କଲ୍ୟାଣସିଂହପୁର (ଖ) ଜୋନରେ ୭ ସରପଞ୍ଚ ଓ ସମିତି ସଭ୍ୟ ବିଜୟୀ ଫଳାଫଳ

0
309
କଲ୍ୟାଣସିଂହପୁର (ଖ) ଜୋନରେ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //
କଲ୍ୟାଣସିଂହପୁର, (୨୮/୨) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ର ରାୟଗଡା ଜିଲା କଲ୍ୟାଣସିଂହପୁର (ଖ) ଜୋନରେ ୭ଟି ସରପଞ୍ଚ ଓ ୭ଟି ସମିତି ସଭ୍ୟ ସଭ୍ୟା ବିଜୟୀ ହୋଇଛନ୍ତି । ଶିକାରପାଇ ପଞ୍ଚାୟତରେ ଚୈତନ୍ୟ ଟିଆକା ୧୧୩୨ ଭୋଟ ଓ ଲିଙ୍ଗରାଜ ପାଳାକା ୮୪୩ ଭୋଟ ପାଇ ଥିବା ବେଳେ ୨୮୯ ଭୋଟ ଅଧିକା ପାଇ ଚୈତନ୍ୟ ବିଜୟ ହୋଇଛି ।

କଲ୍ୟାଣସିଂହପୁର (ଖ) ଜୋନରେ ମାଝୀଗୁଡା ପଞ୍ଚାୟତରେ ଶାନ୍ତି କଣ୍ଡାଗରି ୧୦୯୬ ଭୋଟ ପ୍ରତିଦ୍ବନ୍ଦୀ ଗୀତାଞ୍ଜଳୀ ପ୍ରସ୍କା ୪୫୨ ଭୋଟ ପାଇ ଥିବା ବେଳେ ୬୪୪ ଭୋଟ ପାଇ ଶାନ୍ତି ବିଜୟୀ । ସେରିଗୁମା ପଞ୍ଚାୟତ ରେ ଦିପାଇ ନାଚିକା ୧୪୦୧ ଭୋଟ ପ୍ରତିଦ୍ବନ୍ଦୀ କମଳା କୁଲିସିକା ୧୨୨୫ ଭୋଟ ପାଇଥିବା ବେଳେ ୧୭୬ ଅଧିକା ପାଇଁ ଦିପାଇ ବିଜୟୀ । ପୂଜାରୀଗୁଡା ପଞ୍ଚାୟତରେ ଅମିତା କାଡ୍ରାକା ୧୨୭୩ ଭୋଟ ପ୍ରତିଦ୍ବନ୍ଦୀ ଜଗେନ୍ଦ୍ର ୱାଡାକା ୧୨୧୭ ଭୋଟ ପାଇଁ ଥିବାରୁ ୫୬ ଭୋଟ ଅଧିକା ପାଇ ଅମିତା ବିଜୟୀ ।

ସୁନାଖଣ୍ଡି ପଞ୍ଚାୟତରେ ସଞ୍ଜୟ ନିସିକା ୧୬୧୨ ଭୋଟ ଓ ପ୍ରତିଦ୍ବନ୍ଦୀ ନିସିକା ସାରୁବୁ ୧୪୬୨ ଭୋଟ ପାଇ ଥିବା ବେଳେ ୧୫୦ ଭୋଟ ପାଇ ଥିବାରୁ ସଞ୍ଜୟ ବିଜୟୀ । ପୋଲମା ପଞ୍ଚାୟତରେ ୧୧୩୦ ଭୋଟ ଓ ସୁମିତ୍ରା ୯୫୦ ଭୋଟ ପାଇଁ ଥିବାରୁ ୧୮୦ ଅଧିକା ଭୋଟ ଅମିତା ଙ୍କୁ ବିଜୟୀ ।

