Related Contents

ରାୟଗଡା ଜ଼ିଲ୍ଲା ଆଶାକର୍ମୀ ଓ ଆଶା ସାଥି ମାନଙ୍କର ଜ଼ିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ବିକ୍ଷୋଭ

ରାୟଗଡା(ଗୋପୀନାଥ ଗୌଡ଼): ଭାରତୀୟ ମଜଦୁର ସଂଘ ଦ୍ଵାରା ପରିଚାଳିତ ଓଡିଶା ରାଜ୍ୟ ଆଶାକର୍ମୀ ସଂଘ, ରାୟଗଡା ଜ଼ିଲ୍ଲା ଶାଖାର ଆବାହନ କ୍ରମେ ଜ଼ିଲ୍ଲାର ଶହ ଶହ ଆଶାକର୍ମୀ ଓ ଆଶା ସାଥୀ ମାନେ ରାୟଗଡା ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦିନ ୧୦:୩୦ଠାରୁ ୪:୩୦ମି ପର୍ଯ୍ୟନ୍ତ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ ସହିତ ଏକ ସଭାର ଆୟୋଜନ କରାଯାଇ ଥିଲା |

ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧୀନରେ ରାୟଗଡା ଭଳି ଏକ ଉପାନ୍ତ ଜ଼ିଲ୍ଲା, ଗ୍ରାମାଞ୍ଚଳର ମା ଓ ଶିଶୁଙ୍କ ବିକାଶ ସହିତ ନିରାପଦ ମାତୃତ୍ୱ ଓ ସମସ୍ତ ମାଆ ସ୍ୱାସ୍ଥ୍ୟ କେନ୍ଦ୍ରରେ ସନ୍ତାନ ଜନ୍ମ କରିବା ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମ୍ବଦ୍ଧୀୟ କାର୍ଯ୍ୟରେ ଆଶାକର୍ମୀ ମାନେ ନିଯୋଜିତ ହୋଇ କାର୍ଯ୍ୟ କରିଆସୁଛନ୍ତି | ଯାହା ଫଳରେ ମାତୃ ମୃତ୍ୟୁ ହାର ଏବଂ ସ୍ୱାସ୍ଥ୍ୟ କେନ୍ଦ୍ରରେ ଶିଶୁ ଜନ୍ମ ଲାଭ କରିବାର ଉଲ୍ଲେଖନୀୟ ଅଗ୍ରଗତି ହୋଇଛି | ତା ସତ୍ୱେ ଆଶା କର୍ମୀମାନେ ସର୍ବନିମ୍ନ ସୁବିଧାରୁ ବଞ୍ଚିତ ହେଉଛନ୍ତି ବୋଲି ଉକ୍ତ ସଭାରେ ଭାରତୀୟ ମଜଦୁର ସଙ୍ଘର ଶ୍ରୀ ଅରୁଣ କୁମାର ଲେଙ୍କା, ରାଜ୍ୟକାର୍ଯ୍ୟକାରିଣୀ ସଦସ୍ୟ, ଯୋଗେଶ୍ୱର ଦାସ ରାଜ୍ୟ ସମ୍ପାଦକ, ଖଗେଶ୍ୱର ସିଂ, ବିଷ୍ଣୁ ହୁଇକା, ଧନଞ୍ଜୟ କଣ୍ଟାବଂଶ ଆଶାକର୍ମୀ ସଙ୍ଘର ଜ଼ିଲ୍ଲା ସଭାନେତ୍ରୀ ଶ୍ରୀମତୀ ପୁଷ୍ପାଞ୍ଜଳି ବେହୁରା, ଜ଼ିଲ୍ଲା ସମ୍ପାଦିକା ଶ୍ରୀମତୀ ମମତା ବିଶ୍ୱାଲ, ବୈଜୟନ୍ତି ରଣl, ଯମୁନା ସାଂଡlଙ୍ଗି, ସୁଲୋଚନା ପୀଡ଼ିସିକା, ଭାଗ୍ୟ ଗୌଡ଼, ସୂର୍ଯ୍ୟକାନ୍ତ ଶବର, ନିର୍ମଳା ପ୍ରଧାନ, ଅମ୍ବିକା ସିଂ, ସସ୍ମିତା ଶବର, ନେହା ସିଂ ପ୍ରମୁଖ ଆଶାକର୍ମୀ ମାନଙ୍କର ବିଭିନ୍ନ ସମସ୍ୟା ଉପରେ ଉଦବୋଧନ ଦେଇଥିଲେ |

ସଂଘ ତରଫରୁ ଏକ ୧୦ଦଫା ଦାବିପତ୍ର ମହାମହିମ ରାଜ୍ୟପାଳ, ମାନ୍ୟବର ମୁଖ୍ୟମନ୍ତ୍ରୀ, ମାନ୍ୟବର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ, ସଚିବ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଧେଶିକା, ଜାତୀୟ ସ୍ୱାସ୍ଥ୍ୟ ମିଶନ, ଓଡିଶାଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳ ରାୟଗଡାଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଯାଇଥିଲା | ରାୟଗଡା ଜ଼ିଲ୍ଲାର ସ୍ୱାସ୍ଥ୍ୟ କେନ୍ଦ୍ର ମାନଙ୍କରେ ଆଶାକର୍ମୀ ମାନଙ୍କୁ ଅପମାନ କରିବା ଓ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ପ୍ରୋତ୍ସାହନ ରାଶି ନ ଦେବା, ଜେ.ଏସ.ୱlଇ କାର୍ଡରେ ଦସ୍ତଖତ ନ କରିବା, ଜନ୍ମ ପ୍ରମାଣ ପତ୍ର ସମୟରେ ଲାଞ୍ଚ ମାଗିବା, କୌଣସି ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଶାକର୍ମୀ ମାନଙ୍କ ପାଇଁ ବିଶ୍ରାମ ଗୃହ ନଥିବା ନେଇ ଆପତ୍ତି ଉଠାଇଥିଲେ | ଏଥି ପୂର୍ବରୁ ରାୟଗଡା ଜ଼ିଲ୍ଲାର ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଆଶା ମାନଙ୍କର ଗୁହାରି କୌଣସି ଅଧିକାରୀ ନ ଶୁଣିଥିବାରୁ କ୍ଷୋଭ ପ୍ରକାଶ କରିଥିଲେ | ଆଜି ଦିନରେ ଯଦି ଆଶା ମାନଙ୍କର ଦାବୀ ନ ଶୁଣାଯାଏ ତାହେଲେ ଆଗାମୀ ଦିନରେ ଭାରତୀୟ ମଜଦୁର ସଂଘ ସହଯୋଗରେ ଏକ ବଡଧରଣର ଆନ୍ଦୋଳନ କରିବେ ବୋଲି ଜ଼ିଲ୍ଲା ପ୍ରଶାସନକୁ ଜଣାଇ ଥିଲେ | ଶେଷରେ ଆଜି ଆନ୍ଦୋଳନର ସଫଳତା ପାଇଁ ଜ଼ିଲ୍ଲା ସଭାନେତ୍ରୀ ଶ୍ରୀମତୀ ପୁଷ୍ପାଞ୍ଜଳି ବେହୁରା ଓ ସମ୍ପାଦିକା ଶ୍ରୀମତୀ ମମତା ବିଶ୍ୱାଳ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ |

Comments are closed.