Advertisements
Thursday, July 16, 2020
Home Children Issue ଚତୁର୍ଥ ଅଭିଭାବକ ଶିକ୍ଷକ ବୈଠକ-ସରକାରୀ ଉଚ୍ଚ ବିଦ୍ୟାଳୟ ଚନ୍ଦ୍ରପୁର

ଚତୁର୍ଥ ଅଭିଭାବକ ଶିକ୍ଷକ ବୈଠକ-ସରକାରୀ ଉଚ୍ଚ ବିଦ୍ୟାଳୟ ଚନ୍ଦ୍ରପୁର

ଚନ୍ଦ୍ରପୁର (କୈଳାସ ମାଳବିଶୋୟୀ): ଚନ୍ଦ୍ରପୁର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ୪ର୍ଥ ଥର ପାଇଁ ଅଭିଭାବକ ଶିକ୍ଷକ ଅନୁଷ୍ଠିତ ହୋଇଥିଲା |

ପ୍ରଧାନ ଶିକ୍ଷକ ଚକ୍ରପାଣି ଙ୍କ ତତ୍ୱାବଧାନରେ ସ୍କୁଲ କମିଟି ସଭାପତି ହାଡିବନ୍ଧୁ ବେକେଵେଦ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ | ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ତଳ ଜେନାଙ୍କ ଉପସ୍ଥିତିରେ ଶ୍ରୀ ଜଗନ୍ନାଥଙ୍କ ଫୋଟୋରେ ପୁଷ୍ପମାଲ୍ୟ ଦେଇ ସଭା ଆରମ୍ଭ ହୋଇଥିଲା | ଏହି କାର୍ଯ୍ୟକ୍ରମରେ ପ୍ରାୟ ୩୦୦ଜଣ ଅଭିଭାବକ ଯୋଗଦେଇଥିଲେ | ଶ୍ରୀ ପ୍ରଦୀପ କୁମାର ଚୌଧୁରୀ ମଞ୍ଚ ପରିଚାଳନା କରିଥିଲେ | ଛାତ୍ରମାନେ ଶ୍ରେଣୀରେ ଉପସ୍ଥିତ ରହି ପେରିଆଡ଼ ଅନୁସାରେ ଶିକ୍ଷାଦାନ କରିବା, ପିଲାମାନଙ୍କୁ ନଦୀକୁ ନ ଯାଇ ଶୌଚାଳୟ ବ୍ୟବହାର କରିବା ଆଦି ଉପରେ ଆଲୋଚନା ହୋଇଥିଲା | ବିଦ୍ୟାଳୟରେ ଛାତ୍ରମାନେ ଘରକୁ ଗଲେ ପ୍ରଥମେ ପ୍ରଧାନ ଶିକ୍ଷକ ଦସ୍ତଖତ, ଶ୍ରେଣୀ ଶିକ୍ଷକ ଦସ୍ତଖତ ଏବଂ ଅଭିଭାବକଙ୍କ ଦସ୍ତଖତ ପରି ବିଷୟ ଉପରେ ଆଲୋକପାତ କରିଥିଲେ |

ଛାତ୍ର ମାନେ ମେସ ପରିଚାଳକଙ୍କ ବିନା ଅନୁମତିରେ ଘରକୁ ଯାଇପାରିବେ ନାହିଁ ବୋଲି ପ୍ରଧାନ ଶିକ୍ଷକ ସମସ୍ତ ଅଭିଭାବକ ସମ୍ମୁଖରେ ଉପସ୍ଥାପନ କରିଥିଲେ |ନୂତନ ଭାବେ ଜଣେ ପ୍ରଧାନ ଶିକ୍ଷକ କୋରାପୁଟରୁ ଆସିବେ ବୋଲି ସଭା ସ୍ଥଳରେ କହିଥିଲେ | କୋରାପୁଟ ଜିଲ୍ଲା କମିଟୀପୁଟ ବିଦ୍ୟାଳୟରୁ ପ୍ରୋମସନରେ ଆସିବେ ବୋଲି କହିଥିଲେ | ଏହି କାର୍ଯ୍ୟକ୍ରମରେ ଅନେକ ଅତିଥି ସହ ସମସ୍ତ ଅଭିଭାବକ ଉପସ୍ଥିତ ରହି ସଭାକୁ ସୁଚାରୁ ରୂପେ ପରିଚାଳନାରେ ସହଯୋଗ କରିଥିଲେ |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ସିବିଏସଇ ବୋର୍ଡ଼ର ପରୀକ୍ଷା ଫଳ ପ୍ରକାଶ-ଆଦିତ୍ୟ ବିର୍ଲା ପବ୍ଲିକ ସ୍କୁଲର ପରୀକ୍ଷାର୍ଥୀ ଶତପ୍ରତିଶତ କୃତକାର୍ଯ୍ୟ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା (୧୬/୦୭): ପ୍ରକାଶିତ ହୋଇଯାଇଛି ରାଜ୍ୟ ସ୍ତରୀୟ ସିବିଏସଇ ଦଶମ ବୋର୍ଡ ପରୀକ୍ଷା ଫଳ l ଏହାସହିତ ଟିକିରି ଥାନାସ୍ଥିତ ଦୋରାଗୁଡ଼ାରେ ଅବସ୍ଥିତ...

ଦଶମ ଶ୍ରେଣୀ ସିବିଏସଇ ବୋର୍ଡ଼ର ପରୀକ୍ଷା ଫଳ ପ୍ରକାଶ, ଥେରୁବାଲି ସ୍ଥିତ ଚିନ୍ମୟ ବିଦ୍ୟାଳୟର ରେକର୍ଡ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା (୧୬/୦୭): ପ୍ରକାଶିତ ହୋଇଯାଇଛି ଚାଳିତ ବର୍ଷର ଦଶମ ଶ୍ରେଣୀ ସିବିଏସଇ ବୋର୍ଡ଼ର ପରୀକ୍ଷା ଫଳ l ରାୟଗଡା ଜିଲ୍ଲା ଅନ୍ତର୍ଗତ ଥେରୁବାଲି...

ବୁର୍ଲା ଭିମସାର ରେ ୪ କରୋନା ଯୋଦ୍ଧା କରୋନା ରେ ଆକ୍ରାନ୍ତ

ସମ୍ବଲପୁର (ଓଡିଶା ନ୍ୟୁଜ୨୪ବ୍ୟୁରୋ-୧୬/୦୭): ବୁର୍ଲା ଭୀମସାର ୪ କରୋନା ଯୋଦ୍ଧା ଏବେ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସମସ୍ତ ୪ ଆକ୍ରାନ୍ତଙ୍କୁ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ୪ କରୋନା...

କଳାହାଣ୍ଡିରେ ପୁଣି ଦୁଇ କରୋନା ପଜିଟିଭ, ଜିଲ୍ଲାପାଳଙ୍କ ସ୍ୱତନ୍ତ୍ର ପଦକ୍ଷେପ

ରିପୋର୍ଟ: ପ୍ରଭୁଦତ୍ତ ପଣ୍ଡା //କଳାହାଣ୍ଡି (୧୫.୦୭.୨୦୨୦): କଳାହାଣ୍ଡି ଜିଲ୍ଲାରେ ଆଜି ପୁଣି ଦୁଇ କରୋନା ପଜିଟିଭ ରିପୋର୍ଟ ଆସିଥିବା ଜିଲ୍ଲାପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ଜଣେ ଦିଲ୍ଲୀ...

Recent Comments

%d bloggers like this: