ପାଞ୍ଚ ଦଫା ଦାବି ନେଇ କଳାହାଣ୍ଡି ରେ କେନ୍ଦୁପତ୍ର କର୍ମଚାରୀଙ୍କ ସାଧାରଣ ସଭା

ମ.ରାମପୁର(ଡିଙ୍ଗର କିଶୋର ସାହୁ): ଆଜି କଳାହାଣ୍ଡି ଜିଲ୍ଲା ଭାବନୀପାଟଣା ମେଦିନିପୁର ଠାରେ କଳାହାଣ୍ଡି ଜିଲ୍ଲା କେନ୍ଦୁପତ୍ର କର୍ମଚାରୀ ମାନଙ୍କ ତରଫରୁ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା।

ଏଥିରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ରାଜ୍ୟ ସଭା ସାଂସଦ ଶ୍ରୀଯୁକ୍ତ ସୌମ୍ୟରଂଜନ ପଟ୍ଟନାୟକ,ପ୍ରମୁଖ ଅତିଥି ଭାବେ କଳାହାଣ୍ଡି ଡି ଏଫ ଓ ମଳୟ କୁମାର ଦାସ,ସମ୍ମାନୀତ ଅତିଥି ଭାବେ ଏସିଏଫ ନରହରି ସ୍ୱାଇଁ, ମୁଖ୍ୟ ବକ୍ତା ଭାବେ କେନ୍ଦୁପତ୍ର କର୍ମଚାରୀ ସଂଘ ସଭାପତି ଶ୍ରୀକାନ୍ତ ପଟ୍ଟନାୟକ ଓ ପୂର୍ବତନ ଜିଲ୍ଳା ପରିଷଦ ଅଧ୍ୟକ୍ଷ ଶରତ ଚନ୍ଦ୍ର ନାୟକ ପ୍ରମୁଖ ଯୋଗ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ କେନ୍ଦୁପତ୍ର କର୍ମଚାରୀ ଙ୍କ ପାଞ୍ଚ ଦଫା ଦାବି ପତ୍ର ଯଥା,ସପ୍ତମ ବେତନ କମିଶନ ଅନୁସାରେ ଦରମା ବୃଦ୍ଧି,ବର୍ଷ ସାରା କାମ,ଇପିଏଫ କାଟିବା, ସତ ପ୍ରତିଶତ ବୋନସ ତଥା ଅବସର ଭତ୍ତା ଆଦି ଦାବି କରାଯାଇଥିଲା। ମଞ୍ଚରେ ଉପସ୍ଥିତ ଥିବା ଅତିଥି ମାନେ କେନ୍ଦୁପତ୍ର କର୍ମଚାରୀ ଙ୍କସୁବିଧା ଅସୁବିଧା ବୁଝିବା ସହ ନିଜ ନିଜ ର ମତ ପ୍ରକାଶ କରିଥିଲେ।ଏଥିରେ କାର୍ଯ୍ୟକ୍ରମ ରେ କଳାହାଣ୍ଡି ର ସମସ୍ତ କେନ୍ଦୁପତ୍ର କର୍ମଚାରୀ ଉପସ୍ଥିତ ଥିଲେ।

Comments are closed.