Related Contents

ମିଶନ ଶକ୍ତି ରଥର ଶୁଭ ଉଦଘାଟନ କଲେ ଜ଼ିଲ୍ଲାପାଳ

ରାୟଗଡା (ଅମୁଲ୍ୟ ନିଶଙ୍କ/ଗୋପୀନାଥ ଗୌଡ଼): ମିଶନ ଶକ୍ତି ରଥକୁ ଜ଼ିଲ୍ଲାପାଳ ଶ୍ରୀମତୀ ଗୁହା ପୂନମ ତାପସ କୁମାର ସବୁଜ ପତାକା ଦେଖାଇ ଶୁଭ ଉଦଘାଟନ କରିଥିଲେ |

ଏହି ରଥ ରାୟଗଡା ଜ଼ିଲ୍ଲାର ୧୧ଗୋଟି ବ୍ଲକ ୨ଟି ପୌରାଞ୍ଚଳ ଓ ଗୋଟିଏ ବିଜ୍ଞାପିତ ଅଂଚଳ ପରିକ୍ରମା କରି ମିଶନ ଶକ୍ତି ଋଣ ଯୋଜନାର ବୈଶିଷ୍ଠ୍ୟ ସମ୍ପର୍କରେ ସଚେତନା କରାଇବା ସାଙ୍ଗକୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠି ସଦସ୍ୟା ମାନଙ୍କ ରୋଜଗାର ଭିତ୍ତକ ତାଲିମ୍ ସମ୍ପର୍କରେ ଅବଗତ କରାଇବା ଏହି ରଥର ଲକ୍ଷ | ଜ଼ିଲ୍ଲାପାଳ ଉଦଘାଟନ ଅବସରରେ କହିଛନ୍ତି ରାଜ୍ୟର ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ କାର୍ଯ୍ୟକ୍ଷମ ଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠି ମିଶନ ଶକ୍ତି ଋଣ ଯୋଜନା ମାଧ୍ୟମରେ ୧ଏପ୍ରିଲ ୨୦୧୫ଠାରୁ ବ୍ୟାଙ୍କରୁ ଋଣ ନେଇ ପରିଶୋଧ କରୁଥିବା ଗୋଷ୍ଠିକୁ ଉକ୍ତ ଯୋଜନା ମାଧ୍ୟମରେ ୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ରାଶି ଉପରେ ବାର୍ଷିକ ୧% ସୁଧ ହାରରେ ସୁବିଧା ପାଇପାରିବେ | ଗୋଷ୍ଠୀ ମାନେ ବ୍ୟାଙ୍କର ପ୍ରଚଳିତ ସୁଧ ହାରରେ ନିୟମିତ କିସ୍ତି ପରିଶୋଧ କରୁଥିଲେ ରାଜ୍ୟ ସରକାର ବାର୍ଷିକ ୧%ସୁଧ ରାଶିରୁ ଅଧିକ ସୁଧ ରାଶି ସମ୍ପୃକ୍ତ ଗୋଷ୍ଠୀ ମାନଙ୍କ ବ୍ୟାଙ୍କ ଖାତାରେ ଫେରସ୍ତ ପାଇବେ | ୬ଲକ୍ଷରୁ ଊର୍ଧ୍ୱ ମହିଳା ସ୍ୱୟଂ ସହାୟକ ଗୋଷ୍ଠି ମାଧ୍ୟମରେ ୭୦ଲକ୍ଷ ମହିଳା ସଦସ୍ୟା ଉକ୍ତ କାର୍ୟକ୍ରମରେ ସାମିଲ ହୋଇଛନ୍ତି |

ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନେ ବ୍ୟାଙ୍କ ଋଣ ମାଧ୍ୟମରେ ପାଉଥିବା ସୁଧ ରିହାତି ଗୋଷ୍ଠୀର ସଂଚୟ ଓ ଆୟ ବୃଦ୍ଧି ହେବାରେ ସାହାଯ୍ୟ କରୁଅଛି | ଏହାକୁ ବିନିଯୋଗ କରି ସେମାନେ ବିଭିନ୍ନ ସାମାଜିକ ଓ ଅନ୍ୟାନ୍ୟ ଅର୍ଥ ଉପାର୍ଜନ କାରୀ କାର୍ଯ୍ୟକ୍ରମ ହାତକୁ ନେଇପାରିଛନ୍ତି | ଏହି ମିଶନ ଶକ୍ତି ରଥ ଉଦଘାଟନ ଉତ୍ସବରେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଅତିରିକ୍ତ ଜ଼ିଲ୍ଲାପାଳ ଶ୍ରୀ ସୁଧାକର ଶବର, ଜ଼ିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଆଦିପତି କହ୍ନର, ଜ଼ିଲ୍ଲା ସୂଚନା ଅଧିକାରୀ ବସନ୍ତ କୁମାର ପ୍ରଧାନ ଉପସ୍ଥିତ ଥିଲେ |

Comments are closed.