ନିର୍ବାଚନ ଜିତିବା ପରେ ୩ ଟି ବ୍ଲକର ବିଜେଡ଼ି ସରପଞ୍ଚ,ସମିତି ସଭ୍ୟ,ଜିଲ୍ଲା ପରିଷଦ ପ୍ରାର୍ଥୀ ବନ୍ଧୁ ମିଳନ

0
205
ନିର୍ବାଚନ ଜିତିବା ପରେ

ରିପୋର୍ଟ : ପ୍ରଣତି ସାବତ //
କାଶୀନଗର, (୦୧/୦୩) : ଗଜପତି ଜିଲ୍ଲା ଅନ୍ତର୍ଗତ ପାରଳା ନିର୍ବାଚନ ମଣ୍ଡଳୀ ରେ ଥିବା ୩ ପଞ୍ଚାୟତ ସମିତି ଗୁମ୍ମା, କାଶୀନଗର, ଗୋଷାଣୀ ରୁ ବିଜେଡ଼ି ପ୍ରାର୍ଥୀ ହୋଇ ନିର୍ବାଚନ ଜିତିବା ପରେ ଜିଲ୍ଲା ପରିଷଦ, ସରପଞ୍ଚ ସମିତି ସଭ୍ୟ ଓ ସଭ୍ୟା ଙ୍କୁ ହାଇଟେକ୍ ଚେୟାର ମେନ୍ ତଥା ପାରଳା ବିଧାନ ସଭା କ୍ଷେତ୍ରରେ ବିଜେଡ଼ି ମଙ୍ଗ ଧରିଥିବା ଶ୍ରୀ ତିରୁପତି ପାଣିଗ୍ରାହୀଙ୍କ ଆଶୀର୍ବାଦ ଭିକ୍ଷା ନେବାକୁ ଆସିଥିବା ସମସ୍ତ ନବ ନିର୍ବାଚିତ ପ୍ରତନିଧିମାନ ଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା |

ନିର୍ବାଚନ ଜିତିବା ପରେ ସମସ୍ତଙ୍କୁ ଶ୍ରୀ ପାଣିଗ୍ରାହୀ ଉଦବୋଧନ ଦେଇ ନବୀନ ବାବୁଙ୍କ ସ୍ୱଚ୍ଛ ଶାସନରେ ଅନୁପ୍ରାଣିତ ହୋଇ ଲୋକେ ଆମକୁ ଭୋଟ ଦେଇ ଥିବାରୁ ପ୍ରଥମେ ଜନତାଙ୍କୁ କୋଟି କୋଟି ନମସ୍କାର ଜଣାଇଥିଲେ । ପରେ ନବୀନ ବାବୁଙ୍କ ଯୋଜନାକୁ ହଡ଼ପ କରି ଦୀର୍ଘ କୋଡ଼ିଏ ବର୍ଷ ଶାସନ କରି ଜନତାଙ୍କୁ ଅନ୍ଧାର ଭିତରେ ରଖି ଥିବାରୁ ଜନତା ଏହି ଅନ୍ଧାରକୁ ହଟାଇ ସୂର୍ଯ୍ୟଙ୍କ ଆଲୋକ ଭଳି ଜନତାଙ୍କ ସମର୍ଥନ ମିଲିଥିବାରୁ ଆପଣ ମାନେ ଲୋକଙ୍କ ସେବା କରି ନବୀନ ବାବୁଙ୍କ ହାତ ମୁଠାକୁ ଆହୁରି ମଜବୁତ କରନ୍ତୁ ।

ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ସଭାପତି ଶ୍ରୀ ପ୍ରଦୀପ ନାୟକ ଶ୍ରୀ ଲକ୍ଷ୍ମୀ ପରିଛା ଶ୍ରୀ ଜି ତିରୁପତି ରାଓ ଆହୁରି ଜିଲ୍ଲା ସ୍ତରୀୟ ନେତା ଯୋଗ ଦେଇଥିଲେ । ମୁଖ୍ୟ ଆକର୍ଷଣ ସାଜିଥିଲେ ଶ୍ରୀ ପାଣିଗ୍ରାହୀଙ୍କ ଧର୍ମ ପତ୍ନୀ ଓ ଯୁବ ନେତା ରୁପେଶ ପାଣିଗ୍ରାହୀ ଯୋଗ ଦେଇଥିଲେ।