Friday, March 29, 2024

Top 5 This Week

Related Posts

ଗଜପତିରେ ବିଜେଡ଼ି ପାଇଁ ଦୁଇ ସାରଥୀ ସାଜିଲେ ସାଂସଦ ଚନ୍ଦ୍ର ଶେଖର ସାହୁ ଓ ତିରୁପତି ପାଣିଗ୍ରାହୀ

ରିପୋର୍ଟ : ପ୍ରଣତି ସାବତ //
କାଶୀନଗର, (୨୮/୦୨) : ଏକଦା କଂଗ୍ରେସ୍ ର ଗଡ଼ ଥିଲା ଗଜପତି ଜିଲ୍ଲା । ରାଜନୀତିରେ ସବୁ ସମ୍ଭବ କଥାକୁ ସ୍ବୀକାର କରାଯାଉ । ଗଜପତିରେ ବିଜେଡ଼ି ପାଇଁ କଂଗ୍ରେସ ସଂଗଠନ ଅତି ଅଳ୍ପ ଦିନରେ ଭୁଶୁଡ଼ି ଗଲା । ସେପଟ ବିଜେଡ଼ି ଛାଡ଼ି ବିଜେପିରୁ ବିଧାୟକ ହେଲେ ନାରାୟଣ ରାଓ ।

ସ୍ଵାଧୀନ ପ୍ରାର୍ଥୀ ଭାବେ ଆବିର୍ଭାବ ହେଲେ ତିରୁପତି ପରେ ସେ ବିଜେଡ଼ିକୁ ଗଲେ । ସାଂସଦ ଶ୍ରୀ ସାହୁ ଗତ ସାଧାରଣ ନିର୍ବାଚନରେ ବିଜେଡ଼ି କୁ ଗଲେ । ତାପରେ ସବୁ ବିଜେଡ଼ି ମୟ ହୋଇଗଲା । ଗଜପତିରେ ବିଜେଡ଼ି ପାଇଁ କଂଗ୍ରେସ୍ ରୁ ଜଣ ଜଣ କରି ନେତା ବିଦାୟ ନେଲେ । ବିଜେଡ଼ି ସଂଗଠନ ବୃଦ୍ଧି ହେଲା ମୋହନା ନିର୍ବାଚନ ମଣ୍ଡଳୀକୁ ନିଜ ନିୟନ୍ତ୍ରଣକୁ ନେଲେ ସାଂସଦ । ପତଳା ନିର୍ବାଚନ ମଣ୍ଡଳୀକୁ ତିରୁପତି ଗ୍ରହଣ କରିଥିଲେ ।

ପର୍ଯ୍ୟବେକ୍ଷକଙ୍କ ଘନ ଘନ୍ ଗସ୍ତ ସଂଗଠନ ସମ୍ପାଦକ ଗସ୍ତ କରି ଦଳକୁ ମଜବୁତ କଲେ । ଠିକ୍ ଗୋଟି ଚାଳନା ଠିକ୍ ଯାଗା ରେ ଠିକ୍ ନେତା ଙ୍କୁ ଦାୟୀତ୍ୱ ଦିଆଗଲା । ଯାହା ଫଳରେ ଦଳ ୧୦ ଟି ଜିଲା ପରିଷଦ ଆସନ ପାଇଲା । ଦଳୀୟ ନେତୃତ୍ୱ ଙ୍କ ଆସ୍ଥା ଭାଜନ ହୋଇ ପାରିଲେ ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles