ପରିବାର ସଦସ୍ୟଙ୍କୁ ଟାଙ୍ଗିଆରେ ଆକ୍ରମଣ : ଝିଅ ମୃତ,ପତ୍ନୀ ଓ ଶଳା ଗୁରୁତର

0
363
ପରିବାର ସଦସ୍ୟଙ୍କୁ

ରିପୋର୍ଟ : ସୁଶାନ୍ତ ବେହେରା //
ବୌଦ୍ଧ, (୨୮/୦୨) : ବୌଦ୍ଧ ଜିଲ୍ଲା ବୌଦ୍ଧ ବ୍ଲକ ଅନ୍ତର୍ଗତ ବାଉଁଶୁନି ଥାନା ଗୋଛାପଡ଼ା ଗ୍ରାମ ପଞ୍ଚାୟତ ର ଗୋଛାପଡ଼ା ଗ୍ରାମରେ ଗତକାଲି ରାତ୍ରୀରେ ଏକ ଦୁଃଖଦ ଘଟଣା ଘଟି ଯାଇଛି | ଜଣେ ବ୍ୟକ୍ତି ପରିବାର ସଦସ୍ୟଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥିବାରୁ ୧୩ ବର୍ଷିଆ ସାନ ଝିଅ ର ମୃତ୍ୟୁ ହୋଇ ଯାଇଥିବା ବେଳେ ପତ୍ନୀ ଓ ଶଳା ଗୁରୁତର ହୋଇଛନ୍ତି | bd1 ପରିବାର ସଦସ୍ୟଙ୍କୁ ଟାଙ୍ଗିଆରେ ଆକ୍ରମଣ : ଝିଅ ମୃତ,ପତ୍ନୀ ଓ ଶଳା ଗୁରୁତର

ମିଳିଥିବା ସୂଚନା ଅନୁଯାୟୀ ଗୋଛାପଡ଼ା ଗ୍ରାମରେ ରହୁଥିବା ରାଜକୁମାର ମେହେର କୌଣସି କାରଣରୁ ନିଜ (ପରିବାର ସଦସ୍ୟଙ୍କୁ) ସାନ ଝିଅ ଶ୍ରାବଣୀ, ପତ୍ନୀ ଦୁଲେଶ୍ୱରି ଓ ଶଳାଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥିଲେ | ତିନି ଗୁରୁତରଙ୍କୁ ପ୍ରଥମେ ବାଉଁଶୁଣି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରାଯାଇଥିଲା ଓ ପରେ ସୋନପୁର ଡାକ୍ତରଖାନା ରେଫର୍ କରାଯାଇଥିଲା | ସୋନପୁରରେ ଝିଅ ଶ୍ରାବଣୀକୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ମା ଦୁଲେଶ୍ୱରୀଙ୍କୁ ବୁର୍ଲା ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରିଥିଲେ ଓ ଶଳା ସୋନପୁର ଡାକ୍ତରଖାନାରେ ଚିକିତ୍ସାଧିନ ଅଛନ୍ତି |

ଖବର ପାଇ ବାଉଁସୁନି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତ ରାଜକୁମାରଙ୍କୁ ଏବଂ ତାଙ୍କ ବାପା ଟିକେଶ୍ୱର୍ ମେହେରଙ୍କୁ ବାଉଁସୁଣି ଥାନାକୁ ଆଣି ତଦନ୍ତ କରୁଛି | ଅଭିଯୁକ୍ତ ମାନସିକ ବିକାର ଗ୍ରସ୍ତ ଥିବା କୁହାଯାଉଛି, କେଉଁ କାରଣରୁ ଝିଅ, ପତ୍ନୀ ଓ ଶଳାଙ୍କୁ ଆକ୍ରମଣ କଲେ ପୋଲିସ ତଦନ୍ତ ପରେ ସ୍ପଷ୍ଟ ହେବ |