Thursday, March 28, 2024

Top 5 This Week

Related Posts

ବୋରିଗୁମ୍ମା ନିର୍ବାଚନ ଫଳାଫଳ : ନିଧି ଖର୍ଚ୍ଚ କରି ବୁଦ୍ଧି ଶିଖିଲେ ନେତା

ରିପୋର୍ଟ : ରବି ଶଙ୍କର ମହାପାତ୍ର //
କୋରାପୁଟ, (୦୧/୦୩) : ଗତ କାଲି ଜୋନ୍ ୩ ଜିଲ୍ଲା ପରିଷଦ ଆସନ ବୋରିଗୁମ୍ମା ନିର୍ବାଚନ ଫଳାଫଳ ଚେତାଇ ଦେଇଛି ଗୋଟିଏ ଭୋଟର ମୂଲ୍ୟ କେତେ । ସମୁଦାୟ ୧୨ଟି ପଞ୍ଚାୟତ ସମ୍ବଳିତ ଜୋନ୍ ୩ ଜିଲ୍ଲା ପରିଷଦ ଆସନରେ ୭୨ ପ୍ରତିଶତ ମତଦାନ ହୋଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ନୃସିଂହନାଥ (ପିଙ୍କୁ) ଶତପଥୀ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜୁ ଜନତା ଦଳ ପ୍ରାର୍ଥୀ ସନ୍ତୋଷ ମିଶ୍ରଙ୍କ ଠାରୁ ୧୬୯୩ ଭୋଟ ବ୍ୟବଧାନରେ ବିଜୟ ଲାଭ କରିଛନ୍ତି ।

ପିଙ୍କୁ ଶତପଥୀ ଏଥି ପୂର୍ବରୁ ଚାଷୀଙ୍କୁ ମଣ୍ଡିରେ ଉଚିତ ମୂଲ୍ୟ ପ୍ରଦାନ ପାଇଁ ଆନ୍ଦୋଳନ କରିଥିବା ସହ ଲୋକଙ୍କ ସହ ଉତ୍ତମ ବ୍ୟବହାର ପୂର୍ବକ ଲୋକ ସମ୍ପର୍କ ବଜାୟ ରଖିବାକୁ ଚେଷ୍ଟା କରି ଅଞ୍ଚଳ ର ଜଣେ ପରିଚିତ ଚେହେରା ପାଲଟିଛନ୍ତି । ହେଲେ ଉଭୟ ପ୍ରାର୍ଥୀ ନିର୍ବାଚନ ଖର୍ଚ୍ଚ ପାଇଁ ପଛେଇ ନ ଥିବା ବେଳେ ବୋରିଗୁମ୍ମା ନିର୍ବାଚନ ଫଳାଫଳ ଘୋଷିତ ହେବା ପରେ ବିଜୁ ଜନତା ଦଳ ର ପରାଜୟ ପାଇଁ ଆତ୍ମ ସମୀକ୍ଷା କରିବା ଆରମ୍ଭ କରିଛି ବିଜୁ ଜନତା ଦଳ ।

ଗଣ ମାଧ୍ୟମରେ ପ୍ରକାଶ କରି ନ ଥିଲେ ମଧ୍ୟ ଦଳ ଆଗରେ ନିର୍ବାଚନ ପରାଜୟ ର ସମ୍ଭାବ୍ୟ କାରଣ ଉପସ୍ଥାପନ କରିବେ ବୋଲି ସୂଚନା ଦେଇଛନ୍ତି ବିଜୁ ଜନତା ଦଳ ନେତା ଚିତ୍ରସେନ ମିଶ୍ର । ଅପର ପକ୍ଷରେ ବି. ସିଂହପୁର ସରପଞ୍ଚ ଓ ବୋଡିଗାଁ ସମିତି ସଭ୍ୟ ନିର୍ବାଚନରେ ଭୋଟ ସଂଖ୍ୟା ସମାନ ହେବାରୁ ଧର୍ମଗୋଳା ନିର୍ଦ୍ଧାରଣ କରିଛି ପ୍ରାର୍ଥୀଙ୍କ ଭାଗ୍ୟ । ବି.ସିଂହପୁର ସରପଞ୍ଚ ପ୍ରାର୍ଥୀ ତଥା ପୁର୍ବ ସରପଞ୍ଚ ରୁପା ମୁଦୁଲି ୨ ଖଣ୍ଡ ଭୋଟ ବ୍ୟବଧାନରେ ପରାଜିତ ହୋଇଥିଲେ ।a8116ba0 4dfe 4d20 a86a 8c5ba426e4c0 ବୋରିଗୁମ୍ମା ନିର୍ବାଚନ ଫଳାଫଳ : ନିଧି ଖର୍ଚ୍ଚ କରି ବୁଦ୍ଧି ଶିଖିଲେ ନେତା

