ରାୟଗଡା ଠାରେ ବନ ବିଭାଗର ଇକୋ ଫରେଷ୍ଟ ପାର୍କ ଲୋକାର୍ପିତ

ରାୟଗଡା (ଅମୁଲ୍ୟ ନିଶଙ୍କ / ଗୋପୀନାଥ ଗୌଡ଼): ରାୟଗଡା ଜିଲ୍ଳା ସଦର ମହକୁମାର ସ୍ଥାନୀୟ ରୟତ କଲୋନୀ ଛକ ତଥା ୩୨୬ନମ୍ବର ଜାତୀୟ ରାଜପଥର କଡରେ ଥିବା ୮ଏକର ଅଦରକାରୀ ଜମିରେ ଇକୋ ଫରେଷ୍ଟ ପାର୍କ ନିର୍ମାଣ କରି ସୁନା ଫଳାଇଛନ୍ତି ରାୟଗଡା ବନବିଭାଗ ବୋଲି ଉଦଘାଟନ କାର୍ଯ୍ୟକ୍ରମରେ ଯୋଗଦେଇ ରାୟଗଡା ଜିଲ୍ଳାପାଳ ଶ୍ରୀମତି ଗୁହା ପୁନମ ତାପସ କୁମାର ପ୍ରକାଶ କରିଛନ୍ତି ।

ରାୟଗଡା ବନଖଣ୍ଡ,ଜଙ୍ଗଲ ଓ ପରିବେଶ ବିଭାଗ ତରଫରୁ ୭ଏକର ଜାଗାରେ ନିର୍ମିତ ଇକୋ ଫରେଷ୍ଟ ପାର୍କକୁ ରାଜ୍ୟ ସଭା ସାଂସଦ ଏନ.ଭାସ୍କର ରାଓ ଉଦଘାଟନ କରି ଜିଲ୍ଳାବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିଛନ୍ତି । ରାୟଗଡା ବନଖଣ୍ଡ ବିଭାଗର ଖଣ୍ଡିୟ ବନାଧିକାରୀ ଦେବାର୍ଚ୍ଚନା ବେହେରାଙ୍କ ନେତୃତ୍ୱରେ ଅନୁଷ୍ଠିତ ଉଦଘାଟିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଶ୍ରୀ ରାଓ ଏବଂ ଜିଲ୍ଳାପାଳ ଗୁହା ପୁନମଙ୍କୁ ନାଚଗୀତ,ବାଦ୍ୟ ତାଳରେ ସ୍ୱାଗତ କରାଯାଇ ପାଛୋଟି ଅଣାଯାଇଥିଲା ।

ଫରେଷ୍ଟ ପାର୍କକୁ ଫିତା କାଟି ରାଜ୍ୟସଭା ସାଂସଦ ଏନ.ଭାସ୍କର ରାଓ ଉଦଘାଟିତ କରି ପାର୍କ ପରିସରରେ ବୁଲି ପରିଦର୍ଶନ କରିଥିଲେ । ନୂତନ ଭାବେ ନିର୍ମିତ ଏହି ଫରେଷ୍ଟ ପାର୍କ ଦ୍ୱାରା ପରିବେଶ ସନ୍ତୁଳନରେ ସହାୟକ ହେବା ସହ ରାୟଗଡା ସହରରେ ଏହି ଭଳି ପାର୍କ ପାଇଁ ବହୁଦିନରୁ ସହରବାସୀଙ୍କ ଅଭିଳାଷା ରହିଥିଲା ଯାହାକି ଏବେ ଏହା ପୂରଣ ହୋଇପାରିଛି ଏବଂ ଏହି ପାର୍କର ଅନ୍ୟାନ୍ୟ ଉନ୍ନତି ନିମନ୍ତେ ସେ ନିଜ ପାଣ୍ଠିରୁ ଅନୁଦାନ ଯୋଗାଇ ଦେବା ପାଇଁ ପ୍ରକାଶ କରି କାଶୀପୁରରେ ଏବଂ ଜିଲ୍ଳାର ବିଭିନ୍ନ ବ୍ଳକରେ ଏହିପରି ପାର୍କର ନିର୍ମାଣ କରାଯିବ ବୋଲି କହିଥିଲେ ।

ସେହିପରି ରାୟଗଡା ବନ ବିଭାଗ ଦ୍ୱାରା ଏକ ଅଦରକାରୀ ସ୍ଥାନରେ ବିଭିନ୍ନ ଔଷଧୀୟ ଗଛ ରୋପଣ କରାଯାଇ ସୁନା ଫଳାଯାଇଛି ବୋଲି କହିବା ସହ ପରିବେଶ ସନ୍ତୁଳନ କ୍ଷେତ୍ରରେ ରୋପଣ କରାଯାଇଥିବା ବୃକ୍ଷଗୁଡିକ ଉପରେ ସମସ୍ତଙ୍କୁ ଏହା ପରିବେଶ ସୁରକ୍ଷା ଦିଗରେ ଶିକ୍ଷଣୀୟ ହୋଇପାରିବ ଏବଂ ଏହା ପିଲାଙ୍କ ପାଇଁ ଓ ପରିବାରଙ୍କ ପାଇଁ ଏକ ବୁଲିବା ସ୍ଥାନ ହୋଇପାରିଛି ବୋଲି ଜିଲ୍ଳାପାଳ ଗୁହା ପୁନମ ତାପସ କୁମାର ପ୍ରକାଶ କରିଥିଲେ |

Comments are closed.