟ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ । ଏହା ସହ ୧୯ କୋଟି ଟଙ୍କା ବ୍ୟୟରେ ନିର୍ମିତ ୧୨ ଟି ପ୍ରକଳ୍ପର ଉଦଘାଟନ କରିଥିଲେ । ମୁଖ୍ୟମନ୍ତ୍ରୀ ୨୫୨୦ ଜଣ ନିର୍ମାଣ ଶ୍ରମିକ ମାନଙ୍କୁ ସାଇକେଲ ଓ ୩୦୦୦ ଜଣଙ୍କୁ ଯନ୍ତ୍ରପାତି ଓ ସୁରକ୍ଷା ସରଞ୍ଜାମ ପ୍ରଦାନ କରିଥିଲେ । ଏହା ସହ ଜଙ୍ଗଲ ଜମି ପଟ୍ଟା, ବାସପଯୋଗୀ ଜମି ପଟ୍ଟା ପ୍ରଦାନ କରିଥିଲେ । ପରେ ଏକ ସାଧାରଣ ସଭାରେ ଯୋଗ ଦେଇ ରାଜ୍ୟସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ କହିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଅଜିତ କୁମାର ମିଶ୍ର, ଜିଲ୍ଲା ପର୍ଯ୍ୟବେକ୍ଷକ ସଞ୍ଜୟ ଦାସ ବର୍ମା, ମନ୍ତ୍ରୀ ରମେଶ ମାଝୀ, ନବରଙ୍ଗପୁର ବିଧାୟକ ମନୋହର ରନ୍ଧାରୀ, ଉମରକୋଟ ବିଧାୟକ ସୁବାଷ ଗଣ୍ଡ, କାଜୁ ନିଗମ ଅଧ୍ୟକ୍ଷ ମ. ମୁନ୍ନା ଖାଁ, ଜିଲ୍ଲା ସଭାପତି ଅର୍ଜୁନ ତ୍ରିପାଠୀ ଯୋଗ ଦେଇଥିଲେ ।

Comments are closed.