Related Contents

ପଦ୍ମପୁର ଆର୍ଯ୍ୟନ ଇଂରାଜୀ ମିଡ଼ିଅମ ସ୍କୁଲରେ ୧୬ତମ ବାର୍ଷିକ ଉତ୍ସବ

ପଦ୍ମପୁର(ପ୍ରଭାତ କୁମାର ମିଶ୍ର): ରାୟଗଡା ଜିଲ୍ଲାର ପଦ୍ମପୁର ସ୍ଥିତ ଆର୍ଯ୍ୟନ ଇଂରାଜୀ ମିଡ଼ିଅମ ସ୍କୁଲ ପରିସରରେ ୧୬ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି |

ଅନୁଷ୍ଠାନର ସମ୍ପାଦିକା ସ୍ଵର୍ଣ ମଞ୍ଜରୀ ଦାସଙ୍କ ଆୟୋଜନ କ୍ରମେ ଅନୁଷ୍ଠିତ ସଭାରେ ସ୍କୁଲର ପ୍ରତିଷ୍ଠାତା ହରିସରଣ ଦାସ ଯୋଗ ଦେଇଥିଲେ | ଏଥିରେ ମୁଖ୍ୟ ବକ୍ତା ଭାବେ ଗୁଣୁପୁର ସବ ଡ଼ିଭିଜନାଲର ସ୍ତ୍ରୀ ଓ ପ୍ରସୂତି ବିଭାଗ ଡାକ୍ତର ପ୍ରଦୀପ କୁମାର ପଣ୍ଡା, ମୁଖ୍ୟ ଅତିଥି ଭାବେ ପଦ୍ମପୁର ବିଡ଼ିଓ ଅଗସ୍ତି ପ୍ରଧାନ, ସମ୍ମାନିତ ଅତିଥି ଭାବେ ପଦ୍ମପୁର ତହସିଲଦାର ନୀଳ ମାଧବ ମାଝୀ, ସମାଜ ମଙ୍ଗଳ ଅଧିକାରୀ ଅସୀମା ରାଓ ପ୍ରମୁଖ ଯୋଗ ଦେଇ ବର୍ତ୍ତମାନ ଶିଶୁର ବିକାଶ ଧାରାରେ ଶିକ୍ଷା କିଭଳି ହେବ ଆବଶ୍ୟକ ଓ ଶିକ୍ଷକ ଓ ପିତାମାତା ଙ୍କ ଦାୟିତ୍ୱ କିଭଳି ହେବ ଆବଶ୍ୟକ ତା ଉପରେ ଆଲୋକପାତ କରିଥିଲେ | ପରେ ଅତିଥିମାନଙ୍କ ଦ୍ୱାରା ଆଗରୁ କରାଯାଇଥିବା ବିଭିନ୍ନ କ୍ରୀଡା ପ୍ରତିଯୋଗିତାରେ ପ୍ରତିଭା ଅର୍ଜନ କରିଥିବା ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଥିଲା | ସ୍କୁଲର ଶିକ୍ଷକ ପ୍ରମୋଦ ନାୟକ, ମନୋଜ ପାତ୍ର, ବିକ୍ରମ ନାୟକ, ମନୀଷା ପାଣିଗ୍ରାହୀ, କର୍ମଚାରୀ ଓ ଅଭିଭାବକ ମାନେ ସହଯୋଗ କରିଥିଲେ |

Comments are closed.