ଲମତାପୁଟରେ ପରାଜିତ ପ୍ରାର୍ଥୀଙ୍କ ହିଂସାକାଣ୍ଡ

0
238
ଲମତାପୁଟରେ ପରାଜିତ ପ୍ରାର୍ଥୀଙ୍କ

ରିପୋର୍ଟ : ଶିବ ବିଶୋଇ //
ଲାମତାପୁଟ, (୨୭/୦୨) : ଲମତାପୁଟରେ ପରାଜିତ ପ୍ରାର୍ଥୀଙ୍କ ହିଂସାକାଣ୍ଡ ! ସରପଞ୍ଚ ପଦବି ରେ ପ୍ରାର୍ଥୀ ହୋଇ ପରାଜିତ ହେବା ପରେ ଜଣେ ପ୍ରାର୍ଥୀ ନିଜ ସମର୍ଥକ ଙ୍କ ସହିତ ଅନ୍ୟ ଏକ ଗାଁ କୁ ଯାଇ ଗ୍ରାମବାସି ମାନଙ୍କୁ ମରଣାନ୍ତକ ଆକ୍ରମଣ କରିବା ଫଳରେ ଗ୍ରାମ ଦୁଇ ଜଣ ଯୁବକ ଗୁରୁତର ଆହତ ହୋଇ ମେଡିକାଲ୍ ରେ ଚିକିତ୍ସିତ ହେଉଛନ୍ତି ।beda96f9 564d 4c16 b323 e8a3e521b934 ଲମତାପୁଟରେ ପରାଜିତ ପ୍ରାର୍ଥୀଙ୍କ ହିଂସାକାଣ୍ଡ

ଲମତାପୁଟରେ ପରାଜିତ ପ୍ରାର୍ଥୀଙ୍କ ହିଂସାକାଣ୍ଡ ! ଏଭଳି ଘଟଣା ଦେଖିବାକୁ ମିଳିଛି ଲାମତାପୁଟ ବ୍ଲକ କୁମାର ଗନ୍ଧନା ପଞ୍ଚାୟତ ର ବନମାଳିପୁଟ ଗ୍ରାମରେ । ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ ଦେବଗନ୍ଧନା ଗ୍ରାମ ର ରାମଚନ୍ଦ୍ର ପାତ୍ର (ବିଜେଡି ବ୍ଲକ ସଭାପତି) ନାମକ ଜଣେ ବ୍ୟକ୍ତି ସରପଞ୍ଚ ପଦବୀ ପାଇଁ ଲଢୁ ଥିଲେ । କାଲି ଭୋଟ ଗଣତି ହେବା ପରେ ବ୍ୟକ୍ତି ଜଣଙ୍କୁ ପରାଜିତ ଘୋଷଣା କରାଯାଇଥିଲା । ଏଥିରେ ରାମଚନ୍ଦ୍ର କ୍ରୋଧନୀତ ଆଜି ସକାଳେ ୮ ଘଣ୍ଟା ସମୟରେ ହଟାତ୍ ବନମାଳିପୁଟ ଗ୍ରାମ କୁ ନିଜ ସମର୍ଥକ ମାନଙ୍କ ସହିତ ଯାଇ ମତେ କାହିକିଁ ଭୋଟ ଦେଲ ନାହିଁ ବୋଲି ଅସଭ୍ୟ ଭାଷାରେ ଗଲି ଗୁଲଜ୍ କରି ଠେଙ୍ଗା ବାଡ଼ି, କାତି ଓ ଲୁହା ରୋଡ ସହିତ ଗ୍ରାମବାସି ଙ୍କୁ ଅତର୍କିତ ଆକ୍ରମଣ କରିଥିଲେ । ଫଳରେ ଗ୍ରାମର ୬ ଜଣ ଗୁରୁତର ହୋଇଛନ୍ତି ।

ତୁରନ୍ତ ଗ୍ରାମବାସୀ ଆହତ ବ୍ୟକ୍ତି ମାନଙ୍କୁ ନିକଟସ୍ଥ ନନ୍ଦପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ନେ ଚିକିତ୍ସା କରିଥିଲେ କିନ୍ତୁ ଦୁଇ ଜଣ ଯୁବକ ରଞ୍ଜନ ନାୟକ ଓ ଟୁକୁନା ନାୟକ ଙ୍କ ଅବସ୍ଥା ଗୁରୁତର ହେବାରୁ ଡକ୍ଟର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ତନାନରିତ କରିଛନ୍ତି । ପରେ ଗ୍ରାମବାସି ନନ୍ଦପୁର ଥାନା ରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ବର୍ତ୍ତମାନ ଏବେବି ଗ୍ରାମବାସି ଭୟରେ ରହିଛନ୍ତି ।