Related Contents

କେନ୍ଦ୍ରୀୟ ସୁରକ୍ଷା ବଳ ୪ର୍ଥ ବାଟାଲିୟନର ପ୍ରତିଷ୍ଠା ଦିବସ

ରାୟଗଡା (ଅମୁଲ୍ୟ ନିଶଙ୍କ ଓ ଗୋପୀନାଥ ଗୌଡ଼): କେନ୍ଦ୍ରୀୟ ସୁରକ୍ଷା ବଳ ୪ର୍ଥ ବାଟାଲିୟନ ରାୟଗଡାର ପ୍ରତିଷ୍ଠା ଦିବସ ପ୍ରତିବର୍ଷ ନଭେମ୍ବର ୭ତାରିଖରେ ପାଳନ କରାଯାଉଥିବା ବେଳେ ଗତ ନଭେମ୍ବର ୨୦୧୮ରେ ଏହି ୪ର୍ଥ ବାଟାଲିୟନର କେତୋଟି ଗ୍ରୁପ ଛତିଶଗଡରେ ନକ୍ସଲ ଅଂଚଳରେ କାର୍ଯ୍ୟରତ ଥିଲେ |

ସେଥି ନିମନ୍ତେ ଏହି ପ୍ରତିଷ୍ଠା ଦିବସକୁ ପାଳନ ନ କରି ୨୦୧୯ଫେବୃୟାରୀ ୨ତାରିଖରେ ପାଳନ କରାଯାଇଥିଲା | ସି ଆର ପି ଏଫ ସମ୍ବଲପୁର ରେଞ୍ଜ ଡି ଆଇ ଜି ଏସ ଡ଼ି ପାଣ୍ଡେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ | ଏହି ପ୍ରତିଷ୍ଠା ଦିବସରେ ୧୦ଜଣ ସିପାହୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ୪ର୍ଥ ବାଟାଲିୟନ କାମାଣ୍ଡେଣ୍ଟ ଶ୍ରୀ ୱାଇ କେ ରାଜପୁତ ୮ମ ବାଟାଲିୟନ କାମାଣ୍ଡେଣ୍ଟ ଯୋଗୀନ୍ଦ୍ର ଅଗ୍ରୱାଲ ଜେକେ କାଗଜ କଳ ଉପସଭାପତି ପି କେ ସୁରି ଜେକେ କାଗଜକଳ ଲୋକସମ୍ପର୍କ ଅଧିକାରୀ ଏସ କେ ନାଥ ରାୟଗଡା ପୌରପାଳିକା ଅଧିକାରୀ ଶ୍ରୀ ମଙ୍ଗିଲାଲ ଜୈନ ରାୟଗଡା ଆଞ୍ଚଳିକ ପରିବହନ ଅଧିକାରୀ ଦିଲୀପ କୁମାର ଦଳାଇ ଏମ ଭି ଆଇ ଶିବଶଙ୍କର ଚୌଧୁରୀ ଅତିଥିରୂପେ ଯୋଗ ଦେଇଥିଲେ ଓ ସମାଜ ତଥା ରାଷ୍ଟ୍ରରେ ଶାନ୍ତି ରକ୍ଷା କରିବା ନିମନ୍ତେ କିପରି ସି ଆର ଏଫ ଯବାନ ମାନେ ଦିନରାତି କାର୍ଯ୍ୟରତ ଅଛନ୍ତି ସେଥିନେଇ ଆଲୋଚନା କରିବା ସାଙ୍ଗକୁ ଜେଏନଙ୍କୁ ପ୍ରସଂଶା କରିଥିଲେ |

ଏହି ଅବଶରରେ ଯବାନ ମାନଙ୍କ ମନୋରଞ୍ଜନ ନିମନ୍ତେ ମହିଳା ମହାବିଦ୍ୟାଳୟ ଛାତ୍ରୀ, ମୁକୁନ୍ଦପୁରର ଜଗତପୁର ଡାନ୍ସ ଗ୍ରୁପ ତଥା ଗ୍ରାମାଞ୍ଚଳର କଳାକାରଙ୍କ ଡାନ୍ସ ପରିବେଷଣ କରାଯାଇଥିଲା | ସେକଣ୍ଡ କାମାଣ୍ଡେଣ୍ଟ ସୁଶୀଲ କୁମାର ଠାକୁର ମିଟୁ ରାୟ, ଅଶୋକ କୁମାର ଓ ଆର ଏନ ତ୍ୟାଗୀ ସିଆରଏଫ ର ବିଭିନ ବିକାଶ ମୂଳକ କାର୍ଯ୍ୟକ୍ରମ ବିଷୟରେ କହିଥିଲେ | ଅନ୍ୟ ମାନଙ୍କ ମଧ୍ୟରେ ସିଆରଏଫର ସରୋଜ ମହାନ୍ତି, ସନ୍ତୋଷ ରାଜୁ ଉପସ୍ଥିତ ରହି ପରିଚାଳନା କରିଥିଲେ |

Comments are closed.