ଆଦର୍ଶ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ

କର୍ଲାମୁଣ୍ଡା (ହିରୋଜ କୁମାର ସାହୁ/ଡିଙ୍ଗର କିଶୋର ସାହୁ): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରେଗେଡା ପଞ୍ଚାୟତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ବାର୍ଷିକ ସମାଵର୍ତନ ଉତ୍ସବ ପାଳିତ ହୋଇ ଯାଇଛି ।

ଏ ଅବସରରେ ମୁଖ୍ୟ ଅତିଥିଭାବେ ନର୍ଲା ବିଧାୟକ ଧନେଶ୍ଵର ମାଝୀ, ମୁଖ୍ୟ ବକ୍ତା ଭାବେ ଗୋଷ୍ଟି ଉନ୍ନୟନ ଅଧିକାରୀ କର୍ଲାମୁଣ୍ଡା କିଶୋର କୁମାର ପଣ୍ଡା, ସମ୍ମାନିତ ଅତିଥି ଭାବେ ଗଜଵାହାଲ ହାଇସ୍କୁଲର ପ୍ରଧାନ ଶିକ୍ଷକ ବିଜୟ କୁମାର ପୁରୋହିତ, ଜିଲ୍ଲା ପରିଷଦ ସଦସ୍ୟ ମ-ରାମପୁର ପୁଷ୍ପେନ୍ଦ୍ର ସିଂହଦେଓ, ସେଣ୍ଟ ଡାନିଆଲ‌ ପଵ୍ଳିକ ସ୍କୁଲର ଅଧ୍ୟକ୍ଷ ଜୟଦ୍ରଥ ସୁନା ଯୋଗଦାନ ଦେଇ ସଭା ଆରମ୍ଭରୁ ଦ୍ଵୀପ ପ୍ରଜ୍ବଳନ କରିଥିଲେ । ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ସ୍ଵାଗତ ସଙ୍ଗୀତ ପରିବେଷଣ କରିବା ସହିତ ଆଦର୍ଶ ବିଦ୍ୟାଳୟର ସଙ୍ଗୀତ ପରିବେଷଣ କରିଥିଲେ ।

ବିଦ୍ୟାଳୟର ପିଜିଟି ଶିକ୍ଷକ ଅତିଥି ପରିଚୟ ପ୍ରଦାନ କରିଥିଵାଵେଳେ ଭାରପ୍ରାପ୍ତ ଅଧ୍ୟକ୍ଷ ବିବରଣୀ ପାଠ କରିଥିଲେ ଏବଂ ଇଂରାଜୀ ଶିକ୍ଷକ ଦିବ୍ୟ ଶଙ୍କର ଵେଣୁଆ ମଞ୍ଚ ପରିଚାଳନା କରିଥିଲେ । ମଞ୍ଚାସିନ ଅତିଥି ମାନଙ୍କ ଅଭିଭାଷଣ ପରେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଏଥି ସହିତ ପ୍ରିୟାନ୍ଶୁ ସର୍ବ ଶ୍ରେଷ୍ଠ ଛାତ୍ର ରୁପେ ଓ କ୍ରିଡାରେ ବ୍ରାହ୍ମଣୀ ହାଉସ ଚାମ୍ପିଆନ ଭାବେ ପୁରସ୍କୃତ ହୋଇଥିଲେ। ପରିଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ଜୀବ ବିଜ୍ଞାନ ଶିକ୍ଷୟତ୍ରୀ ଇତିଶ୍ରୀ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Comments are closed.