Advertisements
Friday, June 5, 2020
Home Cultural & Festival ଗୁଣୁପୁରରେ ୭ମ ଵଂଶଧାରା ବସନ୍ତ ମହୋତ୍ସବ ଉଦଘାଟିତ

ଗୁଣୁପୁରରେ ୭ମ ଵଂଶଧାରା ବସନ୍ତ ମହୋତ୍ସବ ଉଦଘାଟିତ

ଗୁଣୁପୁର (ପ୍ରଦୀପ କୁମାର ପାତ୍ର): ରାୟଗଡା ଜିଲ୍ଲା ଗୁଣୁପୁରରେ ୭ମ ଵଂଶଧାରା ବସନ୍ତ ମହୋତ୍ସବ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ।

ସକାଳେ ଜଗନ୍ନାଥ ମନ୍ଦିରରେ କଳସୀ ପୂଜାର୍ଚ୍ଚନା କରାଯିବା ପରେ ଏକ ବିଶାଳ ଶୋଭାଯାତ୍ରା ସହର ପରିକ୍ରମା କିରି ବସନ୍ତ ମହୋତ୍ସବ ପଡ଼ିଆରେ ପହଞ୍ଚିଥିଲା । ଏହି ଶୋଭାଯାତ୍ରାରେ ସହସ୍ରାଧିକ ଲୋକ, ଛାତ୍ର ଛାତ୍ରୀ ମାନଙ୍କ ପାରମ୍ପାରିକ ନୃତ୍ୟ ଓ ବାଜାରେ ସହର ଚଳ ଚଞ୍ଚଳ ହୋଇଉଠିଥିଲା । ଟ୍ରାଫିକ ବ୍ୟବସ୍ଥା ପୋଲିସ ସୁଚାରୁ ରୁପେ ତୁଲାଇଥିଲେ । ସନ୍ଧ୍ୟାରେ ସାଂସ୍କୃତିକ ମହୋତ୍ସବର ଉଦଘାଟନ ସଉର। ଲିପି ଭାଷାବିତ ଶ୍ରୀ ଓରନବିକ ଗମାଙ୍ଗ ଉଦଘାଟନ କରିଥିଲେ ।ପ୍ରଥମ ସନ୍ଧ୍ୟାରେ ଗୁଣୁପୁର ବିଧାୟକ ଶ୍ରୀ ତ୍ରିନାଥ ଗମ।ଙ୍ଗ, ରାୟଗଡା ଜିଲ୍ଲାପାଳ ଶ୍ରୀମତୀ ଗୁହା ପୂନମ ତାପସ କୁମାର ଓ ଜିଲ୍ଲା ପୋଲିସ ଅଧିକାରୀ ଶ୍ରୀ ପି ଆର ରାହୁଲ, ଗୁଣୁପୁର ଉପଜିଲ୍ଲାପାଳ ଡ଼ଃ ସିଦ୍ଧେଶ୍ୱର ବଳୀର।ମ ଅତିଥିମାନେ ଯୋଗ ଦେଇଥିଲେ । ଶିବଶକ୍ତି ମେଲୋଡି ନାଇଟର କଣ୍ଠଶିଳ୍ପୀ ମାନଙ୍କ ଦ୍ୱାରା ମନ ମୁଗଦ୍ଧକାରୀ ଗୀତ ପରିବେଷଣ ଲୋକମାନଙ୍କୁ ଆକୃଷ୍ଟ କରିଥିଲା । ଇମାର୍ଟ ସେଣ୍ଟରର କଳାକାରଙ୍କ ନୃତ୍ୟ ପରିବେଷଣ ଶୀତୁଆ ସନ୍ଧ୍ୟା ଲୋକମାନଙ୍କୁ ବାନ୍ଧି ରଖିଥିଲା ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା ଦେଲା ବିଦ୍ଯାର୍ଥୀ ପରିଷଦ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୦୪/୦୬): କରୋନା ମହାମାରୀ ପ୍ରତିହତ କରିବାରେ ଚିକିତ୍ସକ, ନର୍ସ, ଆଶାକର୍ମୀ, ଅଙ୍ଗନବାଡି କର୍ମୀ, ଅଗ୍ନିଶମ କର୍ମଚାରୀମାନଙ୍କ ଅବଦାନ ଅତୁଳନୀୟ। ନିଜର ପରିବାର...

ଅସହାୟ ଲୋକ କଳାକାର ମାନଙ୍କୁ ସହାୟତା ପ୍ରଦାନ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୪/୬): ତାଲାବନ୍ଦ ଯୋଗୁଁ ଲୋକ କଳାକାର ମାନେ ଅନେକ ଅସୁବିଧା ଭିତରେ କାଳାତିପାତ କରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ପଶ୍ଚିମ...

ରାୟଗଡରେ କଭିଡ ଚିହ୍ନଟ ହେଲା ପରେ କଣ୍ଟେନମେଣ୍ଟ ଅଞ୍ଚଳରେ ସ୍ଥିତି ପରଖିଲେ ଉପଜିଲ୍ଲାପାଳ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡ (୦୪/୦୬): ଗତକାଲି ରାୟଗଡରେ କରୋନା ଆକ୍ରାନ୍ତ ଚିହ୍ନଟ ହେଲାପରେ ଜିଲ୍ଲା ପ୍ରଶାସନ ତରଫରୁ ତୁରନ୍ତ ସହରର ଦୁଇଟି ସ୍ଥାନକୁ କଣ୍ଟେନମେଣ୍ଟ ଅଞ୍ଚଳ...

Recent Comments

%d bloggers like this: