Friday, March 29, 2024

Top 5 This Week

Related Posts

କିଆକଟା ପୋଲିସ ର ଗୁଣ୍ଡାରାଜ : ବିନା କାରଣରେ ଗାଡି ଅଟକ ରଖି ଯୁବକ ଦ୍ଵୟଙ୍କୁ ମାଡ

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, (୦୪/୦୩) : ମଦ ପିଇ ଧମକାଇ କିଆକଟା ପୋଲିସ କରୁଛି ଗୁଣ୍ଡାରାଜ । ସବୁ ପ୍ରକାର ଯାଞ୍ଚ କରି ସାରିଲା ପରେ ମଧ୍ୟ ଗାଡି ରେ କିଛି ନ ପାଇବାରୁ ଗାଡି ସହ ଦୁଇ ଜଣ ଯୁବକ ଙ୍କୁ ଥାନା କୁ ଆଣି ବାଡାଇ ଥିବା ଅଭିଯୋଗ ହୋଇଛି ।WhatsApp Image 2022 03 05 at 7.51.08 AM 1 କିଆକଟା ପୋଲିସ ର ଗୁଣ୍ଡାରାଜ : ବିନା କାରଣରେ ଗାଡି ଅଟକ ରଖି ଯୁବକ ଦ୍ଵୟଙ୍କୁ ମାଡ

କଥା ରେ ଅଛି ସହେ ଦୋଷୀ ଖସି ଯାଆନ୍ତୁ ପଛେ, ହେଲେ ଜଣେ ନିର୍ଦ୍ଦୋଷ ଦଣ୍ଡ ନ ପାଉ । ହେଲେ ଏମିତିକା ପୋଲିସ ଅଧିକାରୀଙ୍କ ପାଇଁ ସମଗ୍ର ପୋଲିସ ବିଭାଗ ବଦନାମ ହେବାରେ ଲାଗିଛି । ସରକାର ଙ୍କ ଦରମା ଅଣ୍ଟୁ ନାହିଁ ବୋଧେ । ବିନା ଦୋଷ ରେ ନିରିହ ଯୁବକ ଙ୍କୁ ହଇରାଣ କରୁଛନ୍ତି କିଛି ରକ୍ଷକ । ଏହିପରି ଘଟଣା ଘଟିଛି ଅନୁଗୁଳ ଜିଲ୍ଲା କିଆକଟା ଥାନା କାଦପଡା ଛକ ନିକଟରେ ।

ମିଳିଥିବା ସୂଚନାମତେ ବୌଦ୍ଧ ଜିଲ୍ଲା ସଦର ବ୍ଲକ ମନୁପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଋଷିବନ୍ଧ ଗ୍ରାମ ର ପ୍ରକାଶ ଲୁହା ଓ ସୁନିଳ ଶେଖର ମହାନନ୍ଦିଆ ଉଭୟେ ଏକ ମୃତାହ କାମ ର ନିମନ୍ତ୍ରଣ ପତ୍ର କାଦପଡା ବାଣ୍ଟି ଯାଇଥିଲେ । ଫେରିବା ବାଟରେ କାଦପଦପଡା ଛକ ରୁ ଅଳ୍ପ କିଛି ଦୂରରେ ସାଧା ପୋଷାକ ରେ କିଆକଟା ପୋଲିସ ଯୁବକ ଦ୍ଵୟଙ୍କୁ ଅଟକାଇ ସବୁ ପ୍ରକାର ଯାଞ୍ଚ କରିଥିଲେ ହେଲେ କିଛି ମିଳି ନଥିଲା । ପୋଲିସ ବାବୁ ମାନେ ୨୦,୦୦୦ ଟଙ୍କା ମାଗିଥିଲେ । ଟଙ୍କା ନ ଦେବାରୁ ଅସଭ୍ୟ ଭାଷାରେ ଗାଳି ଗୁଳଜ କରି ଥାନା କୁ ଆଣି ଏକ ନିବଦ୍ଧ କୋଠରୀରେ ମାଡ ମାରିଥିଲେ ।
ବିନା କାରଣ ରେ ନିରିହ ଯୁବକ ଦ୍ଵୟଙ୍କୁ ରାତି ସାରା ହଇରାଣ କରିଛନ୍ତି । କିଆକଟା ପୋଲିସ ର ପାରିବା ପଣିଆ କୁ ଧନ୍ୟ । ଏ ବାବଦରେ କିଆକଟା ଥାନା ଅଧିକାରୀଙ୍କୁ ପଚାରିବାରୁ ସେ କ୍ୟାମେରା ସାମ୍ନାରେ ମୁହଁ ଖୋଳିବାକୁ ବାରଣ କଲେ । ଶେଷରେ ମଦ ନିଶା ରେ ଗାଡି ର ଚାବି ଟିକୁ ମଧ୍ୟ ହଜେଇ ଦେଇଥିବାରୁ ଗାଡି ର ସମସ୍ତ ଲକ ଲଗେଇ ଗାଡି ଟିକୁ ଉକ୍ତ ଯୁବକ ଦ୍ଵୟଙ୍କୁ ହସ୍ତାନ୍ତର କରିଥିଲେ । ଏହି ଘଟଣା କୁ ଦେଖି ସ୍ଥାନୀୟ ଜନସାଧାରଣ କିଆକଟା ଥାନା ଉପରେ ଘୋର ନିନ୍ଧା କରିଥିବାର ଚର୍ଚ୍ଚା ପ୍ରକାଶ ପାଇଛି ।

Popular Articles