Related Contents

ନୂଆ ପଞ୍ଚାୟତ କରିବା ଦାବି କରି ଯୋଜନା ପ୍ରସ୍ତୁତ ବୈଠକ

କୋଲନରା (ଗୋପୀନାଥ କୋଂଡଗିରି): ରାୟଗଡା ଜିଲ୍ଲା କୋଲଣର ବ୍ଲକ ବଡ ଖିଲାପଦର ପଞ୍ଚାୟତରେ ଜଙ୍ଗଲ ପାଇଁ ଗ୍ରାମରେ ଏକ ନୂଆ ପଞ୍ଚାୟତ କରିବା ପାଇଁ ଉପର ୮ଟି ଗ୍ରାମର ଲୋକ ଏକତ୍ରିତ ହୋଇ ଯୋଜନା ପ୍ରସ୍ତ୍ରୁତି ବୈଠକ ଅନୁଷ୍ଠିତ କରିଥିଲେ |

ଖିଲାପଦର ପଞ୍ଚଯାତର ୪ଟି ଗ୍ରାମ ମୁକୁନ୍ଦପୁର ପଞ୍ଚାୟତରୁ ୩ଟି ଗ୍ରାମ ବଙ୍ଗିଲି ଗ୍ରାମ ପଞ୍ଚାୟତର ୧ଟି ଗ୍ରାମ ଏପରି ୮ଟି ଗ୍ରାମର ପ୍ରାୟ ୪୦୦ ଲୋକ ବୈଠକରେ ଯୋଗ ଦେଇଥିଲେ | ଆଜି ଏହି ବୈଠକ ଡାକିବା ଏବଂ ପରିଚାଳନା କରିବା ଦାୟିତ୍ୱ ତୁଲାଇଥିବା ନେତୃତ୍ୱ ବୃନ୍ଦ ହେଲେ ନରସିଂହ କାନ୍ଦାଗରୀ, ଧନପତି କାନ୍ଦାଗରୀ, ନିକୁଞ୍ଜ କୁମୁରୀକା, ଶ୍ରୀ ମଝି କାନ୍ଦାଗରୀ, ସାଦାରମ କାନ୍ଦାଗରୀ, ଅଜୟ ନାୟକ, ଶ୍ରୀ ମାଝି ହିକକା, ପାଣୁ କଦରକା | ନୂଆ ପଞ୍ଚାୟତ କରିବା ପାଇଁ ଦାବି କରିବା ଉଦ୍ଦେଶ୍ୟ ଏହି କି ମୁଖ୍ୟତଃ ଘାଟି ଉପର ଗାଁ ମାନଙ୍କ ଠାରୁ ପଞ୍ଚାୟତ କାର୍ଯ୍ୟାଳୟ ମାତ୍ର ୩ରୁ୪ କିଲୋମିଟର ହେବ କିନ୍ତୁ ଯାତାୟାତ ପାଇଁ ରାସ୍ତା ନ ଥିବାରୁ ୪୦କିଲୋମିଟର ବାଟ ଅତିକ୍ରମ କରି ଲୋକ ଚାଉଳ ପାଇଁ ପଞ୍ଚାୟତ ଯାଉଛନ୍ତି | ଯିବା ଆସିବା ପ୍ରାୟ ୮୦କିଲୋମିଟର ଦୂର ହଉଛି | ପ୍ରତି ମାସ ପେନସନ ପାଇଁ ବୃଦ୍ଧ ବୃଦ୍ଧା ଭିନ୍ନକ୍ଷମ ମାନେ ପଞ୍ଚାୟତକୁ ଗଲେ ଅଧା ଟଙ୍କା ଗାଡିକୁ ଦେବାକୁ ପଡୁଛି | ଏପରି ଅନେକ କାମ ପାଇଁ ଅସୁବିଧା ସମ୍ମୁଖୀନ ହେବାକୁ ପଡୁଛି | ପ୍ରତ୍ୟେକ କ୍ଷେତ୍ରରେ ପଞ୍ଚାୟତରୁ ଆବଶ୍ୟକ ଥିବା ହେତୁ ମୋଟ ୩ଟି ଜିପିର ୧୦ଟି ଗ୍ରାମକୁ ନେଇ ଜାଙ୍ଗଲ ପାଇଁ ଗ୍ରାମ କେନ୍ଦ୍ର ସ୍ଥଳ ହେଉଥିବାରୁ ସେଠାରେ ପଞ୍ଚାୟତ ସ୍ଥାପନ କରିବା ପାଇଁ ଦାବି କରିବାକୁ ସର୍ବସାଧାରଣରେ ପ୍ରକାଶ କରିଛନ୍ତି |

Comments are closed.