ଶେଷ ପର୍ଯ୍ୟାୟ ରେ ଗଞ୍ଜେଇ ଗଛ ନଷ୍ଟ ପାଇଁ ଡ୍ରୋନ ସର୍ଭେ

0
165
ଶେଷ ପର୍ଯ୍ୟାୟ ରେ

ରିପୋର୍ଟ : ଶିବ ବିଶୋଇ
ଲମତାପୁଟ, (୦୫/୦୩) : ପୁଣି କିଛିଦିନ ପାରେ ଆରମ୍ଭ ହୋଇଛି ଅପରେସନ ଗ୍ରୀନ କ୍ଲିନ୍ । ଶେଷ ପର୍ଯ୍ୟାୟ ରେ ଡ୍ରୋନ ସାହାଯ୍ୟରେ ଗଞ୍ଜେଇ ଚାଷ ଚିହ୍ନଟ କରି ପୋଲିସ ଗଞ୍ଜେଇ ଚାଷ ନଷ୍ଟ କରିଛି ।

ଲାମତପୁଟ ସହର ରୁ ମାତ୍ର ୪ କିଲୋମିଟ ଦୂର କାଡାମ ଗ୍ରାମ ରୁ ପୁଣି ୧ ଏକର ରେ ହୋଇଥିବା ୧୨ ସହ ଗଞ୍ଜେଇ ଗଛ ନଷ୍ଟ କରା ଯାଇଛି । କୋରାପୁଟ ପୋଲିସ ଗଞ୍ଜେଇ ଚୋରା ଚାଲାଣ ରୋକିବା ପାଇଁ ବଡ ପଦକ୍ଷେପ ନେଇଛି । ଶେଷ ପର୍ଯ୍ୟାୟ ରେ ଗଞ୍ଜେଇ ଗଛ ନଷ୍ଟ ପାଇଁ ଡ୍ରୋନ ସର୍ଭେ କରୁଛି ପୋଲିସ ।

ଗତବର୍ଷ ଏହି କାଡ଼ାମ ଗ୍ରାମ ରୁ ଗଞ୍ଜେଇ ଚାଷ ନଷ୍ଟ କରିବା ଆରମ୍ଭ କରିଥିଲା ପୋଲିସ ଏବଂ ମାଲିକାନା ଜମି ଚିହ୍ନଟ କରି ଜମି ମାଲିକ ଙ୍କ ନାମରେ ମାମଲା ରୁଜୁ କରିଥିଲା ପୋଲିସ । ପୁଣି ସେହି ଗ୍ରାମ ରୁ ଆଜି ବିପୁଳ ପରିମାଣରେ ଗଞ୍ଜେଇ ଚାଷ ନଷ୍ଟ କରିଛି ପୋଲିସ । ପୋଲିସ କୁ ଭୟ ନ କରି ବେଆଇନ ଭାବରେ ବେଧଡକ ଗଞ୍ଜେଇ ଚାଷ ବଢ଼ି ଚାଲିଥିଲା ଦେଖିବାକୁ ମିଳିଛି । କିନ୍ତୁ ପୋଲିସ ଡ୍ରୋନ ସହାୟତା ରେ କଡ଼ା ସୁରକ୍ଷା ରେ ମାଛକୁଣ୍ଡ, କୋରାପୁଟ ପୋଲିସ, ଡି . ବି. ଏଫ . , ଅବକାରୀ, ବନ ବିଭାଗ ଏବଂ ଏଗ୍ଜୁଟିବ ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତି ରେ ୧ ଏକର ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି ।

SDPO କହିଛନ୍ତି ନନ୍ଦପୁର ଏବଂ ଲମତାପୁଟ ବ୍ଲକ ରେ ଚଳିତ ବର୍ଷ ପ୍ରାୟ ୮୦୦ ଏକର ଗଞ୍ଜେଇ ଚାଷ ନଷ୍ଟ କରିଛି ପୋଲିସ ଏବଂ ଏହି ଅଞ୍ଚଳରେ ଏତେ ପରିମାଣ ଗଞ୍ଜେଇ ଚାଷ ନଷ୍ଟ ପରେ ଗଞ୍ଜେଇ ଚୋରା ଚାଲଣରେ ରୋକ ଲାଗିଥିବା ଅନୁମାନ କରାଯାଉଛି ।