ୟୁକ୍ରେନ୍‌-ରୁଷ୍‌ ଯୁଦ୍ଧରେ ଖାର୍‌କିଭ୍‌ରେ ଜଣେ ଭାରତୀୟ ଛାତ୍ର ନିହତ

0
178
ୟୁକ୍ରେନ୍‌-ରୁଷ୍‌ ଯୁଦ୍ଧରେ

ରିପୋର୍ଟ : ଓଡିଶା ନ୍ୟୁଜ୨୪ //
ନୂଆଦିଲ୍ଲୀ, (୦୧/୦୩) : ୟୁକ୍ରେନ୍‌-ରୁଷ୍‌ ଯୁଦ୍ଧରେ ଖାର୍‌କିଭ୍‌ରେ ଜଣେ ଭାରତୀୟ ଛାତ୍ରଙ୍କର ମୃତ୍ୟୁ ଘଟିଛି । ବୈଦେଶିକ ମନ୍ତ୍ରଣାଳୟ ଟୁଇଟ୍‌ କରି ଏହି ସୂଚନା ଦେଇଛି ।aaa ୟୁକ୍ରେନ୍‌-ରୁଷ୍‌ ଯୁଦ୍ଧରେ ଖାର୍‌କିଭ୍‌ରେ ଜଣେ ଭାରତୀୟ ଛାତ୍ର ନିହତ

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ, ଗଭୀର ଦୁଃଖର ସହ ଆମେ ନିଶ୍ଚିତ କରୁଛୁ ଯେ, ଆଜି ସକାଳେ ୟୁକ୍ରେନ୍‌-ରୁଷ୍‌ ଯୁଦ୍ଧରେ ଖାର୍‌କିଭ୍‌ରେ ଗୁଳି ବର୍ଷଣ ବେଳେ ଜଣେ ଭାରତୀୟ ଛାତ୍ର ପ୍ରାଣ ହରାଇଛନ୍ତି । ମନ୍ତ୍ରଣାଳୟ ତାଙ୍କ ପରିବାର ସହିତ ଯୋଗାଯୋଗରେ ରହିଛି । ଆମେ ପରିବାର ପ୍ରତି ଆମର ଗଭୀର ସମବେଦନା ଜଣାଉଛୁ ।aaq ୟୁକ୍ରେନ୍‌-ରୁଷ୍‌ ଯୁଦ୍ଧରେ ଖାର୍‌କିଭ୍‌ରେ ଜଣେ ଭାରତୀୟ ଛାତ୍ର ନିହତ

ମୃତକ ଛାତ୍ର ଜଣକ ହେଲେ କର୍ଣ୍ଣାଟକର ହାଭେରୀ ଜିଲ୍ଲାର ୨୧ ବର୍ଷୀୟ ଶେଖରପ୍ପା ବୋଲି ଜଣାପଡ଼ିଛି । ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ବୈଦେଶିକ ସଚିବ ରୁଷ ଏବଂ ୟୁକ୍ରେନ୍‌ ରାଷ୍ଟ୍ରଦୂତମାନଙ୍କ ସହ ଭାରତୀୟ ନାଗରିକଙ୍କ ପାଇଁ ତୁରନ୍ତ ନିରାପଦ ଯାତାୟାତ ପାଇଁ କଥାବାର୍ତ୍ତା କରିଛନ୍ତି । ରୁଷ ଏବଂ ୟୁକ୍ରେନରେ ଆମର ରାଷ୍ଟ୍ରଦୂତମାନେ ମଧ୍ୟ ସମାନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ।