ଚାଷୀଙ୍କ ସହ ଖେଳ, ମୁଗ ବଦଳରେ ବିରି ବାଣ୍ଟିଲେ ବିଧାୟକ

ବରୀ(ସତ୍ୟଜିତ ବାରିକ): ଯାଜପୁର ଜିଲ୍ଲା ବରୀ ବ୍ଲକ ମନ୍ଦାରି ପଞ୍ଚାୟତରେ ଏକ ଅଭାବନୀୟ ଘଟଣା ଦେଖିବକୁ ମଳିଛି ।

ସୂଚନା ଅନୁସାରେ ଏକ ସଭାରେ ବରୀ ବିଧାୟକ ଶ୍ରୀଯୁକ୍ତ ଦେବାଶିଷ ନାୟକ ଚାଷୀ ମାନଙ୍କୁ ମୁଗ ବାଣ୍ଟୁ ଥିଲେ । ଚାଷୀ ମାନେ ଖୁସିରେ ଆସି ମୁଗ ନେଇ ବିଲରେ ବୁଣି ବାକୁ ବହୁତ ଖୁସି ଥିଲେ ହଠାତ ବଦଳି ଯାଇଥିଲା ଖୁସି ଥିବା ଚାଷୀଙ୍କ ମୁଁହ ମୁଗ ବଦଳରେ ପ୍ୟାକେଟରେ ଥିଲା ବିରି । ଏପରି ସ୍ଥଳେ ଚାଷୀ ମାନଙ୍କ ମଧରେ ତୀବ୍ର ପତିକ୍ରିୟା ସୃଷ୍ଟି ହୋଇଛି । ବରୀ ହେଉଛି ଏକ କୃଷିପ୍ରାଧାନ୍ୟ ଅଞ୍ଚଳ ଯାହାକୁ ନେଇ ଖୋଦ ବିଧାୟକ ଏପରି ଖେଳ ଖେଳୁଥିବା ଚାଷୀମାନେ କହିଛନ୍ତି । ଏହା ନେଇ ବରୀ ବ୍ଲକ କୃଷି ଅଧିକାରୀଙ୍କ ସହ ଯୋଗାଯୋଗ କରିଥିଲେ ମଧ୍ୟ କୌଣସି ପତିକ୍ରିୟା ମିଳିପାରି ନାହିଁ ।

Comments are closed.