ରାୟଗଡ ପୌର ପରିଷଦ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ କଲେ ନିର୍ବାଚନ ଅଧିକାରୀ

0
244
ରାୟଗଡ ପୌର ପରିଷଦ

ରିପୋର୍ଟ : ଗୋପୀନାଥ ଗୌଡ଼ //
ରାୟଗଡ, ତା.(୨୮/୦୨) : ରାଜ୍ୟ ନିର୍ବାଚନ ଆୟୋଗଙ୍କ ଗେଜେଟରେ ତାଙ୍କ ବିଜ୍ଞପ୍ତି ସଂଖ୍ୟା ୩୫୭୫ ତା ୨୫/୦୨/୨୦୨୨ ତାରିଖରେ ବିଜ୍ଞପ୍ତିରେ ରାୟଗଡ ପୌର ପରିଷଦ ନିର୍ବାଚନ ପାଇଁ ନିର୍ବାଚନ କାର୍ଯ୍ୟକ୍ରମ ଘୋଷଣା କରିବା ପରେ ଆଜି ପୌରପାଳିକା ନିର୍ବାଚନ ଅଧିକାରୀ ତଥା ଉପଜିଲ୍ଲାପାଳ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶନ କରିଛନ୍ତି ld42f997d b442 4998 a950 97bc6a08f73a ରାୟଗଡ ପୌର ପରିଷଦ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ କଲେ ନିର୍ବାଚନ ଅଧିକାରୀ

ଉପ-ଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀ, ଶ୍ରୀ ପ୍ରଧାନ ସ୍ଥାନୀୟ ପୌର କାର୍ଯ୍ୟାଳୟ ଠାରେ ଆଜି ବିଜ୍ଞପ୍ତି ପ୍ରକାଶିନ କରିଛନ୍ତି । ରାୟଗଡ ପୌର ପରିଷଦ ନିମନ୍ତେ ଅଧ୍ୟକ୍ଷ ପଦ ସହିତ ୨୪ ଗୋଟି ୱାର୍ଡ ଗୁଡିକର ସଭ୍ୟପଦ ନିମନ୍ତେ ଆସନ୍ତା ତା ୨୪.୦୩.୨୦୨୨ ରିଖରେ ନିର୍ବାଚନ ଅନୁଷ୍ଠିତ ହେବ l ଆସନ୍ତା ମାର୍ଚ୍ଚ ୨ ତାରିଖରୁ ମାର୍ଚ୍ଚ ୭ ତାରିଖ (ସରକାରୀ ଛୁଟି ସହିତ) ପର୍ଯ୍ୟନ୍ତ ଉପଜିଲ୍ଲାପାଳ ରାୟଗଡ ତଥା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ରେ ସକାଳ ୧୧.୦୦ ଘଟିକାରୁ ଅପରାହ୍ଣ ୩.୦୦ ଘଟିକା ମଧ୍ୟରେ ନୋମିନେସନ ଫୋରମ ନେଇ ଦାଖଲ କରିପାରିବେ l ଉପଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀ ଆସନ୍ତା ୯/୦୩/୨୦୨୨ ରିଖରେ ଦିବା ୧୧.୦୦ ଘଟିକରୁ ଶେଷ ପର୍ଯ୍ୟନ୍ତ ମନୋନୟନ ପତ୍ରଗୁଡ଼ିକ ଜାଞ୍ଚ କରିବେ l

ପ୍ରାର୍ଥୀ ଇଚାକଲେ ଆସନ୍ତା ମାର୍ଚ୍ଚ ୧୪ ତାରିଖରେ ଅପରାହ୍ନ ୩.୦୦ ଘଟିକା ପୂର୍ବରୁ ପ୍ରତ୍ୟାହାର କରି ପାରିବେ l ଆବଶ୍ୟକ ସ୍ଥଳେ ଆସନ୍ତା ୨୪/୦୩/୨୨ ରିଖରେ ସକାଳ ୮.୦୦ ଘଟିକlରୁ ଅପରାହ୍ନ ୫.୦୦ ଘଟିକା ମଧ୍ୟରେ ତପସିଲଭୁକ୍ତ ଭୋଟ ଗ୍ରହଣ କେନ୍ଦ୍ରରେ ଭୋଟ ଗ୍ରହଣ ଅନୁଷ୍ଠିତ ହେବ ଓ ଆସନ୍ତା ୨୬/୦୩/୨୨ ରିଖଦିନ ପୂର୍ବାହ୍ନ ୮.୦୦ ଘଟିକାରୁ ଭୋଟ ଗଣତି ଅନୁଷ୍ଠିତ ହେବ l

ରାୟଗଡ ପୌର ପରିଷଦର ମୋଟ ୫୬,୫୯୭ ଜଣଙ୍କର ଭୋଟର ମତଦାନ କରିବେ l ଆଗାମୀ ପୌର ନିର୍ବାଚନରେ ୨୪ ଟି ୱାର୍ଡରୁ ୬୯ ଟି ମତଦାନ କେନ୍ଦ୍ରରେ ମତଦାନ କରିବେ । ରାୟଗଡ ପୌର ପାଳିକାରେ ୫୬,୫୯୭ ଜଣ ଭୋଟର ମଧ୍ୟରୁ ପୁରୁଷ ଭୋଟର ସଂଖ୍ୟା ୨୭,୪୭୨ ଜଣ ଥିବା ବେଳେ ମହିଳା ଭୋଟର ସଂଖ୍ୟା ୨୯,୦୭୨ ଜଣ ଏବଂ ଟ୍ରାନ୍‍ସଜେଣ୍ଡର ୫୩ ଜଣ ଅଛନ୍ତି ।