ଜିଲ୍ଲା ପ୍ରଶାସନ ଏବଂ ୟାଇସିଡ଼ିଏ ତରଫରୁ” ବିଦ୍ୟାଳୟ କୁ ଫେରିବା “କାର୍ଯ୍ୟକ୍ରମ ଆୟୋଜିତ

0
219
ଜିଲ୍ଲା ପ୍ରଶାସନ ଏବଂ

ରିପୋର୍ଟ : ସୁଶାନ୍ତ ବେହେରା //
ବୌଦ୍ଧ, (୨୮/୦୨) : ବୌଦ୍ଧ ବ୍ଲକର ବ୍ରାହ୍ମଣପାଲି ଓ ମୁଂଡାପଡା ଗ୍ରାମ ପଞ୍ଚାୟତ ର ୫ଟି ବିଦ୍ୟାଳୟରେ କୋଭିଡ ନିୟମକୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନ ଏବଂ ୟାଇସିଡ଼ିଏ ପକ୍ଷରୁ ଆସ ବିଦ୍ୟାଳୟକୁ ଫେରିବା ବା ବ୍ୟାକ ଟୂ ସ୍କୁଲ କ୍ୟାମ୍ପେନ ଆୟୋଜିତ ହୋଇଯାଇଛି |2e4cb264 d35e 4ea7 9749 a00e59de2d0e ଜିଲ୍ଲା ପ୍ରଶାସନ ଏବଂ ୟାଇସିଡ଼ିଏ ତରଫରୁ" ବିଦ୍ୟାଳୟ କୁ ଫେରିବା "କାର୍ଯ୍ୟକ୍ରମ ଆୟୋଜିତ

ଏହି କାର୍ଯ୍ୟକ୍ରମ ଟିକୁ ଜିଲ୍ଲା ପ୍ରଶାସନ ଏବଂ ୟାଇସିଡ଼ିଏ ପକ୍ଷରୁ କର୍ମକର୍ତ୍ତା ମାନେ ଓ ବିଦ୍ୟାଳୟ ପରିଚାଳନା କମିଟି ର ସଦସ୍ୟ ମାନେ ପରିଚାଳନା କରିଥିଲେ | ୨ବର୍ଷ ଧରି ଶିଶୁ ମାନେ ବିଦ୍ୟାଳୟକୁ ଆସିନାହାନ୍ତି କୋଭିଡ ନିୟମକୁ ପାଳିବା ଓ ନିୟମିତ ବିଦ୍ୟାଳୟକୁ ଆସିଵା ବିଷୟ ଗୁଡିକରେ ଧ୍ୟାନ ଦିଆଯାଇଛି | ୟାଇସିଡିଏ ପକ୍ଷରୁ ଶିଶୁ ମାନଙ୍କୁ ପ୍ରବେଶ ପୂର୍ବରୁ ଫୁଲ ଚନ୍ଦନ ଏବଂ ମାସ୍କ ସାନିଟାଇଜର ଦେଇ ସ୍ୱାଗତ କରାଯାଇଛି |

ମୁଣ୍ଡlପଡାର କମିରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଖମାରିପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଏବଂ ମୁଣ୍ଡପଡା ପ୍ରାଥମିକ ବିଦ୍ୟାଳୟ ସେହିପରି ବ୍ରାହ୍ମଣିପାଲିର ବିଜାପଦାର ବିଦ୍ୟାଳୟ ଓ ବ୍ରାହ୍ମଣିପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୁଡିକରେ ଆୟୋଜିତ ହୋଇଛି | ଆଗାମୀ ୭ ଦିନ ଏହି ୨ଟି ପଂଚାୟତର ଅନ୍ୟ ବିଦ୍ୟାଳୟ ଗୁଡିକରେ ମଧ୍ୟ ଏହି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ରହିବ | ଏହି କାର୍ଯ୍ୟକ୍ରମଟିକୁ ସଫଳ କରିବା ନିମତେ ଜିଲ୍ଲା ପ୍ରଶାସନର ସାହାଯ୍ୟ ଲୋଡ଼ାଯାଛି |