କିନ୍ତୁ ପୁଣି ଥରେ ଗଣତି ପାଇଁ ଆବେଦନ କରିବାରୁ ପ୍ରତିଦ୍ବନ୍ଦ୍ବି ପ୍ରାର୍ଥୀଙ୍କ ଗୋଟିଏ ଓ ରୁପା ମୁଦୁଲିଙ୍କୁ ୩ଟି ଭୋଟ ଅଧିକ ମିଳିବା ସହ ଉଭୟଙ୍କ ଭୋଟ ସଂଖ୍ୟା ସମାନ ହେଲା । ତେଣୁ ଧର୍ମଗୋଳା ମାଧ୍ୟମରେ ନିର୍ଣୟ କରାଗଲା ଓ ରୁପା ମୁଦୁଲି ବିଜୟ ଲାଭ କଲେ ।

ଅନୁରୂପ ଭାବେ ବୋଡିଗାଁ ସମିତି ସଭ୍ୟ ନିର୍ବାଚନରେ ବୈଜୟନ୍ତି ମୁଦୁଲି ଓ ଧୋବେନ ମୁଦୁଲିଙ୍କ ମଧ୍ୟରେ ୨ଟି ଭୋଟ ବ୍ୟବଧାନ ରହିବାରୁ ପୁନର୍ଗଣତି ପରେ ଭୋଟ ସଂଖ୍ୟା ସମାନ ହେଲା ଓ ଧର୍ମଗୋଳା ନିର୍ଦ୍ଧାରଣ କଲା ନିର୍ବାଚନ ଫଳାଫଳ । ପ୍ରଥମେ ବୈଜୟନ୍ତି ମୁଦୁଲି ୧୧୧୮ ଭୋଟ ପାଇ ଥିବା ବେଳେ ପ୍ରତିଦ୍ବନ୍ଦ୍ବି ଧୋବେନ ମୁଦୁଲି ୧୧୨୦ ଭୋଟ ପାଇଥିଲେ । କିନ୍ତୁ ପୁନର୍ଗଣତି ପରେ ଉଭୟଙ୍କ ଭୋଟ ସଂଖ୍ୟା ୧୧୨୩ ହୋଇଥିଲା ।

ତେଣୁ ଧର୍ମଗୋଳା ମାଧ୍ୟମରେ ନିର୍ଣ୍ଣୟ କରାଯିବାରୁ ବୈଜୟନ୍ତି ମୁଦୁଲି ନିର୍ବାଚିତ ହେଲେ । ପ୍ରକାଶ ଥାଉକି ବି. ସିଂହପୁର ରୁପା ମୁଦୁଲି ଓ ବୋଡିଗାଁ ବୈଜୟନ୍ତି ମୁଦୁଲି ଉଭୟ ଅଣ ବିଜେଡି ସମର୍ଥିତ ପ୍ରାର୍ଥୀ । ଏଥର ପ୍ରତି ପଞ୍ଚାୟତରେ ନିର୍ବାଚନ ବ୍ୟୟବହୁଳତା ସର୍ବୋଚ୍ଚ ସୀମା ଲଙ୍ଘନ କରିଥିବା ବେଳେ ଜୟପୁର ନିର୍ବାଚନ ମଣ୍ଡଳୀ ର ରାଜନୀତିରେ ପ୍ରତ୍ୟେକ ଭୋଟ କେତେ ମୂଲ୍ୟବାନ ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସେକଥା ସୂଚନା ଦେଇଛନ୍ତି ସାଧାରଣ ମତଦାତା।ପ୍ରବଳ ଅର୍ଥ, କ୍ଷମତା ତଥା ବାହୁବଳ ଆଦିବାସୀ ଅଧ୍ୟୁଷିତୁ ଅଞ୍ଚଳରେ ଯେ କାମ କରିବ ନାହିଁ, ନିଧି ଖର୍ଚ୍ଚ କରି ଏହି ବୁଦ୍ଧି କିଛି ନେତାଙ୍କୁ ମିଳିଥିବା କଥା ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।

ସେହିପରି, ଅଧିକାଂଶ ଅଞ୍ଚଳରେ ଏଥର ନିର୍ବାଚନ ପ୍ରସଙ୍ଗ ବିହୀନ ହୋଇଥିବା ବେଳେ ଚତୁର୍ଦ୍ଦିଗରେ ପର୍ବତ ପରିବେଷ୍ଟିତ ରାମ୍ପିଡିପଦର ଓ ରାଣୀଗଡ ଭଳି ଦୁର୍ଗମ ଅଞ୍ଚଳର ବନବାସୀ ମୌଳିକ ସମସ୍ୟା ସମାଧାନ ହୋଇ ନ ଥିବାରୁ ଭୋଟ ବର୍ଜନ କରିଛନ୍ତି । ଦାରିଦ୍ର୍ୟ ସୀମାରେଖା ତଳେ ଥାଇ ମଧ୍ୟ ନିର୍ବାଚନ ସମୟରେ ଅର୍ଥ ପ୍ରଲୋଭନ ତଥା ମିଥ୍ୟା ପ୍ରତିଶ୍ରୁତି ର ବଶବର୍ତ୍ତୀ ହୋଇ ନ ଥିବାରୁ ସେମାନଙ୍କ ପ୍ରଶଂସାରେ ଶତମୁଖର ହେବାକୁ ପଛେଇ ନାହାନ୍ତି ଏ ଅଞ୍ଚଳର ବୁଦ୍ଧିଜୀବୀ ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles