ମୁତୁକୁଣୀ ରାସ୍ତା ପାଲଟିଛି ମରଣା ଯନ୍ତା

0
252
ମୁତୁକୁଣୀ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //
କଲ୍ୟାଣସିଂହପୁର, (୨/୩) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ନାରାୟଣ ପୁର ପଞ୍ଚାୟତ ର କତଘଣ୍ଟା ଠାରୁ କରପା ପଞ୍ଚାୟତ ର ହିରସୁଲି କରାଯାଇଥିବା ପ୍ରଧାନମନ୍ତ୍ରୀ ରାସ୍ତା (ମୁତୁକୁଣୀ ରାସ୍ତା) ମରଣଯନ୍ତା ପାଲଟିଛି । ଗାଁକୁ ସମ୍ମାନ ମାଆ କୁ ସମ୍ମାନ ସରକାର ପ୍ରତ୍ୟେକ ପଞ୍ଚାୟତର ଗାଁକୁ ଗାଁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ରାସ୍ତା ସଂଯୋଗ କରିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ରାସ୍ତା ନିର୍ମାଣ କରାଯାଉଛି ।ce594176 9798 4adc 8304 9708cdf91c63 ମୁତୁକୁଣୀ ରାସ୍ତା ପାଲଟିଛି ମରଣା ଯନ୍ତା

ଉକ୍ତ ବ୍ଲକ ର ନାରାୟଣ ପୁର ପଞ୍ଚାୟତର କତଘଣ୍ଟା ଠାରୁ ତଳରମ୍ଭା ଦେଇ କରପା ପଞ୍ଚାୟତ ର ମୁତୁକୁଣୀ ଦେଇ ହିରସୁଲି ପର୍ଯ୍ୟନ୍ତ ଗ୍ରାମ୍ୟ ଉନ୍ନୟନ ବିଭାଗ ଭାରତ ସରକାରଙ୍କ ଦ୍ୱାରା ପ୍ରକଳ୍ପ କୁ ରାୟଗଡା ଗ୍ରାମ୍ୟ ନିର୍ମାଣ ବିଭାଜନ ବିଭାଗ ପରିଚାଳନା ରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ରେ ରାସ୍ତା ନିର୍ମାଣ କରାଯାଇଥିଲା ।

ଏହି ରାସ୍ତା ଟି ୨୦୧୮ ମସିହା ଆରମ୍ଭକରି ଥିଲେ । ପ୍ରାୟ ୬ କିଲୋମିଟର ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମସଡକ ଯୋଜନା ନିର୍ମାଣ କରାଯାଇଥିଲା । ତାହା ରାସ୍ତାର ଅବସ୍ଥା ଶୋଚନୀୟ ହୋଇଯାଇଛି । ସ୍ଥାନେ ସ୍ଥାନେ ଖାଲଖମା ହେବା ସହ ରାସ୍ତାରୁ ପିଚୁ ବାହାରି ବଜୁରୀ,ପଥର ବାହାରିପଡିଛି । ଉକ୍ତ ରାସ୍ତାରେ ଛୋଟ ବଡ ଯାନବାହାନ ଚଳାଚଳ ରେ ଅସୁବିଧା ସମ୍ମୁଖୀନ ହେଉଛନ୍ତି ଅଞ୍ଚଳ ବାସି । ଏହିପରି ରାସ୍ତା ରହିଥିବାରୁ ଦୁର୍ଘଟଣା ମଧ୍ୟ ହେଉଥିବା ନଜରକୁ ଆସୁଛି ।

ଏହି ରାସ୍ତାରେ ଭାରି ଯାନ ନ ଯାଉଣୁ ଯଦି ରାସ୍ତା ର ପିଛୁ ଖସି ଯାଇ ଖାଲଖମା ସୃଷ୍ଟି ହେଉଛି । ଯଦି ଭାରିଯାନ ଯାଇଥିଲେ ରାସ୍ତାର ଅବସ୍ଥା ବର୍ଷେ ନପୁରୁଣୁ ନଷ୍ଟ ହୋଇଯାଇଥାନ୍ତା ବୋଲି ଅଞ୍ଚଳବାସୀ ମିଣିଆକା ସାନିୟା, ପ୍ରେପାକା ଭିମା, ହୁଇକା ଲାସୁ, ତିଆକା ଲାଚାଣା ଓ କାଡ୍ରାକା ସମ୍ବୁରୁ କହିଛନ୍ତି । କତଘଣ୍ଟା ଠାରୁ ମୁତୁକୁଣୀ ଦେଇ ହିରସୁଲି ପର୍ଯ୍ୟନ୍ତ ୭ କିମି କରାଯାଇଥିବା ଜଣା ପଡ଼ିଛି । ଏ ବିଷୟରେ ଗ୍ରାମ୍ୟ ଉନ୍ନୟନ ବିଭାଗ କନିଷ୍ଠ ଯନ୍ତ୍ରୀ ଧବଳେଶ୍ବର ପାତ୍ର ଙ୍କୁ ପଚାରିବାରୁ ସେ କହିଲେ ରାସ୍ତାର ରକ୍ଷଣାବେକ୍ଷଣ କରିବାର ରହିଛି । ତାହା ୫ ବର୍ଷ ହେଇସାରିଛି ୫ମାସ ଭିତରେ ମରାମତି କରାଯିବ କରାଯିବ ବୋଲି କହିଛନ୍ତି ।