ବିନିକା ବ୍ଲକରେ ବିଜୟୀ ହୋଇଥିବା ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ନାମ ଘୋଷଣା

0
150
ବିନିକା ବ୍ଲକରେ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୨/୩) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକରେ ନିର୍ବାଚନ ଭୋଟ ଗଣତି ଶାନ୍ତି ଶୃଙ୍ଖଳା ଭାବେ ସମାପ୍ତ ହୋଇଛି । ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ର ଫଳାଫଳ ଘୋଷଣା ହୋଇଛି ।

ମିଳିଥିବା ସୂଚନା ଅନୁସାରେ ବିନିକା ବ୍ଲକରେ ୧୬ଟି ପଞ୍ଚାୟତ ଓ ୨ ଗୋଟି ଜିଲ୍ଲା ପରିଷଦ ଜୋନରେ ପ୍ରତିଦ୍ୱନ୍ଦିତା କରିଥିବା ପ୍ରାର୍ଥୀ/ପ୍ରାର୍ଥୀନୀ ଙ୍କ ଭାଗ୍ୟ ପେଡ଼ି ଖୋଲିବା ପରେ ୧ ନଂ ଜିଲ୍ଲା ପରିଷଦ ଜୋନରେ ବିଜେପି ର ପ୍ରମିଳା କଲତା ୧୧,୮୨୭ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ବିଜେଡ଼ି ର ଅରୁଣା ହରିପାଲ ୧୧,୭୨୭ ଓ କଂଗ୍ରେସ ର ମଞ୍ଜୁଲତା ମହାନନ୍ଦ ୩,୬୬୫ ଖଣ୍ଡ ଭୋଟ ପାଇଥିଲେ ।

୨ ନଂ ଜୋନ ରେ ବିଜେଡ଼ି ର ବଶିଷ୍ଠ ଭରାଶଗର ୧୦,୩୫୬ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ବିଜେପି ର ବାବୁଲି ବିଶି ୯,୨୦୪, କଂଗ୍ରେସ ର ପ୍ରଦୀପ ସେଠୀ ୯,୦୨୩, ବିଏସପି ରୁ ବଳବନ୍ତ ସୁନାଙ୍କୁ ୧,୩୨୬ ଖଣ୍ଡ ଭୋଟ ମିଳିଛି ।

ସେହିପରି ସିନ୍ଦୁରପୁର ପଞ୍ଚାୟତ ରୁ ସମିତି ସଭ୍ୟା ଭାବେ ସ୍ଵର୍ଣ୍ଣପ୍ରଭା ସେଠୀ, ସରପଞ୍ଚ ଭାବେ କଳାକାନ୍ହୁ ସୁନା ବିଜୟୀ ହୋଇଥିବା ବେଳେ ଚରଦା ପଞ୍ଚାୟତର ସମିତି ସଭ୍ୟା ଭାବେ ନଳିନୀ ସାହୁ, ସରପଞ୍ଚ ଭାବେ ବୃନ୍ଦାବତ ନାୟକ, ଭଣ୍ଡାର ପଞ୍ଚାୟତ ସମିତି ସଭ୍ୟ ଭାବେ ଟିନା ସେଠ୍, ସରପଞ୍ଚ ରଶ୍ମିତା ବାଘ, ଵାଙ୍କିଘିର୍ଡି ସମିତି ସଭ୍ୟ ମାନସ ବେହେରା, ସରପଞ୍ଚ ସଙ୍ଗୀତା ବେହେରା, ବାବୁପାଲି ସମିତି ସଭ୍ୟ ସତ୍ୟ ନାରାୟଣ ସୁନା, ସରପଞ୍ଚ ସୌଦାମିନୀ ସାହୁ, ସିଂଘିଯୁବା ସମିତି ସଭ୍ୟ ଶୁକ୍ରୁ ନାଏକ, ସରପଞ୍ଚ ପଦ୍ମିନୀ ତ୍ରିପାଠୀ ।

ସିଲାଟି ସମିତି ସଭ୍ୟ ପ୍ରତାପ ଭୁଏ, ସରପଞ୍ଚ ହାସିନା ସେଠ୍, ମେଘେଲା ସମିତି ସଭ୍ୟ ସୁବ୍ରତ ମହାକୁର, ସରପଞ୍ଚ ମଦନା ମହାକୁର, ଶଙ୍କରା ସମିତି ସଭ୍ୟା ମଧୁମିତା ପଣ୍ଡା, ସରପଞ୍ଚ ଅଶୋକ ପୃଷ୍ଟି, ବାଉଶୁଣୀ ସମିତି ସଭ୍ୟ ନିର୍ମଳ ଷାଣ୍ଡ, ସରପଞ୍ଚ ରୀନା ମହଲା, ମହାଦେବପାଲି ସମିତି ସଭ୍ୟ ବସନ୍ତି ନାଗ, ସରପଞ୍ଚ ପ୍ରଣତି ମହାକୁର, ସେଲେଡ଼ି ସମିତିସଭ୍ୟ ସଭ୍ୟା ଲବଣିଆ, ସରପଞ୍ଚ ସୋଭଗିନି ସୁନା, କଇନ୍ତରା ସମିତି ସଭ୍ୟା କଲ୍ୟାଣୀ ସା, ସରପଞ୍ଚ ଧର୍ମପଦ ଥାପା, ମହଦା ସମିତିସଭ୍ୟ ମକରଧ୍ୱଜ ଚୌଧୁରୀ, ସରପଞ୍ଚ ଭୀମସେନ ସିଂଦେଓ, କୁହିବାହାଲ ସମିତି ସଭ୍ୟା ଦୀପ୍ତିରେଖା ନନ୍ଦ, ସରପଞ୍ଚ ସୁଦାମ ପ୍ରଧାନ, ଜୁଲୁଣ୍ଡା ସମିତି ସଭ୍ୟ ପ୍ରଣତି ସାହୁ, ସରପଞ୍ଚ ରଜତ ପଧାନ ପ୍ରମୁଖ ନିର୍ବାଚିତ ହୋଇଛନ୍ତି ।