Related Contents

ଜିଲ୍ଲାରେ ଗଡ଼ିଲା ମିଶନ ଶକ୍ତି ରଥ

ମାଲକାନଗିରି ଜିଲ୍ଲା ପ୍ରତିନିଧି(ଅସୀମ ବିଶ୍ୱାସ): ଆଜି ଜିଲ୍ଲାପାଳଙ୍କ ଅଫିସରୁ ମିଶନ ଶକ୍ତି ରଥର ଜିଲ୍ଲାବ୍ୟାପୀ ପରିକ୍ରମାକୁ ପତକା ଦେଖାଇ ଶୁଭାରମ୍ଭ କରିଥିଲେ ଜିଲ୍ଲାପାଳ ମନୀଷ ଅଗ୍ରୱାଲ ।

ଏହି ରଥ ଜିଲ୍ଲା ସମସ୍ତ ପଂଚାୟତ ଓ ଗ୍ରାମ ଗୁଡିକୁ ପରିକ୍ରମା କରିବା ସହ ମିଶନ ଶକ୍ତି ମାଧ୍ୟମରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଗଠନ, ମହିଳାମାନଙ୍କ ପ୍ରତି ସରକାରଙ୍କ ଅବଦାନ, ବିନା ସୁଧରେ ୧୫ହଜାର ଟଙ୍କା ପ୍ରଦାନ ଇତ୍ୟାଦିର ବାର୍ତ୍ତା ଦେବ । ରାଜ୍ୟରେ ୭୦ଲକ୍ଷରୁ ଅଧିକ ମହିଳା ୬ଲକ୍ଷ ସ୍ୱୟଂସହାକ ଗୋଷ୍ଠୀ ମାଧ୍ୟମରେ ଜଡିତ ଅଛନ୍ତି । ଆଗାମୀ ଦିନରେ ସରକାର ମିଶନ ଶକ୍ତି ମାଧ୍ୟମରେ ଦିଆ ଯାଉଥିବା ଋଣ କୁ ୩ଲକ୍ଷ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଯୋଜନା ରଖିଛନ୍ତି । ରାଜ୍ୟରେ ୩୩୮ଟି ବ୍ଲକ ସ୍ତରୀୟ ମହାସଂଘ ଗଠନ କରିବା ସହିତ ପ୍ରତ୍ୟେକ ସ୍ୱୟଂ ସହାୟକ ଗୋଷ୍ଠୀକୁ ୨୫ହଜାର ଟଙ୍କା ଋଣ ଦେବାକୁ ଲକ୍ଷ୍ୟ ରଖାଯାଇଛି ।

Comments are closed.