କନ୍ଧ କାତିପାଡୁ ପଞ୍ଚାୟତରେ ଳଚମ ପତି ମିଣିଆକା ୭୭୧ ଭୋଟ ଓ ପ୍ରତିଦ୍ବନ୍ଦୀ ରମେଶ ହିକକା ୭୨୩ ଭୋଟ ପାଇଥିବା ବେଳେ ୪୮ ଭୋଟ ଅଧିକା ପାଇଁ ଲଚମ ପତି ଙ୍କୁ ବିଜୟୀ ଘୋଷଣା କରାଯାଇଛି । ସେହିପରି ସମିତି ସଭ୍ୟରେ ମାଝୀଗୁଡା ପଞ୍ଚାୟତର ସୂର୍ଯ୍ୟ ନାଣାକା ୧୧୫୯ ଭୋଟ ପ୍ରତିଦ୍ବନ୍ଦୀ ଜୟନ୍ତୀ ପ୍ରାସ୍କା ୪୨୮ ଭୋଟ ପାଇଥିବା ବେଳେ ସୂର୍ଯ୍ୟ ୭୩୧ ଅଧିକା ପାଇଥିବାରୁ ବିଜୟୀ କରିଛନ୍ତି ।

ଶିକରପାଇ ରେ ମିଣିଆକା ନାଗେଶ୍ବର ୧୩୫୨ ଭୋଟ ପ୍ରତିଦ୍ବନ୍ଦୀ ତିଆକା ଜୟସିଙ୍ଗ ୧୧୪୬ ଭୋଟ ପାଇଥିବା ବେଳେ ନାଗେଶ୍ବର ୨୦୬ ଭୋଟ ଅଧିକା ପାଇଁ ଥିବାରୁ ବିଜୟୀ, ପୂଜାରୀଗୁଡା ରେ କାଞ୍ଚାନ ସେନ୍ତା ହୁଇକା ୧୨୨୭ ଭୋଟ ପ୍ରତିଦ୍ବନ୍ଦୀ ଲିପିକା ହୁଇକା ୧୧୯୫ ଭୋଟ ପାଇଥିବାରୁ ୩୨ ଅଧିକା ଭୋଟ ସେନ୍ତା ବିଜୟୀ ।

ପୋଲମା ରେ କ୍ରିଷ୍ଣା ରାଓ ଜାରାକା ୧୧୧୭ ଭୋଟ ଓ ପ୍ରତିଦ୍ବନ୍ଦୀ ଲକନାଥ ଗୁଣ୍ଡୁ ୯୪୪ ଭୋଟ ପାଇଁ ଥିବାରୁ ଅଧିକା ୧୭୩ କ୍ରିଷ୍ଣା ରାଓ ପାଇଁ ବିଜୟୀ । ସେରିଗୁମା ରେ ରାମାରାଓ କାଡ୍ରାକା ୧୮୭୯ ଭୋଟ ପ୍ରତିଦ୍ବନ୍ଦୀ ଆଇନା ମିଣିଆକା ୧୨୩୦ ଭୋଟ ପାଇଁ ଥିବା ବେଳେ ରାମାରାଓ ଅଧିକା ୬୪୯ ପାଇଁ ବିଜୟୀ । କନ୍ଧ କାତି ପାଡୁ ର ସର୍ମିଳା କଣ୍ଡାଗରି ୭୫୧ ଭୋଟ ପ୍ରତିଦ୍ବନ୍ଦୀ ଦେବକୀ ଭତ୍ରା ୭୩୩ ଭୋଟ ରୁ ସର୍ମିଳା ୧୮ଅଧିକା ପାଇଁ ବିଜୟୀ ।

ସୁନାଖଣ୍ଡି ପଞ୍ଚାୟତ ନିର୍ଦ୍ୱନ୍ଦଦ ରେ ଦମ୍ବୁରୁ କୁଲିସିକା ଵିଜୟ ହୋଇଥିବା ଘୋଷଣା ହୋଇଛି । ଏହି ମାନଙ୍କୁ ନିର୍ବାଚନ ଅଧିକାରୀ ସୁଧାକର ରଇତ, ଏବିଡିଓ ବଳରାମ ପାତ୍ର, ମାନସ ରଞ୍ଜନ ପ୍ରଧାନ, ଏଡିଏମ ଧର୍ମା ନନ୍ଦ ବେହେରା, ପୁଲିସ ପ୍ରଶାସନ ର କଡା ସୁରକ୍ଷା ବ୍ୟବସ୍ଥା ରେ ଗଣତି କରାଯାଇଛି ।