ରୁଷ ଓ ୟୁକ୍ରେନ ଯୁଦ୍ଧ : ୫୦ ଟଙ୍କା ବଢିଲାଣି ଖାଇବା ତେଲ ଦର

0
202
ରୁଷ ଓ ୟୁକ୍ରେନ

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର, (୦୪/୦୩) : ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ରୋଷେଇଶାଳା ଉପରେ ମାଡ କରିଛି । ଗୋଟିଏ ସପ୍ତାହ ଭିତରେ କୋରାପୁଟ ଜିଲ୍ଲାରେ ଖାଇବା ତେଲ ର ଦାମ ପ୍ରାୟ ୫୦ ଟଙ୍କା ବଢିଯାଇଛି ।

ଆମ ଦେଶରେ ୭୦ ପ୍ରତିଶତ ଖାଇବା ତେଲ ବିଦେଶରୁ ଆମଦାନୀ ହୋଇଥାଏ । ଏବେ ରୁଷ ଓ ୟୁକ୍ରେନ ଯୁଦ୍ଧ ଯୋଗୁଁ ତେଲ ଆମଦାନୀ ବାଧାପ୍ରାପ୍ତ ହୋଇଛି । ଆଉ ଏହାର ସୁଯୋଗ ନେଇ କିଛି ଅସାଧୁ ବ୍ୟବସାୟୀ କୋରାପୁଟ, ଜୟପୁର ଅଞ୍ଚଳରେ ପୁରୁଣା ଷ୍ଟକକୁ ଚଢା ଦରରେ ବିକ୍ରି କରୁଛନ୍ତି ।

କୋରାପୁଟ ଜିଲ୍ଲାରେ ୬ ମାସ ତଳେ ବିଭିନ୍ନ ନାମୀଦାମୀ ବ୍ରାଣ୍ଡ ର ପାମୋଲିନ୍, ରିଫାଇନ୍, ସୂର୍ଯ୍ୟମୁଖୀ ଓ ସୋୟାବିନ ତେଲ ଦର ଲିଟର ପିଛା ଶହେ ଟଙ୍କା ଦରରେ ବିକ୍ରି ହେଉଥିଲା । କିନ୍ତୁ ଏବେ ତାହା ୧୫୫ ରୁ ୧୬୫ ଟଙ୍କାରେ ବିକ୍ରି ହେଉଛି । ଗତ ମାସକ ଭିତରେ ରିଫାଇନ ତେଲ ଲିଟର ପିଛା ୧୧୫ ରୁ ୧୬୫ ଟଙ୍କାକୁ ବୃଦ୍ଧି ପାଇଛି ।

ସେପଟେ ଓଡିଶାରେ ଆସନ୍ତା ସପ୍ତାହକ ଭିତରେ ଖାଇବା ତେଲର ଦାମ ୫୦ ଟଙ୍କା ବଢିଯିବ ବୋଲି କହିଛି ଓଡିଶା ବ୍ୟବସାୟୀ ମହାସଂଘ । କାରଣ ସପ୍ତାହକ ମଧ୍ୟରେ ଗଚ୍ଛିତ ତେଲ ସରିଯିବ । ଓଡିଶାକୁ ବାର୍ଷିକ ୬ ଲକ୍ଷ ଟନ୍ ଓଡିଶାକୁ ଆସିଥାଏ । ଏବେ ଯୁଦ୍ଧ ଯୋଗୁଁ ତେଲ ଆମଦାନୀ ବାଧାପ୍ରାପ୍ତ ହୋଇଛି । ତେଣୁ ଖାଇବା ତେଲ ଦର ବଢିବ ବୋଲି କହିଛନ୍ତି ଓଡିଶା ବ୍ୟବସାୟୀ ମହାସଂଘ ର ମହାସଚିବ ସୁଧାକର ପଣ୍ଡା ।