ଗୁଡାରିରେ ମା ମାଣିକେଶ୍ବରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଫାଇନାଲ ମ୍ୟାଚ-ଜଳନିଧି ଟିମ ବିଜୟୀ

ଗୁଡାରି (ଲୋକନାଥ ସାହୁ): ଗୁଡାରି ବ୍ଲକ ଅନ୍ତର୍ଗତ ମଧୁବନ ଗ୍ରାମପଞ୍ଚାୟତର କାନ୍ଦରାଗୁଡା ଠାରେ ଆୟୋଜିତ ହୋଇଥିବା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଗୁରୁବାର ଦିନ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି ।

ଗତ ୨୫ ଦିନ ଧରି ଚାଲିଥିବା ମା ମାଣିକେଶ୍ବରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଗୁଡାରି ବ୍ଲକର ଜଳନିଧି ଏବଂ ଗୁଣପୁର ବ୍ଳକ ଭାଲେରି ଗ୍ରାମର ଗୋପୀନାଥ କ୍ରିକେଟ ଟିମ୍ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ୧୫ ଓଭରରେ ୧୦୧ ରନ କରି ଜଳନିଧି ଟିମ୍ ଅଳ ଆଉଟ ହୋଇଥିଲା ବେଳେ ଦ୍ଵିତୀୟ ଇନିଂସରେ ଭାଲେରି ଗୋପୀନାଥ ଟିମ୍ ୧୫ ଓଭରରେ ୮୯ ରନ କରି ୧୨ରନରେ ହାରି ଥିଲେ । ବିଜେତା ଦଳକୁ ଟ୍ରଫି ସହ ୬୦୦୦ଟଙ୍କାର ନଗଦ ଏବଂ ରନର ଅପ ଦଳକୁ ୪୦୦୦ ନଗଦ ସହ ଟ୍ରଫି ପ୍ରଦାନ କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ବିଜୁଜନତା ଦଳର ସାଂସଦ ପ୍ରତିନିଧି କେ.ରାମକ୍ରିଷ୍ଣା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଖେଳାଳି ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ଟିମ୍ ମାନେଜର ନବୀନ ଶବର ଏବଂ ମନୋଜ ଶବର ସମସ୍ତ ଉପସ୍ଥିତ ଅତିଥି ମାନଙ୍କୁ, ଦର୍ଶକଙ୍କୁ ଏବଂ ଟର୍ଣାମେଣ୍ଟରେ ଭାଗନେଇଥିବା ସମସ୍ତ ଟୀମକୁ ଧନ୍ୟବାଦ ଅର୍ପଣ କରିଥିଲେ ।

Comments are closed.