Related Contents

ଏଟିଏମ ଭାଙ୍ଗି ଲୁଟିନେଲେ ଲକ୍ଷ୍ୟାଧିକ ଟଙ୍କା

ଧର୍ମଗଡ଼, କଳାହାଣ୍ଡି (ଚିତ୍ତରଞ୍ଜନ ବାଗ /ଯୁବରାଜ ଅଗ୍ରୱାଲ): କଳାହାଣ୍ଡି ଜିଲ୍ଲାରେ ମାତିଛନ୍ତି ଏଟିମଏମ୍‌ ଲୁଟେରା । ଗତକାଲି ବିଳମ୍ବିତ ରାତିରେ ଲୁଟେରାମାନେ ଧର୍ମଗଡ଼ ଚାରିଛକରେ ଥିବା ଇଣ୍ଡିଆନ୍ ଓଭର ସିଜ୍ ବ୍ୟାଙ୍କ ଏଟିଏମରୁ ଲୁଟ୍ କରିଛନ୍ତି ।

ଲୁଟେରାମାନେ ଏଟିଏମ୍ ମେସିନକୁ ଗ୍ୟାସ୍‌ କଟରରେ କାଟି ପିକଅପ୍‌ ଭ୍ୟାନରେ ଲଦି ଫେରାର ହୋଇଯାଇ ଥିଲେ । କ୍ୟାସ୍‌ ବକ୍ସରେ ୨ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଥିବା ବ୍ୟାଙ୍କ କର୍ତ୍ତୁପକ୍ଷ କହିଛନ୍ତି । ସେହିପରି ବସ୍ତିପଡାରେ ଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କ ଏଟିଏମ୍ ଲୁଟ୍‌ କରିବା ପାଇଁ ଦୁର୍ବୃତ୍ତ ଉଦ୍ୟମ କରିଥିଲେ । ହେଲେ ପୁଲିସ୍ ଗାଡ଼ି ଆସିବାରୁ ଲୁଟେରାମାନେ ଫେରାର ହୋଇଯାଇଥିଲେ। କଳାହାଣ୍ଡି ଏସ.ପି. ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି । ଏହାସହ ପୁଲିସର ସ୍ୱତନ୍ତ୍ର ଟିମ୍‌ ଏହାର ଯାଞ୍ଚ କରୁଛି।

Comments are closed.