Related Contents

ରାୟଗଡା ସରକାରୀ ବାଳିକା ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ

ରାୟଗଡା (ଗୋପୀନାଥ ଗୌଡ଼): ବାର୍ଷିକ ଦିବସ ପ୍ରତ୍ୟେକ ବିଦ୍ୟାଳୟର ଏକ ମହତ୍ୱ ପୂର୍ଣ୍ଣ ଉତ୍ସବ ହୋଇଥାଏ | ପ୍ରତି ବର୍ଷ ପ୍ରତ୍ୟେକ ବିଦ୍ୟାଳୟ ଏକ ନିର୍ଦ୍ଧିଷ୍ଟ ତାରିଖରେ ନିଜ ନିଜ ବିଦ୍ୟାଳୟରେ ଏହାକୁ ପାଳିଥାନ୍ତି |

ସେହିପରି ଚଳିତ ବର୍ଷ ଇଂ ତା ୦୧/୦୨/୨୦୧୯ରେ ରାୟଗଡା ଜ଼ିଲ୍ଲାର ସରକାରୀ ବାଳିକା ବିଦ୍ୟାଳୟରେ ବାର୍ଷିକ ଉତ୍ସବ ମହା ଆଡମ୍ବର ସହିତ ପାଳିତ ହୋଇଯାଇଛି | ଏହି ବାର୍ଷିକ ଉତ୍ସବ ର ପ୍ରସ୍ତୁତି ପର୍ବ ଏକ ମାସ ପୂର୍ଵରୁ ହିଁ ଆରମ୍ଭ କରିଦେଇଥିଲେ, ବିଦ୍ୟାଳୟର ଶିକ୍ଷୟତ୍ରୀ ଏବଂ ଛାତ୍ରୀ ମାନେ | ଏହି କାର୍ଯ୍ୟକ୍ରମ ର ମୁଖ୍ୟ ଆକର୍ଷଣ ଥିଲେ ନିମଂତ୍ରିତ ମୁଖ୍ୟ ଅତିଥି ଶ୍ରୀ ଯୁକ୍ତ ପୂର୍ଣ୍ଣ ଚନ୍ଦ୍ର ବିରହା (OPAS), ଶିକ୍ଷାଧିକାରୀ ରାୟଗଡା, ଶ୍ରୀମତୀ ଆନେସ୍ଥେସିଆ କେର୍କେଟା (J.R) ରାୟଗଡା ଜ଼ିଲ୍ଲା ଗୌରବ ସୁଶ୍ରୀ ପ୍ରଭାତୀ ଝୋଡିଆ (O A S ), ଶ୍ରୀ ମନୋଜ କୁମାର (ଗୌଡ଼ ଜ଼ିଲ୍ଲା ବିଜ୍ଞାନ ପରିଚାଳକ ଆଦି ଉପସ୍ଥିତ ଥିଲେ | ଛାତ୍ରୀ ମାନଙ୍କ ଅଭିଭାବକ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ଉପସ୍ଥିତି ପରିବେଶକୁ ଆହୁରି ଗୌରବାନ୍ୱିତ କରୁଥିଲା | ମୁଖ୍ୟ ଅତିଥିଙ୍କୁ ସ୍ୱାଗତ ଜଣାଇବା ପାଇଁ ଛାତ୍ରୀ ମାନଙ୍କ ଦ୍ଵାରା ସ୍ୱାଗତ ସଂଗୀତ ପରିବେଷଣ କରାଯାଇ ଥିଲା |

ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ପ୍ରଭାତୀ ପ୍ରଧାନଙ୍କ ଅଭିଭାଷଣରୁ କାର୍ଯ୍ୟକ୍ରମଟି ଆରମ୍ଭ ହୋଇଥିଲା | ସମସ୍ତ ମୁଖ୍ୟ ଅତିଥି ନିଜ ନିଜ ବକୃତା ପ୍ରଦାନ କରିଥିଲେ | ସୁଶ୍ରୀ ପ୍ରଭାତୀ ଝୋଡିଆ ନିଜର ଅଭିଭାଷଣରେ ପାଠପଢାକୁ ଗୁରୁତ୍ୱ ଦେଇଥିଲେ | ରାୟଗଡା ପରି ଏକ ପଛୁଆ ଜ଼ିଲ୍ଲାରେ କେଵଳ ପାଠ ପଢି ସମାଜରେ ଏକ ପ୍ରତିଷ୍ଠିତ ସ୍ଥାନ ଅଧିକାର କରିପାରିବେ ବୋଲି ଛାତ୍ରୀଙ୍କୁ ପ୍ରବତ୍ତlଇ ଥିଲେ | ଶିକ୍ଷା ଦ୍ଵାରା ନିଜ ବିଦ୍ୟାଳୟ ଏବଂ ଗୁରୁଜନଙ୍କ ନା ଗୌରବାନ୍ୱିତ କରିବା ବାର୍ତ୍ତା ଦେଇଥିଲେ |ତାଙ୍କର ଅତି ସୁନ୍ଦର ଓ ସରଳ ଭାଷା ସମସ୍ତଙ୍କୁ ଆକୃଷ୍ଟ କରିଥିଲା | ଏହା ପରେ ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ ଛାତ୍ରୀ ମାନଙ୍କ ଦ୍ଵାରା ପରିବେଷଣ କରାଯାଇଥିଲା | ଏହି ବାର୍ଷିକ ଉତ୍ସବଟି ଆନନ୍ଦ ଦାୟକ ହେବା ସହିତ ପ୍ରେରଣା ଦାୟକ ମଧ୍ୟ ଥିଲା |

Comments are closed.