ଡଙ୍ଗା ଓଲଟି ଜଣେ ନିଖୋଜ

ଲମତାପୁଟ(ସୌମ୍ୟରଂଜନ ସାହୁ): ସଦର ଲମତାପୁଟ ବ୍ଲକ କୋଲାବ ଜଳଭଣ୍ଡାର ନିକଟରେ ଦୁର୍ଲା ନଦୀ କୂଳରେ ଏକ ଡଙ୍ଗା ଓଲଟି ଜଣେ ବ୍ୟକ୍ତି ନିଖୋଜ ଥିବା ଜଣାପଡିଛି।

ଦୁର୍ଲା ନଦୀ ଘାଟ ରୁ ଲମତାପୁଟ ଅଭିମୁଖେ ଏକ ଦେଶି ଡଙ୍ଗାରେ ଦୁଇ ଜଣ ବ୍ୟକ୍ତି ଆସୁଥିବା ସମୟରେ ଡଙ୍ଗା ଓଲଟି ଜଣେ ବ୍ୟକ୍ତି ନିଖୋଜ ହୋଇଥିବା ଜଣାପଡିଛି । ନିଖୋଜ ବ୍ୟକ୍ତି ଜଣକ ମାଲକାନଗିରି ଜିଲ୍ଲାର ସିତାପାଲି ଗ୍ରାମର ଗୁରୁ ହଣ୍ଡାଲ୍ । ଆଉ ଜଣକୁ ଗ୍ରାମବାସୀମାନେ ଉଦ୍ଧାର କରିଥିବା ଜଣାପଡିଛି । ଲମତାପୁଟ ଅଗ୍ନିସମ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ଜଣାପଡିଛି।

Comments are closed.