Related Contents

U.G.B ବ୍ୟାଙ୍କ ମ୍ୟାନେଜରଙ୍କ ମନମୁଖୀ କାର୍ଯ୍ୟକଳାପକୁ ନେଇ ବ୍ୟାଙ୍କ ଘେରିଲେ S. H. G ଗ୍ରୁପ ମହିଳା

ରେଗଡ଼ା, କଳାହାଣ୍ଡି (ହିରୋଜ କୁମାର ସାହୁ / ଡିଙ୍ଗର କିଶୋର ସାହୁ): କଳାହାଣ୍ଡି ଜିଲ୍ଲା କର୍ଲ।ମୁଣ୍ଡା ବ୍ଲକ ସ୍ଥିତ ରେଗଡ଼ା U. G. B ବ୍ୟାଙ୍କ ମ୍ୟାନେଜର ଙ୍କ ଏକଛତ୍ର ବାଦ କାର୍ଯ୍ୟକଳାପକୁ ନେଇ ବ୍ୟାଙ୍କ ଘେରିଲେ S. H. G ଗ୍ରୁପ ମହିଳା ସଙ୍ଘ ।

ଉକ୍ତ ବ୍ୟାଙ୍କ ମ୍ୟାନେଜର ବ୍ୟାଙ୍କ ଙ୍କୁ ଆସୁଥିବା ଗ୍ରାହକ ମାନଙ୍କୁ ଆସ୍ବସ୍ତି ଦେବା ପରିବର୍ତ୍ତେ ଦେଉଛନ୍ତି ଦୁର୍ବ୍ୟବହାର | ଏମିତି ସାଙ୍ଘାତିକ ଅଭିଯୋଗ ଆଣିଲେ ମହିଳା ସଙ୍ଘ ସଦସ୍ୟା । ପୁଣି ଗୋଟିଏ ନୁହେଁ ପୁରା ଅଞ୍ଚଳର ମହିଳା ସଙ୍ଘ କଲେ ତୀବ୍ର ବିରୋଧ । ପ୍ରକୃତ ଘଟଣା ହେଲା ମା ମଙ୍ଗଳା SHG ଗ୍ରୁପ ମହିଳାଙ୍କ ଋଣ ଲେଣ ଦେଣ ଠିକ ଚଳୁଥିଲେ ମଧ୍ୟ ସେହି ଗ୍ରୁପର ଜମା ଖାତାରୁ ୧୫୩୦୦ଟଙ୍କା ତାଙ୍କ ବିନା ଅନୁମତିରେ ସିଧାସଳଖ ନେଇଛନ୍ତି ଋଣ ଖାତାକୁ । କେବଳ ଏତିକି ନୁହେଁ ରାଜ୍ୟ ସରକାର ଚାଷୀଙ୍କ ପାଇଁ କାଳିଆ ଯୋଜନାରେ ଯେଉଁ ଟଙ୍କା ବ୍ୟାଙ୍କ ଏକାଉଣ୍ଟ ମାଧ୍ୟମରେ ପ୍ରଦାନ କରିଛନ୍ତି ସେହି ଟଙ୍କାକୁ ମନଇଚ୍ଛା ନେଇ ଯାଉଛନ୍ତି ଋଣ ଖାତାକୁ ବୋଲି ଅଭିଯୋଗ କଲେ ଚାଷୀ । ମହିଳାଙ୍କ ଆନ୍ଦୋଳନରେ ସାମିଲ ଥିଲେ ଜଣେ ମାନସିକ ଅସୁସ୍ଥ ବ୍ୟକ୍ତି ଓ ତାଙ୍କ ବାପା ।

ମାନସିକ ବ୍ୟକ୍ତିଙ୍କ ବାପା କହିବା ଅନୁସାରେ ଦୀର୍ଘ ଦିନରୁ କଳାହାଣ୍ଡି ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ନିଜ ମାନସିକ ଅସୁସ୍ଥ ପୁଅର ବ୍ୟାଙ୍କ ଖାତାକୁ ତାଙ୍କ ବାପା ଲେଣ ଦେଣ କରି ଆସୁଥିଲେ ଏବେ କିନ୍ତୁ ଏହି ମ୍ୟାନେଜର ବାବୁ ତାଙ୍କ ବାପାଙ୍କୁ ଖୋଦ ମନା କରିଦେଇ ଥିବାବେଳେ ତାଙ୍କ ପୁଅର ଚିକିତ୍ସାରେ ବାଧାପ୍ରାପ୍ତ ସୃଷ୍ଟି ହେଉଛି । ଘଟଣା ସ୍ଥଳରେ ମ.ରାମପୁର ଜିଲ୍ଲା ପରିଷଦ ପୁଷ୍ପେନ୍ଦ୍ର ସିଂ ଦେଓ, ଯୁବ ସମାଜ ସେବୀ ମନୋଜ ପଟ୍ଟନାୟକ, ସ୍ଥାନୀୟ ସରପଞ୍ଚ ସୁଶାନ୍ତ ପରିଡା ପହଞ୍ଚି ମହିଳା ସଙ୍ଘକୁ ବୁଝା ସୁଝା କରି ତୁରନ୍ତ ଉକ୍ତ ବ୍ୟାଙ୍କ ମ୍ୟାନେଜରଙ୍କୁ ବଦଳି କରିବା ପାଇଁ ନିଷ୍ପତ୍ତି ନେଇଥିଲେ ।

Comments are closed.