Friday, March 29, 2024

Top 5 This Week

Related Posts

୨୫ ଟଙ୍କା ମହଙ୍ଗା ହୋଇପାରେ ତୈଳ ଦର

ରିପୋର୍ଟ : ସୁଭାସିସ ନାୟକ //
ଭୁବନେଶ୍ୱର, (୦୩/୦୩) : ଆସନ୍ତା ସପ୍ତାହରେ ପାଖପାଖି ୨୫ ଟଙ୍କା ମହଙ୍ଗା ହୋଇପାରେ ତୈଳ ଦର । ଉତ୍ତର ପ୍ରଦେଶ ନିର୍ବାଚନ ଆସନ୍ତା ସପ୍ତାହରେ ଶେଷ ହେବା ପରେ ତୈଳ ଦର ବଢିବା ଅନୁମାନ କରାଯାଉଛି ।

କାରଣ ୟୁକ୍ରେନ- ରୁଷ ଯୁଦ୍ଧ ଯୋଗୁଁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ଦର ବ୍ୟାରେଲ ପିଛା ୧୧୩ ଡଲାର ଅତିକ୍ରମ କରିଛି । ଆଉ ଭାରତ ର ତେଲ କଂପାନୀ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ପାଖାପାଖି ୯ ଟଙ୍କା କ୍ଷତି ସହୁଛନ୍ତି ଭାରତ ର ତେଲ କଂପାନୀ । ତେଣୁ ବିଧାନସଭା ନିର୍ବାଚନ ଶେଷ ହେବା ପରେ ୨୫ ଟଙ୍କା ମହଙ୍ଗା ହୋଇପାରେ ପେଟ୍ରୋଲ, ଡିଜେଲ ଦର ।

ଏ ନେଇ ସବୁଆଡେ ଚର୍ଚ୍ଚା ହେଉଛି । ପେଟ୍ରୋଲ, ଡିଜେଲ ଦର ରାଜନୈତିକ ଦୃଷ୍ଟିକୋଣରୁ ସମ୍ବେଦନଶୀଳ ପ୍ରସଙ୍ଗ । ଭୋଟ ବିଗିଡିବାର ଆଶଙ୍କାରେ ତେଲ ଦର ଦୀର୍ଘ ୧୧୮ ଦିନ ହେଲା ବଢାଇ ନାହାନ୍ତି ।

Popular Articles