Related Contents

ଦୀପାବଳିକୁ ଫିକା କଲା ବର୍ଷା-ଲଘୁଚାପ ଆଜି ଡିପ୍ରେସନର ରୂପ ନେଇଛି

ଭୁବନେଶ୍ୱରଦୀପାବଳିକୁ ଫିକା କଲା ବର୍ଷା। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆଜି ଡିପ୍ରେସନର ରୂପ ନେଇଛି । ଆଜି ରାତି କିମ୍ବା ଆସନ୍ତାକାଲି ସକାଳ ସୁଦ୍ଧା ଏହା ପୁରୀ ଏବଂ ଚାନ୍ଦବାଲି ଦେଇ ଆନ୍ଧ୍ର ଉପକୂଳ ଆଡ଼କୁ ଗତି କରିବା ସମ୍ଭାବନା ରହିଛି।  ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ଲାଗି ରହିଛି। ସେହିଭଳି ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶାରେ ଆହୁରି ଅଧିକ ବର୍ଷା ସମ୍ଭାବନା ରହିଥିବା ପୂର୍ବାନୁମାନ କରିଛି। ପାଣିପାଗ ବିଭାଗ । ଏହି ସମୟରେ ଘଣ୍ଟା ପ୍ରତି ୪୫ରୁ ୬୫ କିମି ବେଗରେ ପବନ ମଧ୍ୟ ବହିପାରେ। ଏହି ସମୟରେ ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି ।

Comments are closed.