Friday, March 29, 2024

Top 5 This Week

Related Posts

ବଡବନ୍ଧ ଠାରେ ରାଣୀ ଲକ୍ଷ୍ମୀବାଈ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଉଦଘାଟନ

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା, (୦୨/୦୨) : ହରଭଙ୍ଗା ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଧିନସ୍ଥ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ବଡବନ୍ଧ ଠାରେ ରାଣୀ ଲକ୍ଷ୍ମୀବାଈ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ୧୦୦ ଜଣ ଛାତ୍ରୀଙ୍କୁ ନେଇ ଉଦ୍ଘାଟିତ ହୋଇଯାଇଛି ।WhatsApp Image 2022 03 03 at 10.20.13 AM ବଡବନ୍ଧ ଠାରେ ରାଣୀ ଲକ୍ଷ୍ମୀବାଈ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଉଦଘାଟନ

ବଡବନ୍ଧ ଠାରେ ଅନୁଷ୍ଠିତ ଉକ୍ତ ଉଦ୍ଘାଟନୀ ଉତ୍ସବରେ ଜିଲ୍ଲା ଶିକ୍ଷା ଅଧିକାରୀ ଡଃ ଉଦୟନାଥ ମାଝି ମୁଖ୍ୟ ଅତିଥି ରୂପେ ଯୋଗଦାନ କରି କାର୍ଯ୍ୟକ୍ରମ ର ଶୁଭ ଉଦ୍ଘାଟନ କରିବା ସହ ବକ୍ତବ୍ୟରେ ଛାତ୍ରୀମାନଙ୍କୁ ରାଣୀ ଲକ୍ଷ୍ମୀବାଈଙ୍କ ପରି ସାହସୀ, ରଣ କୁଶଳୀ ହୋଇ ନିର୍ଭୀକ ଭାବରେ ଶତ୍ରୁକୁ ପରାଜୟ କରି ନିଜର ଆତ୍ମରକ୍ଷା କରି ପାରିଲେ ଆଜିକାଲି ସମାଜରେ ଘଟୁଥିବା ନାରୀ ନିର୍ଯାତନା ଓ ଦୁଷ୍କର୍ମ ପରି ନିନ୍ଦନୀୟ ଘଟଣାକୁ ଏଡାଇ ଦେଇ ପାରିବା । ଏଥିସହ ବିପଦରେ ପଡିଥିବା ଅନ୍ୟ ବ୍ୟକ୍ତିଙ୍କୁ ସୁରକ୍ଷା ଦେବା ପାଇଁ ପ୍ରବର୍ତ୍ତାଇ ଥିଲେ ।

ଅନ୍ୟତମ ସମ୍ମାନିତ ଅତିଥି ରୂପେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀ ବିନୋଦ ଚନ୍ଦ୍ର ନାୟକ ଓ ସଭାପତି ରୂପେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଦେବରାଜ ପ୍ରଧାନ ଯୋଗଦାନ କରି ବକ୍ତବ୍ୟ ମାଧ୍ୟମରେ ଛାତ୍ରୀ ମାନଙ୍କର ଆତ୍ମବଳ ବୃଦ୍ଧି କରାଇବା ସହ ଏ ଦିଗରେ ଦକ୍ଷ ହେବା ନିମନ୍ତେ ଉତ୍ସାହିତ କରିଥିଲେ ।WhatsApp Image 2022 03 03 at 10.20.12 AM 2 ବଡବନ୍ଧ ଠାରେ ରାଣୀ ଲକ୍ଷ୍ମୀବାଈ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଉଦଘାଟନ

ସମଗ୍ର ଶିକ୍ଷା ତରଫରୁ ଜିଲ୍ଲା ବାଳିକା ଶିକ୍ଷା ସଂଯୋଜିକା ଶ୍ରୀମତୀ ରାଜଲକ୍ଷ୍ମୀ ପଣ୍ଡା ଓ ମୋନାଲୀନ ଦାସ ପ୍ରମୁଖ କାର୍ଯ୍ୟକ୍ରମ ର ଆୟୋଜନ କରିଥିଲେ । ଲୁଣିବାହାଲ ସି॰ଆର॰ସି॰ସି ଶ୍ରୀ ସତ୍ୟ ନାରାୟଣ ନାୟକ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ତଥା ସଭା ର ଆବାହକ ଶ୍ରୀ ବିରଞ୍ଚି ମହାରଣା କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

ପ୍ରଶିକ୍ଷିକା ଭାବରେ ଶିକ୍ଷୟିତ୍ରୀ ଜସ୍ମିନ କୌଶର, ଶୁଭଶ୍ରୀ ବରାଳ ଓ ପୂର୍ଣ୍ଣମାସି ବେହେରା ଯୋଗଦାନ କରି ଆଜି ଆତ୍ମରକ୍ଷା କୌଶଳ ପ୍ରଦର୍ଶନ ସହ ଛାତ୍ରୀ ମାନଙ୍କୁ ଆକୃଷ୍ଟ କରି ଏହାର ଶୁଭାରମ୍ଭ କରିଥିଲେ । ଏହି ପ୍ରଶିକ୍ଷଣ ୭ଦିନ ଧରି ନିୟମିତ ଚାଲୁ ରହିବ ଏବଂ ପରବର୍ତ୍ତୀ ସମୟରେ ୧୦ ଟି ଉଚ୍ଚ ବିଦ୍ୟାଳୟରେ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଜଣା ପଡ଼ିଛି ।

Popular Articles